IPL 2023: ପଞ୍ଜାବଠୁ ହାରିବା ପରେ KKRକୁ ମିଳିଲା ଆଉ ଏକ ଖରାପ ଖବର, ପୂରା ସିଜନରେ ଖେଳିବେନି ଏହି ୨ ବଡ଼ ମ୍ୟାଚ୍ ୱିନର!
Advertisement
Article Detail0/zeeodisha/odisha1636012

IPL 2023: ପଞ୍ଜାବଠୁ ହାରିବା ପରେ KKRକୁ ମିଳିଲା ଆଉ ଏକ ଖରାପ ଖବର, ପୂରା ସିଜନରେ ଖେଳିବେନି ଏହି ୨ ବଡ଼ ମ୍ୟାଚ୍ ୱିନର!

IPL 2023: ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା । ଏହା ପରେ ଯେତେବେଳେ କୋଲକାତାର ଇନିଂସ ୧୬ ଓଭର ହୋଇଥିଲା, ସେତେବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା ଏବଂ ମ୍ୟାଚକୁ ବନ୍ଦ କରିବାକୁ ପଡିଲା । 

IPL 2023: ପଞ୍ଜାବଠୁ ହାରିବା ପରେ KKRକୁ ମିଳିଲା ଆଉ ଏକ ଖରାପ ଖବର, ପୂରା ସିଜନରେ ଖେଳିବେନି ଏହି ୨ ବଡ଼ ମ୍ୟାଚ୍ ୱିନର!

PBKS vs KKR, IPL 2023: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ (IPL 2023) ର ୧୬ ତମ ସିଜିନର ଦ୍ୱିତୀୟ ମ୍ୟାଚ (KKR vs PBKS) ରେ କୋଲକାତା ନାଇଟ୍ ରାଇଡର୍ସ ଦଳ (Kolkata Knight Riders) କୁ ପଞ୍ଜାବ କିଙ୍ଗ୍ସ (Punjab Kings) ୭ ରନରେ ପରାସ୍ତ କରିଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ୍ (Punjab Kings) ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା । ଏହା ପରେ ଯେତେବେଳେ କୋଲକାତାର ଇନିଂସ ୧୬ ଓଭର ହୋଇଥିଲା, ସେତେବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା ଏବଂ ମ୍ୟାଚକୁ ବନ୍ଦ କରିବାକୁ ପଡିଲା । ପରେ ପଞ୍ଜାବ DLS ନିୟମ ଅନୁଯାୟୀ ମ୍ୟାଚୁ ଜିତି ଥିଲା ।​ ଏହି ସମୟରେ କୋଲକାତା ନାଇଟ୍ ରାଇଡର୍ସ ପରାଜୟ ସହ ଆଉ ଏକ ଖରାପ ଖବର ପାଇଛି ।

ଦୁଇଥରର ଚାମ୍ପିଅନ୍ ଦଳ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ଲିଗ (IPL 2023) ର ୧୬ ତମ ସିଜନରେ ପରାଜୟରୁ ଆରମ୍ଭ କରିଛି । ଶନିବାର ମୋହାଲିର ଆଇଏସ୍ ବିନ୍ଦ୍ରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ (KKR vs PBKS) ରେ କୋଲକାତାକୁ ୭ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ୧୯୨ ରନର ଲକ୍ଷ୍ୟକୁ ପିଛା କରି କୋଲକାତା ଦଳ ୧୬ ଓଭରରେ ୧୪୬ ରନ୍ ସଂଗ୍ରହ କରିଥିଲା । ଏହି ସମୟରେ ଦଳ ୭ ୱିକେଟ୍ ହରାଇଥିଲା । ତା’ପରେ ସୁନୀଲ ନରେନ ୨ଟି ବଲରେ ୭ ରନ ଓ ଶାର୍ଦୁଲ ଠାକୁର ୩ ବଲରେ ୮ ରନ କରି କ୍ରିଜରେ ଉପସ୍ଥିତ ଥିଲେ । ତା’ପରେ ବର୍ଷା ଖେଳକୁ ଖରାପ କରିଦେଇଥିଲା । ଶେଷରେ ପଞ୍ଜାବକୁ ବିଜେତା ଘୋଷିତ କରାଯାଇଥିଲା ।

fallback

ମୋହାଲିରେ ଏହି ପରାଜୟ ସହିତ କୋଲକାତା ଦଳକୁ ଆଉ ଏକ ଖରାପ ଖବର ମିଳିଛି । ଦଳର ଷ୍ଟାର ଖେଳାଳି ଶାକିବ ଅଲ ହାସନ (Shakib Al Hasan) ଓ ଲିଟନ ଦାସ  (Litton Das) ଆସନ୍ତା କିଛି ମ୍ୟାଚ ପାଇଁ ଦଳରେ ଯୋଗ ଦେଇ ପାରିବେ ନାହିଁ । ଆପଣଙ୍କୁ କହି ରଖୁଛୁ ଯେ ସିଜନ ଆରମ୍ଭ ପୂର୍ବରୁ ମଧ୍ୟ ନିୟମିତ ଅଧିନାୟକ ଶ୍ରେୟସ୍ ଆୟର (Shreyas Iyer) ଆହତ କାରଣରୁ ଆଇପିଏଲରୁ ବାଦ ପଡିଥିଲେ । ସେ ଟୁର୍ଣ୍ଣାମେଣ୍ଟକୁ ଫେରିପାରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇପାରିନାହିଁ । ତାଙ୍କ ଅନୁପସ୍ଥିତିରେ ନୀତିଶ ରାଣା (Nitish Rana) ଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-ଦିଲ୍ଲୀର ପରାଜୟର କାରଣ କହିଲେ ଅଧିନାୟକ ଡେଭିଡ ୱାର୍ନର, ମ୍ୟାଚ୍ ହାରିବା ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

ଅଧିକ ପଢ଼ନ୍ତୁ:-ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେନି ରୋହିତ ଶର୍ମା ଓ ଜୋଫ୍ରା ଆର୍ଚର? କୋଚ୍ କଲେ ନିଶ୍ଚିତ

ଅଧିକ ପଢ଼ନ୍ତୁ:-ଏସିଆ କପ୍ ୨୦୨୩ ହେବ ରଦ୍ଦ!

ବାଂଲାଦେଶ ତାରକା ଅଲରାଉଣ୍ଡର ଶାକିବ ଅଲ ହାସନ (Shakib Al Hasan) ଓ ଓପନର୍ ଲିଟନ୍ ଦାସ (Litton Das) କୋଲକାତା ନାଇଟ୍ ରାଇଡର୍ସର ଅଂଶ । କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଦଳ ସହ ଯୋଡ଼ି ହୋଇନାହାଁନ୍ତି । ଆୟର୍ଲାଣ୍ଡ ବିପକ୍ଷ ୩ଟି ଟି-20 ସିରିଜ୍ ପରେ ଉଭୟ କେକେଆର୍ ଦଳରେ ଯୋଗଦେବାକୁ ଯାଉଥିଲେ । କିନ୍ତୁ ଏପ୍ରିଲ ୪ରୁ ମିରପୁରରେ ଖେଳାଯିବାକୁ ଥିବା ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଶାକିବ ଓ ଲିଟନଙ୍କୁ ବାଂଲାଦେଶ ଦଳର ଅଂଶ କରାଯାଇଛି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଶାକିବ ଅଲ ହାସନ ଓ ଲିଟନ୍ ଦାସ  ଏପ୍ରିଲ ୮ ପରେ ହିଁ କୋଲକାତା ଦଳରେ ଯୋଗ ଦେଇ ପାରିବେ ।