Jasprit Bumrah: ଜସପ୍ରୀତ ବୁମ୍ରାଙ୍କୁ ନେଇ BCCI ଦେଲା ବଡ଼ ଅପଡେଟ୍, ଜାଣନ୍ତୁ ଟିମ୍ ଇଣ୍ଡିଆରେ କେବେ ହେବେ ରିଟର୍ଣ୍ଣ
Advertisement
Article Detail0/zeeodisha/odisha1532266

Jasprit Bumrah: ଜସପ୍ରୀତ ବୁମ୍ରାଙ୍କୁ ନେଇ BCCI ଦେଲା ବଡ଼ ଅପଡେଟ୍, ଜାଣନ୍ତୁ ଟିମ୍ ଇଣ୍ଡିଆରେ କେବେ ହେବେ ରିଟର୍ଣ୍ଣ

Jasprit Bumrah:  ଭାରତୀୟ ଦଳକୁ ଫେରିବା ପାଇଁ ଜସପ୍ରୀତ ବୁମ୍ରା ସାଥୀ ଖେଳାଳି ରବିନ୍ଦ୍ର ଜାଡେଜାଙ୍କ ପଥ ଅନୁସରଣ କରିବେ । ଜସପ୍ରୀତ ବୁମ୍ରା ୧୦୦ ପ୍ରତିଶତ ଫିଟନେସ୍ ହାସଲ କରିବା ଠାରୁ ବହୁ ଦୂରରେ ଅଛନ୍ତି ଓ ଫିଟନେସ୍ ପରୀକ୍ଷା ପାଇଁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ଯିବା ପୂର୍ବରୁ ତାଙ୍କର ରିହ୍ୟାବିଲେଟେଶନ୍ ଜାରି ରଖିବେ ।

Jasprit Bumrah: ଜସପ୍ରୀତ ବୁମ୍ରାଙ୍କୁ ନେଇ BCCI ଦେଲା ବଡ଼ ଅପଡେଟ୍, ଜାଣନ୍ତୁ ଟିମ୍ ଇଣ୍ଡିଆରେ କେବେ ହେବେ ରିଟର୍ଣ୍ଣ

Jasprit Bumrah: ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ଭାରତୀୟ ଦଳ (Indian Cricket Team) ରେ ଫେରିବାର ସମୟ ଏବେ ସାମ୍ନାକୁ ଆସୁଛି । ପ୍ରକୃତରେ ଜସପ୍ରୀତ ବୁମ୍ରାଙ୍କ ଫେରିବା ବିଷୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ତରଫରୁ ଏକ ବଡ଼ ଅପଡେଟ୍ ଆସିଛି । ଭାରତୀୟ ଦଳକୁ ଫେରିବା ପାଇଁ ଜସପ୍ରୀତ ବୁମ୍ରା ସାଥୀ ଖେଳାଳି ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କ ପଥ ଅନୁସରଣ କରିବେ । ଜସପ୍ରୀତ ବୁମ୍ରା ୧୦୦ ପ୍ରତିଶତ ଫିଟନେସ୍ ହାସଲ କରିବା ଠାରୁ ବହୁ ଦୂରରେ ଅଛନ୍ତି ଓ ଫିଟନେସ୍ ପରୀକ୍ଷା ପାଇଁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) ଯିବା ପୂର୍ବରୁ ତାଙ୍କର ରିହ୍ୟାବିଲେଟେଶନ୍ ଜାରି ରଖିବେ ।

ଯଦି ଜସପ୍ରୀତ ବୁମ୍ରା (Jasprit Bumrah) ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି, ତେବେ ସେ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଘରୋଇ କ୍ରିକେଟ୍କୁ ଫେରିବେ । ଏଠାରେ କହି ରଖୁଛୁ ଯେ, ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଜସପ୍ରୀତ ବୁମ୍ରା ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇନାହାଁନ୍ତି । ଏଭଳି ପରିସ୍ଥିତିରେ ଯଦି ସେ ଘରୋଇ କ୍ରିକେଟ୍ ଖେଳି ନିଜ ମ୍ୟାଚ୍ ଫିଟନେସ୍ ପ୍ରମାଣ କରନ୍ତି, ତେବେ ସେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଫେରିପାରିବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ମାର୍ଚ୍ଚ ୧ରୁ ୫ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଧର୍ମଶାଳାରେ ଖେଳାଯିବ । ଜସପ୍ରୀତ ବୁମ୍ରା ସେତେବେଳକୁ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ଅଧିକ ସମୟ ପାଇବେ ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି ଯେ, "ଜସପ୍ରୀତ ବୁମ୍ରା (Jasprit Bumrah) ତାଙ୍କ ଫିଟନେସରେ ଉନ୍ନତି କରୁଛନ୍ତି, କିନ୍ତୁ ସେ  ୧୦୦ ପ୍ରତିଶତ ମ୍ୟାଚ୍ ଫିଟନେସ୍ ଠାରୁ ବହୁତ ଦୂରରେ ଅଛନ୍ତି । କ୍ରିକେଟ୍ ମଇଦାନକୁ ଫେରିବା ପୂର୍ବରୁ ତାଙ୍କୁ ଆଉ ୨ ସପ୍ତାହ ରିହ୍ୟାବିଲିଟେଶନ କରିବାକୁ ପଡିବ । ଯଦି ସବୁ ଠିକ୍ ହୁଏ, ତେବେ ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଫେରିବା ପୂର୍ବରୁ ଘରୋଇ କ୍ରିକେଟ୍ ଖେଳିପାରନ୍ତି, କିନ୍ତୁ ଏହା ଚୟନକର୍ତ୍ତା ଏବଂ ସେମାନଙ୍କ ଅବସ୍ଥା ଉପରେ ନିର୍ଭର କରେ ।" ଏଠାରେ ଜଣାଇ ରଖୁଛୁ ଯେ, ଜସପ୍ରୀତ ବୁମରା ପିଠିରେ ଆଘାତ ପାଇ ସୁସ୍ଥ ହେବା ପରେ ଫେରିବା ବାଟରେ ଥିଲେ, କିନ୍ତୁ ଏନସିଏରେ ବୋଲିଂ କରୁଥିବା ବେଳେ ସେ ପୁଣି ଥରେ ପିଠିରେ ଯନ୍ତ୍ରଣା ଅଭିଯୋଗ କରିଥିଲେ । ଫଳରେ ତାଙ୍କୁ ପରେ ଶ୍ରୀଲଙ୍କା ସିରିଜରୁ ବାଦ ଦିଆଯାଇଥିଲା । ସଂପୂର୍ଣ୍ଣ ଫିଟନେସ୍ ଫେରି ପାଇବା ପାଇଁ ତାଙ୍କୁ ରିହ୍ୟାବ୍ ଜାରି ରଖିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ବଡ଼ ଝଟକା! ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଲେ ଏହି ଖତରନାକ୍ ବ୍ୟାଟ୍ସମ୍ୟାନ୍

ଅଧିକ ପଢ଼ନ୍ତୁ:- ଭାରତଠୁ ଲଜ୍ଜାଜନକ ପରାଜୟ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ହଙ୍ଗାମା, ନେଲା ଏହି ବଡ଼ ପଦକ୍ଷେପ

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, "୨୦୨୩ ଦିନିକିଆ ବିଶ୍ୱକପକୁ ମାତ୍ର ୧୦ ମାସ ବାକି ଅଛି, ବିସିସିଆଇ ଜସପ୍ରୀତ ବୁମ୍ରାଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ଯେତେବେଳେ ଖେଳାଳିମାନେ ଆହତ ହୁଅନ୍ତି, ଆମେ କୌଣସି ରିସ୍କ ନେଇ ପାରିବୁ ନାହିଁ । ଜସପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନକୁ ତ୍ୱରାନ୍ୱିତ କରି ଆମେ ଏକ ଭାରି ମୂଲ୍ୟ ଦେଇସାରିଛୁ ଓ ସେ ଟି-20 ବିଶ୍ୱକପ ୨୦୨୨କୁ ମିସ୍ କରିଛନ୍ତି । ଦିନିକିଆ ବିଶ୍ୱକପ ୨୦୨୩ରେ ଆମର ଯୋଜନା ପାଇଁ ସେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଜସପ୍ରୀତ ବୁମ୍ରା ଫେରିବେ । ଘରୋଇ କ୍ରିକେଟ କଥା ଯେତେ ଦୂର, ଅନ୍ତର୍ଜାତୀୟ କ୍ରିକେଟ୍ ଯିବା ପୂର୍ବରୁ ସମସ୍ତ କ୍ରିକେଟରଙ୍କ ପାଇଁ ଏହା ଏକ ଭଲ ଅଭ୍ୟାସ କ୍ଷେତ୍ର ହୋଇଥାଏ ।"