RCB vs MI: ଆଜି ୱାଙ୍ଖଡ଼େ ଷ୍ଟାଡ଼ିୟମରେ ବେଙ୍ଗାଲୁରୁ- ମୁମ୍ବାଇ ଟକ୍କର, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
Advertisement

RCB vs MI: ଆଜି ୱାଙ୍ଖଡ଼େ ଷ୍ଟାଡ଼ିୟମରେ ବେଙ୍ଗାଲୁରୁ- ମୁମ୍ବାଇ ଟକ୍କର, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍

RCB vs MI: ଆଇପିଏଲ-୧୭ ଗୁରୁବାର ୨୫ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ତିଆନ୍ସ ମଧ୍ଯରେ ଖେଳାଯିବ । ଏହି ହାଇଭେଲଟେଜ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଦ୍ବିତୀୟ ବିଜୟ ନେଇ ପ୍ରୟାସ କରିବେ ।

ହାର୍ଦ୍ଦିକ ପାଣ୍ତ୍ୟାଙ୍କ ନେତୃତ୍ବାଧିନ ମୁମ୍ବାଇ ଇଣ୍ତିଆନ୍ସ ୪ଟି ମ୍ୟାଚ୍ ରୁ ଗୋଟିଏରେ ବିଜୟ ହୋଇଥିବା ବେଳେ ୩ଟି ମ୍ୟାଚ୍ ରେ ପରାଜୟ ହୋଇଛି । ଦଳ ଗୁଜୁରାଟ ଟାଇଟାନସ୍, ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲସ ନିକଟରୁ ପରାଜିତ ହୋଇଥିବା ବେଳେ ଶେଷ ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନ୍ ରେ ପରାଜିତ କରିଥିଲା । ବ୍ୟାଟିଂରେ ରୋହିତ ଶର୍ମା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ତ୍ୟା, ତିଲକ ବର୍ମା, ଟିମ୍ ଡ଼େଭିଡ଼ ଓ ରୋମାରିଓ ସେଫର୍ଡ଼ ରହିଛନ୍ତି । ଶେଷ ମ୍ୟାଚ୍ ରେ ସେଫର୍ଡ଼ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିଲା । ତେବେ ସୂର୍ଯ୍ୟ କୁମାର ଯାଦବ ଦଳକୁ ଫେରିଥିଲେ ମଧ୍ଯ ଦିଲ୍ଲୀ ବିପକ୍ଷରେ ଖାତା ଖୋଲିପାରିନଥିଲେ ।

ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୫ଟି ମ୍ୟାଚ୍ ରୁ ୪ଟି ପରାଜୟ ଓ ଗୋଟିଏ ବିଜୟ ହାସଲ କରିଛି । ଟିମ୍ ଚେନ୍ନାଇ ସୁପରକିଙ୍ଗସ୍, କୋଲକତା ନାଇଟ୍  ନାଇଟ ରାଇଡ଼ର୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲସ ନିକଟରୁ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ତେବେ ବ୍ୟାଟିଂରେ ବିରାଟ କୋହଲିଙ୍କ ବାଦ ଦେଲେ ଅନ୍ୟ କୌଣସି ବ୍ୟାଟମ୍ୟାନ୍ସ ନିୟମିତ ରନ୍ କରିବାରେ ସଫଳ ହେଉନାହାନ୍ତି । ଫାଫ ଡୁ ପ୍ଲେସି, ଗ୍ଲେନ୍ ମ୍ୟାକ୍ସୱେଲ, କାମେରୁନ ଗ୍ରୀନ୍ , ରଜତ ପଟିଦାର, ଦିନେଶ କାର୍ତ୍ତିକ ନିୟମିତ ରନ୍ କରିବାରେ ବିଫଳ ହେଉଛନ୍ତି । ତେବେ ମ୍ୟାକ୍ସୱେଲଙ୍କ ଫର୍ମକୁ ନେଇ ଦଳ ଚିନ୍ତାରେ ପଡ଼ିଛି । ତେବେ ଦଳକୁ ମୁମ୍ବାଇ ବିପକ୍ଷେ ବ୍ୟାଟିଂ ସୁଧାରିବାକୁ ପଡ଼ିବ । ବୋଲିଂ ବିଭାଗ କଥା କହିବାକୁ ଗଲେ ରିସ ଟପେଲ, ୟଶ ଦୟାଲ, ମହମ୍ମଦ ସିରାଜ , ମୟଙ୍କ ଡାଗର, କାମେରୁନ୍ ଗ୍ରୀନ୍ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ସହ ହିମାଂଶୁ ଶର୍ମା ରହିଛନ୍ତି ।