RCB vs LSG IPL 2023: RCB ବିପକ୍ଷରେ ଐତିହାସିକ ବିଜୟ ପରେ ଅଧିନାୟକ ରାହୁଲଙ୍କ ବଡ଼ ବୟାନ, ଏହି ଖେଳାଳିଙ୍କୁ କହିଲେ LSGର ପ୍ରକୃତ ହିରୋ
Advertisement
Article Detail0/zeeodisha/odisha1647407

RCB vs LSG IPL 2023: RCB ବିପକ୍ଷରେ ଐତିହାସିକ ବିଜୟ ପରେ ଅଧିନାୟକ ରାହୁଲଙ୍କ ବଡ଼ ବୟାନ, ଏହି ଖେଳାଳିଙ୍କୁ କହିଲେ LSGର ପ୍ରକୃତ ହିରୋ

RCB vs LSG IPL 2023: ଗତକାଲି ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଶେଷ ବଲରେ ଏହି ମ୍ୟାଚକୁ ଲକ୍ଷ୍ନୌ ଜିତିବାରେ ସଫଳ ହୋଇଛି । ଏହି ବିଜୟର ହିରୋ ଥିଲେ ନିକୋଲସ୍ ପୁରନ । ସେ ଧମାକାଦାର ବ୍ୟାଟିଂ କରି ଲକ୍ଷ୍ନୌକୁ ବିଜୟ ପ୍ରଦାନ କରିଥିଲେ । 

RCB vs LSG IPL 2023: RCB ବିପକ୍ଷରେ ଐତିହାସିକ ବିଜୟ ପରେ ଅଧିନାୟକ ରାହୁଲଙ୍କ ବଡ଼ ବୟାନ, ଏହି ଖେଳାଳିଙ୍କୁ କହିଲେ LSGର ପ୍ରକୃତ ହିରୋ

KL Rahul On RCB vs LSG Match, IPL 2023: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ ୨୦୨୩ (IPL 2023) ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଶେଷ ବଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Lucknow Super Giants vs Royal Challengers Bangalore) କୁ ଗୋଟିଏ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ୍ (RCB vs LSG Match) ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ (Lucknow Super Giants Captain) କେ.ଏଲ୍ ରାହୁଲ (KL Rahul) ନିକୋଲାସ୍ ପୁରନ୍ (Nicholas Pooran) ଓ ମାର୍କସ୍ ଷ୍ଟୋଇନିସ (Marcus Stoinis) ଙ୍କ ପ୍ରଶଂସା କରିଛନ୍ତି । ବିଜୟ ପାଇଁ ୨୧୩ ରନର କଠିନ ଲକ୍ଷ୍ୟକୁ ପିଛା କରି  ଲକ୍ଷ୍ନୌ ସୁପର ଜିଆଣ୍ଟସ୍  Lucknow Super Giants) ଏହି ଲକ୍ଷ୍ୟକୁ ଶେଷ ବଲରେ ହାସଲ କରିଥିଲା । ଦଳର ଖରାପ ଆରମ୍ଭ ସତ୍ତ୍ୱେ ନିକୋଲାସ ପୁରନଙ୍କ ୧୯ ବଲ ୬୨ ରନର ଦମଦାର୍ ଇଂନିସ ଓ ଏହାସହ ମାର୍କସ୍ ଷ୍ଟୋଇନିସଙ୍କ ଆକ୍ରମଣାତ୍ମକ ୬୫ ରନ ଇନିଂସ ସାହାଯ୍ୟରେ ଏହି ମ୍ୟାଚକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଜିତିବାର ସଫଳ ହୋଇଛି ।

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ (Lucknow Super Giants Captain) କେ.ଏଲ୍ ରାହୁଲ (KL Rahul) କହିଛନ୍ତି ଯେ, "ଅବିଶ୍ୱସନୀୟ । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ଯେଉଁଠାରେ ମୁଁ ଖେଳି ବଡ଼ ହୋଇଛି ଓ ଏଠାରେ ଅଧିକାଂଶ ମ୍ୟାଚର ଫଳାଫଳ ଶେଷ ବଲରେ ଆସିଥାଏ । ଆମେ ଜାଣିଥିଲୁ ଯେ ଏତେ ବଡ଼ ଟାର୍ଗେଟକୁ ଗୋଡ଼ାଇବା ସହଜ ହେବ ନାହିଁ । ସେମାନେ ପାୱାରପ୍ଲେରେ ଭଲ ବୋଲିଂ କରିଥିଲେ କିନ୍ତୁ ଯଦି ଆମେ ମ୍ୟାଚ୍ ଜିତୁ ତେବେ ଏହା ନିକୋଲାସ ପୁରନ୍ (Nicholas Pooran) ଓ ମାର୍କସ୍ ଷ୍ଟୋଇନିସ (Marcus Stoinis) ଙ୍କ କାରଣରୁ ହୋଇଛି । ଏହି କାରଣରୁ ଆମେ ପୁରଣ, ଷ୍ଟୋଇନିସ୍ ଏବଂ ଆୟୁଷ ବଡୋନି (Ayush Badoni) ଙ୍କ ପରି ଦମଦାର୍ ଖେଳାଳିଙ୍କୁ ନେଇଥିଲୁ । ବଡୋନି ଜଣେ ଫିନିଶର ଭୂମିକା ନିର୍ବାହ କରିବାକୁ ଶିଖୁଛନ୍ତି ।"

fallback

ଆପଣଙ୍କୁ କହି ରଖୁଛୁ ଯେ, ନିକୋଲସ ପୁରନ (Nicholas Pooran) ଙ୍କ ୧୯ ବଲରେ ୬୨ ରନର ଧମାଦାର ଇନିଂସ ଓ ମାର୍କସ ଷ୍ଟୋଇନିସ (Marcus Stoinis) ଙ୍କ ଆକ୍ରମଣାତ୍ମକ ୬୫ ରନ ସାହାଯ୍ୟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (Lucknow Super Giants) ଏକ ରୋମାଞ୍ଚକର ଆଇପିଏଲ ମ୍ୟାଚରେ ଶେଷ ବଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) କୁ ଗୋଟିଏ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ (Faf du Plessis), ବିରାଟ କୋହଲି (Virat Kohli) ଏବଂ ଗ୍ଲେନ୍ ମ୍ୟାକ୍ସୱେଲ (Glenn Maxwell) ଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ଆଧାରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨ ୱିକେଟ ହରାଇ ୨୧୨ ରନ କରିଥିଲା ।

ଅଧିକ ପଢ଼ନ୍ତୁ-ଆଜିଠୁ ଏହି ୩ ରାଶି ଉପରେ ବର୍ଷିବ ଶନି ଦେବଙ୍କ କୃପା, ଶୁଭ ଦଶମୀ ଦୃଷ୍ଟି କରିଦେବ ଆପଣଙ୍କୁ ମାଲାମାଲ୍!

ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ବଡ଼ ଘୋଷଣା

ଅଧିକ ପଢ଼ନ୍ତୁ-ଝିଅଙ୍କୁ ଆଦୌ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି

ଏହାର ଜବାବରେ ନିକୋଲାସ ପୁରଣ (Nicholas Pooran) ଓ ମାର୍କସ ଷ୍ଟୋଇନିସ୍ (Marcus Stoinis) ଲକ୍ଷ୍ନୌ ସୁପର ଜିଆଣ୍ଟସ (Lucknow Super Giants) ର ସ୍ମରଣୀୟ ବିଜୟର ମୂଳଦୁଆ ପକାଇଥିଲେ । ନିକୋଲସ ପୁରନ୍ ମାତ୍ର ୧୫ ବଲରେ ଏହି ସିଜନର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପୂର୍ବରୁ ଡୁ ପ୍ଲେସିସ୍ ୪୬ ବଲରେ ୭୯ ରନ୍ ସ୍କୋର କରିବା ପରେ ଆରସିବି ପାଇଁ ଅପରାଜିତ ରହିଥିଲେ । ଅନ୍ୟପଟେ ବିରାଟ କୋହଲି (Virat Kohli) ୪୪ ବଲରେ ୬୧ ରନ୍ ସଂଗ୍ରହ କରିଥିଲେ । ପ୍ରଥମ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଉଭୟ ପ୍ରଥମ ୱିକେଟ୍ ପାଇଁ ୯୬ ରନର ପାର୍ଟନରଶିପ୍ କରିଥିଲେ ।