IPL 2024: CSK ପାଇଁ ବଢିଲା ଟେନସନ୍, ଆଙ୍ଗୁଠି ସର୍ଜରୀ ପାଇଁ ପ୍ରଥମ କିଛିଟା ମ୍ୟାଚ୍ ଖେଳି ନପାରନ୍ତି ଏହି ଷ୍ଟାର ଖେଳାଳି
Advertisement

IPL 2024: CSK ପାଇଁ ବଢିଲା ଟେନସନ୍, ଆଙ୍ଗୁଠି ସର୍ଜରୀ ପାଇଁ ପ୍ରଥମ କିଛିଟା ମ୍ୟାଚ୍ ଖେଳି ନପାରନ୍ତି ଏହି ଷ୍ଟାର ଖେଳାଳି

IPL 2024: ମାର୍ଚ୍ଚ ୨୨ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଚେନ୍ନାଇ ସୁପର କିଙ୍ଗ୍ସ (Chennai super kings) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal challengers Bangalore) ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ବର୍ତ୍ତମାନ କେବଳ ଆଇପିଏଲ ୨୦୨୪ର ପ୍ରଥମ ୨୧ଟି ମ୍ୟାଚ୍ ଅର୍ଥାତ୍ ଏପ୍ରିଲ ୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚ୍ ଗୁଡିକ ନେଇ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

IPL 2024: CSK ପାଇଁ ବଢିଲା ଟେନସନ୍, ଆଙ୍ଗୁଠି ସର୍ଜରୀ ପାଇଁ ପ୍ରଥମ କିଛିଟା ମ୍ୟାଚ୍ ଖେଳି ନପାରନ୍ତି ଏହି ଷ୍ଟାର ଖେଳାଳି

IPL 2024: ଆଉ ଦିନ କେଇଟାର ଅପେକ୍ଷା । ଏହାପରେ ଆରମ୍ଭ ହେବ କ୍ରିକେଟ୍ ଜଗତର ସବୁଠୁ ବଡ଼ ମହାକୁମ୍ଭ ଆଇପିଏଲ ୨୦୨୪ (IPL 2024) । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୨ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଚେନ୍ନାଇ ସୁପର କିଙ୍ଗ୍ସ (Chennai super kings) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal challengers Bangalore) ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ବର୍ତ୍ତମାନ କେବଳ ଆଇପିଏଲ ୨୦୨୪ର ପ୍ରଥମ ୨୧ଟି ମ୍ୟାଚ୍ ଅର୍ଥାତ୍ ଏପ୍ରିଲ ୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚ୍ ଗୁଡିକ ନେଇ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

ଖବର ଅନୁଯାୟୀ, ଆଇପିଏଲ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ କୁ ଲାଗିଛି ବଡ଼ ଝଟକା । ଦଳର ଜଣେ ଷ୍ଟାର ଖେଳାଳି ଆହତ କାରଣରୁ ସିଜିନର ପ୍ରାରମ୍ଭିକ କିଛିଟା ମ୍ୟାଚ୍ ରୁ ବାଦ ପଡ଼ିପାରନ୍ତି ବୋଲି କୁହାଯାଇଛି । ବାସ୍ତବରେ, ନ୍ୟୁଜିଲ୍ୟାଣ୍ଡର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଡୱେନ୍ କନୱେ (Devon Conway) ଅଷ୍ଟ୍ରେଲିଆ ସହ ଖେଳାଯାଇଥିବା ଟି -20 ସିରିଜରେ (T20 series against australia) ଆହତ ହୋଇଥିଲେ। ଫିଲ୍ଡିଂ ବେଳେ କନୱେଙ୍କ ଆଙ୍ଗୁଠିରେ ଆଘାତ ଲାଗିଯାଇଥିଲା । ଯେଉଁଥିପାଇଁ ସେ ଟି -20 ସିରିଜର ଗୋଟିଏ ମ୍ୟାଚ୍ ସହ ଟେଷ୍ଟ ସିରିଜରୁ ମଧ୍ୟ ବାଦ ପଡି଼ଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ଏହି ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଆଙ୍ଗୁଠି ସର୍ଜରୀ ହେତୁ ଆଇପିଏଲ୍ ର ପ୍ରାରମ୍ଭିକ ମ୍ୟାଚ୍ ରୁ ବାଦ ପଡିପାରନ୍ତି। ଦଳରେ ଡୱେନ୍ କନୱେଙ୍କ ବେଶ ଗୁରୁତ୍ବ ରହିଛି । ଭଲ ଫର୍ମରେ ଥିବା ଡୱେନ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅନୁସ୍ଥିତ ରହିବା ଦଳକୁ ଟେନସନ୍ ରେ ପକାଇଛି ।

Also Read-  IPL 2024: ଆଇପିଏଲ ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ରବିନ ମିଞ୍ଜ, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ବାସ୍ଥ୍ୟବସ୍ଥା

ପ୍ରକାଶଥାଉ କି, ଗତବର୍ଷ ଆଇପିଏଲ (IPL 2023)ରେ ଡୱେନ୍ କନୱେ ଚମତ୍କାର ପ୍ରଦର୍ଶନ କରିଥିଲେ । CSKକୁ ବିଜୟୀ କରିବାରେ ଡୱେନ୍ ମଧ୍ଯ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଇପିଏଲ୍ ୨୦୨୩ରେ, କନୱେ ହାରାହାରି ୫୧.୬୯ ରେ ୬୭୨ ରନ୍ ସ୍କୋର କରିଥିଲେ । ଏହାସହ ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ।