ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ସଂପୂର୍ଣ୍ଣ ରୂପେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ଅବସର ନେବାକୁ ବାଧ୍ୟ
Advertisement
Article Detail0/zeeodisha/odisha1285919

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ସଂପୂର୍ଣ୍ଣ ରୂପେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ଅବସର ନେବାକୁ ବାଧ୍ୟ

Ishant Sharma: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା (Rohit Sharma) ମଧ୍ୟ ଏହି ଖେଳାଳିଙ୍କୁ ଶେଷ ଏକାଦଶରେ ଖେଳିବାରେ ସୁଯୋଗ ଦେଉନାହାଁନ୍ତି । ଟିମ୍ ଇଣ୍ଡିଆରେ ଏହି ଖେଳାଳିଙ୍କ ଫେରିବା ବର୍ତ୍ତମାନ ଚମତ୍କାରଠାରୁ କମ୍ ହେବ ନାହିଁ । ଏହି ଖେଳାଳିଙ୍କ ପାଇଁ ଟିମ୍ ଇଣ୍ଡିଆର ଦ୍ୱାର ପ୍ରାୟ ବନ୍ଦ ହୋଇସାରିଛି ।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ସଂପୂର୍ଣ୍ଣ ରୂପେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ଅବସର ନେବାକୁ ବାଧ୍ୟ

ନୂଆଦିଲ୍ଲୀ: Ishant Sharma: ଭାରତୀୟ କ୍ରିକେଟ୍ ଦଳର ଜଣେ ଷ୍ଟାର୍ ଖେଳାଳିଙ୍କ କ୍ୟାରିୟର ପ୍ରାୟ ଶେଷ ହେବାକୁ ବସିଲାଣି । ଯେଉଁ ପ୍ରକାରର ପରିସ୍ଥିତି ଚାଲିଛି, ଏହି ଖେଳାଳି ଶୀଘ୍ର ଅବସର ଘୋଷଣା ମଧ୍ୟ କରିପାରନ୍ତି । ଟିମ୍ ଇଣ୍ଡିଆ (Team India) ରେ ଏହି ଖେଳାଳିଙ୍କ ଗୁରୁତ୍ୱ ହଠାତ୍ ହ୍ରାସ ପାଇଛି । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା (Rohit Sharma) ମଧ୍ୟ ଏହି ଖେଳାଳିଙ୍କୁ ଶେଷ ଏକାଦଶରେ ଖେଳିବାରେ ସୁଯୋଗ ଦେଉନାହାଁନ୍ତି । ଟିମ୍ ଇଣ୍ଡିଆରେ ଏହି ଖେଳାଳିଙ୍କ ଫେରିବା ବର୍ତ୍ତମାନ ଚମତ୍କାରଠାରୁ କମ୍ ହେବ ନାହିଁ । ଏହି ଖେଳାଳିଙ୍କ ପାଇଁ ଟିମ୍ ଇଣ୍ଡିଆର ଦ୍ୱାର ପ୍ରାୟ ବନ୍ଦ ହୋଇସାରିଛି । ଏହି ଖେଳାଳିଙ୍କୁ ବିସିସିଆଇ (BCCI) ର ଚୟନ କମିଟି ଟିମ ଇଣ୍ଡିଆରୁ ଡ୍ରୋପ୍ କରିଦେଇଛି ।

ଆଜିକାଲି ଟିମ୍ ଇଣ୍ଡିଆରେ ଜଣେ ଖେଳାଳିଙ୍କୁ କୌଣସି ସୁଯୋଗ ଦିଆଯାଉ ନାହିଁ ଓ ସେ ହେଉଛନ୍ତି ଦ୍ରୁତ ବୋଲର ଇଶାନ୍ତ ଶର୍ମା (Ishant Sharma) । ବର୍ତ୍ତମାନ ଟିମ୍ ଇଣ୍ଡିଆର ପସନ୍ଦ ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜଙ୍କ ପରି ଦ୍ରୁତ ବୋଲର ହୋଇପଡ଼ିଛି । ଏହା ବ୍ୟତୀତ ଶାର୍ଦୁଲ ଠାକୁର ଓ ଉମେଶ ଯାଦବ ଚତୁର୍ଥ ଦ୍ରୁତ ବୋଲର ଭାବରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର ପ୍ରିୟ ହୋଇଛନ୍ତି । ସେଥିପାଇଁ ବର୍ତ୍ତମାନ ଇଶାନ୍ତ ଶର୍ମାଙ୍କୁ କେହି ଗୁରୁତ୍ୱ ମଧ୍ୟ ଦେଉ ନାହାଁନ୍ତି । ଚୟନକର୍ତ୍ତାମାନେ ଇଶାନ୍ତ ଶର୍ମାଙ୍କୁ କ୍ଷୀରରୁ ମାଛି ପରି ଟିମ୍ ଇଣ୍ଡିଆରୁ ଫିଙ୍ଗି ଦେଇଛନ୍ତି ।

ଇଶାନ୍ତ ଶର୍ମା ଏବେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବେ ନାହିଁ ବୋଲି ଲାଗୁଛି । ସିନିୟର ଫାଷ୍ଟ ବୋଲର ଇଶାନ୍ତ ଶର୍ମା ଦୀର୍ଘ ଦିନ ଧରି ଦୁର୍ଭାଗ୍ୟବଶତଃ ବିଫଳ ରହିଛନ୍ତି । ନଭେମ୍ବର ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁର ଟେଷ୍ଟରେ ଇଶାନ୍ତ ଶର୍ମାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।​ ସେ ସେହି ମ୍ୟାଚରେ ଗୋଟିଏ ୱିକେଟ୍ ମଧ୍ୟ ପାଇପାରିନଥିଲେ । ଅଗଷ୍ଟ ୨୦୨୧ରେ ଇଶାନ୍ତ ଶର୍ମାଙ୍କ କ୍ୟାରିୟରର କାଉଣ୍ଟଡାଉନ୍ ଇଂଲଣ୍ଡ ଗସ୍ତରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ୩ ଟେଷ୍ଟ ମ୍ୟାଚରେ ମାତ୍ର ୫ ୱିକେଟ୍ ନେଇଥିଲେ । ନଭେମ୍ବର ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁର ଟେଷ୍ଟ ଖେଳିବା ପରେ ଇଶାନ୍ତ ଶର୍ମାଙ୍କୁ ଆଉଥରେ ଟିମ୍ ଇଣ୍ଡିଆରେ ଖେଳିବାର ସୁଯୋଗ ଦିଆଯାଇ ନାହିଁ ।

ଏହା ବି ପଢ଼ନ୍ତୁ:-'ଯଦି ମୁଁ କହିବା ଆରମ୍ଭ କରିବି ତ ଭୂକମ୍ପ ଆସିଯିବ', ଜାଣନ୍ତୁ କାହିଁକି ଏମିତି କହିଲେ ଏକନାଥ ସିନ୍ଦେ

ଏହା ବି ପଢ଼ନ୍ତୁ:-BJP ପ୍ରସ୍ତୁତ କଲା ଓଡ଼ିଶା ବିଧାନସଭା ନିର୍ବାଚନରେ ​​ଜିତିବାର ରଣନୀତି, ଜାଣନ୍ତୁ କ'ଣ ରହିଛି ଦଳର ପୂରା ଗେମ୍ ପ୍ଲାନ୍

ଟିମ୍ ଇଣ୍ଡିଆରେ ପ୍ରତିଯୋଗିତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଶାମି, ବୁମରା ଏବଂ ସିରାଜଙ୍କ ପରି ବୋଲରମାନେ ଟେଷ୍ଟ ଫର୍ମାଟରେ ଭଲ ପ୍ରଦର୍ଶନ କରୁଛନ୍ତି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆରୁ ଇଶାନ୍ତ ଶର୍ମାଙ୍କ ପତା କାଟି ଦିଆଯାଇଛି । ଇଶାନ୍ତ ୧୦୦ରୁ ଅଧିକ ଟେଷ୍ଟ ଖେଳିଛନ୍ତି ଯେଉଁଥିରେ ସେ ୩୧୧ ୱିକେଟ୍ ନେଇଛନ୍ତି । ସିନିୟର ଫାଷ୍ଟ ବୋଲର ଇଶାନ୍ତ ଶର୍ମା ୨୦୦୭ ମସିହାରେ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରୁ କ୍ୟାରିୟର ଆରମ୍ଭ କରିଥିଲେ ଓ ପରବର୍ତ୍ତୀ ମାସରେ ଇଶାନ୍ତ ତାଙ୍କ ODI ଡେବ୍ୟୁ କରିବାର ସୁଯୋଗ ପାଇଥିଲେ । ଇଶାନ୍ତ ଏପର୍ଯ୍ୟନ୍ତ ୮୦ଟି ODI ଖେଳିଛନ୍ତି, ଯେଉଁଥିରେ ସେ ୧୧୫ ୱିକେଟ୍ ନେବାରେ ସଫଳ ହୋଇଥିଲେ ହେଁ ଟି-20 କ୍ରିକେଟରେ ଇଶାନ୍ତ ଶର୍ମା ଏତେ ସଫଳ ହୋଇନାହାଁନ୍ତି । ଯଦି ଦେଖାଯାଏ ତେବେ ଇଶାନ୍ତଙ୍କ ODI କ୍ୟାରିଅରକୁ ଭଲ କୁହାଯାଇପାରେ, କିନ୍ତୁ ଚୟନକର୍ତ୍ତାମାନେ ତାଙ୍କୁ ୨୦୧୬ ମସିହାରୁ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିବାର ସୁଯୋଗ ଦେଇନାହାଁନ୍ତି ।