IPL 2024: ରନ୍ ବର୍ଷା ମୁକାବିଲାରେ ବାଜି ମାରିନେଲା ପଞ୍ଜାବ
Advertisement
Article Detail0/zeeodisha/odisha2223805

IPL 2024: ରନ୍ ବର୍ଷା ମୁକାବିଲାରେ ବାଜି ମାରିନେଲା ପଞ୍ଜାବ

KKR vs PBKS Match Result 2024: ଶୁକ୍ରବାର ଘରୋଇ ମଇଦାନ ଇଡେନ ଗାର୍ଡେନ ଠାରେ କୋଲକାତା ଦଳକୁ ପରାସ୍ତ କରିଛି ପଞ୍ଜାବ। 

 

IPL 2024: ରନ୍ ବର୍ଷା ମୁକାବିଲାରେ ବାଜି ମାରିନେଲା ପଞ୍ଜାବ

KKR vs PBKS Match Highlights 2024: ଅପ୍ରେଲ ୨୬ ତାରିଖ ଶୁକ୍ରବାର କୋଲକାତା ସ୍ଥିତ ଇଡେନ ଗାର୍ଡେନ ଠାରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯାଇଥିବା ୪୨ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ଧାର୍ଯ୍ୟ ୨୦ ଓଭର ରେ ୬ ୱିକେଟ ହରାଇ ୨୬୧ ରନ୍ ସଂଗ୍ରହ କରିଥିଲା। ୨୬୨ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ୨ ୱିକେଟ ହରାଇ ଏବଂ ଆହୁରି ୮ ବଲ୍ ବାକି ଥାଇ ହାସଲ କରିନେଇଥିଲା। ଶୁକ୍ରବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପଞ୍ଜାବ ଟିମ୍ ୮ ୱିକେଟ୍ ରେ କୋଲକାତା ଦଳକୁ ପରାସ୍ତ କରିଛି।    

ଏହି ମ୍ୟାଚ୍ ରେ ପଞ୍ଜାବ ଜନି ବେୟାରଷ୍ଟୋ ଙ୍କ ବିସ୍ଫୋରକ ଶତକ ବଳରେ ବାଜି ମାରି ନେଇଥିଲା। ସେ ୪୮ ବଲ୍ ଖେଳି ୮ ଚୌକା ଏବଂ ୯ ଛକା ସହାୟତାରେ ୧୦୮ ରନ୍ ସ୍କୋର କରିଥିଲେ। ଏହାସହିତ ଶଶାଙ୍କ ସିଂହ ୨୮  ବଲ ଖେଳି ଦ୍ରୁତ ୬୮ ରନ୍ ସଂଗ୍ରହ କରିଥିଲେ। ଏହି ବ୍ୟାଟ୍ସମ୍ୟାନ୍ ତାଙ୍କ ଇନିଂସ୍ ରେ ୨ ଚୌକା ଏବଂ ୮ ଛକା ମାରିଥିଲେ। ଜନି ବେୟାରଷ୍ଟୋ ଏବଂ ଶଶାଙ୍କ ସିଂହଙ୍କ ମଧ୍ୟରେ ୮୪ ରନ୍ ର ଭାଗିଦାରୀ ହୋଇଥିଲା। 

ଏପରି ଭାବରେ ପଞ୍ଜାବ ଟିମ୍ ୧୭ ବର୍ଷର ଆଇପିଏଲ୍ ଇତିହାସରେ ସବୁଠାରୁ ବଡ଼ ଲକ୍ଷ୍ୟ ହାସଲ କରିଥିଲା। କୋଲକାତା ଦଳର ୨୬୧ ରନ୍ ଜବାବରେ ପଞ୍ଜାବ ଓପନର୍ ପ୍ରଭାସିମରନ୍ ସିଂହ ଏବଂ ଜନି ବେୟାରଷ୍ଟୋ ପ୍ରଥମ 6 ଓଭର ରେ ୯୩ ରନ୍ ଯୋଡି଼ ଧମକାଦାର ବ୍ୟାଟିଂ ଇନିଂସ ଆରମ୍ଭ କରିଥିଲେ। ପ୍ରଭାସିମରନ୍ ସିଂହ ୨୦ ବଲ ଖେଳି ୫୪ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ତାଙ୍କ ଇନିଂସ୍ ରେ ୪ ଚୌକା ଏବଂ ୫ ଛକା ସାମିଲ ରହିଥିଲା। ଜୋନି ବେୟାରଷ୍ଟୋ ଦଳର ବ୍ୟାଟିଂ ଧାରା ଜାରି ରଖିଥିଲେ। ରେଲ ରୂସୋ ୧୬ ବଲ୍ ଖେଳି ୨୬ ରନ୍ ସଂଗ୍ରହ କରିଥିଲେ। ହେଲେ ଏହା ପରେ ଜନି ବେୟାରଷ୍ଟୋ ଶଶାଙ୍କ ସିଂହଙ୍କ ଠାରୁ ଭଲ ସହଯୋଗ ପାଇଥିଲେ।

ପଞ୍ଜାବ କିଙ୍ଗ୍ସର ଅଧିନାୟକ ସାମ କୁରାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ କୋଲକାତା ଧାର୍ଯ୍ୟ ୨୦ ଓଭର ରେ ୬ ୱିକେଟ ହରାଇ ୨୬୧ ରନ୍ ସଂଗ୍ରହ କରିଥିଲା। ୩୭ ବଲ ଖେଳି ସର୍ବାଧିକ ୭୫ ରନ୍ ସ୍କୋର କରିବା ପରେ ଫିଲ୍ ସଲ୍ଟ ପାଭିଲିୟନ ଫେରିଥିଲେ। ତାଙ୍କ ଇନିଂସ୍ ରେ ୪ ଚୌକା ଏବଂ ୬ ଛକା ସାମିଲ ରହିଥିଲା। ଅନ୍ୟପକ୍ଷରେ ସୁନୀଲ ନାରିନ୍ ୩୨ ବଲ୍ ରେ ୭୧ ରନ୍ ର ଚମତ୍କାର ଇନିଂସ ଖେଳିଥିଲେ। ତାଙ୍କ ଇନିଂସ୍ ରେ ୯ ଚୌକା ଏବଂ ୪ ଛକା ସାମିଲ ରହିଥିଲା। ଭେଙ୍କଟେଶ ଆୟର୍ ୨୩ ବଲ୍ ଖେଳି ୩୯ ରନ୍ ସଂଗ୍ରହ କରିଥିଲେ। କୋଲକାତା ଅଧିନାୟକ ଶ୍ରେୟସ୍ ଆୟର ୧୦ ବଲ୍ ଖେଳି ୨୮ ରନ୍ ସଂଗ୍ରହ କରିଥିଲେ। ପଞ୍ଜାବ କିଙ୍ଗସ ପାଇଁ ଅର୍ଶଦୀପ ସିଂହ ସର୍ବାଧିକ 2 ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ସାମ କୁରାନ, ରାହୁଲ ଚହର ଏବଂ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।