lowest total in men’s T20 cricket: ୧୫ରନରେ ପୁରା ଦଳ ଆଉଟ, ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲା ଏହି ଦଳ
Advertisement
Article Detail0/zeeodisha/odisha1488718

lowest total in men’s T20 cricket: ୧୫ରନରେ ପୁରା ଦଳ ଆଉଟ, ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲା ଏହି ଦଳ

ମିଳିଥିବା ସୂଚନା ଅନୁଯାୟୀ ଘରୋଇ ବିଗବାସ ଲିଗରେ ଖେଳାଯାଇଥିବା ଏକ ମ୍ୟାଚରେ ଆଡିଲେଡ଼ ଷ୍ଟ୍ରାଇକର୍ସକୁ ଭେଟିଥିଲା ସିଡନୀ ଥଣ୍ଡର। ପ୍ରଥମେ ଆଡିଲେଡ଼ ଷ୍ଟାଇକର୍ସ ବ୍ୟାଟିଂ କରି ୧୩୯ ରନ କରିଥିଲା। ୧୪୦ରନ ବିଜୟ ଲକ୍ଷ୍ୟକୁ ପିଛା କରି ପ୍ରଥମ ୪ ଜଣଙ୍କ ମଧ୍ୟରୁ ୩ ଜଣ ଶୂନ ରନରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ। 

lowest total in men’s T20 cricket: ୧୫ରନରେ ପୁରା ଦଳ ଆଉଟ, ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲା ଏହି ଦଳ

lowest total in men’s T20 cricket:  ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ। ରେକର୍ଡର ଖେଳ ହେଉଛି କ୍ରିକେଟ। ପ୍ରତିଟି ମ୍ୟାଚରେ କିଛି ନା କିଛି ରେକର୍ଡ ହୋଇଥାଏ। ତେବେ ଏହି ରେକର୍ଡ ମଧ୍ୟରେ ଏକ ଲଜ୍ଜାଜନକ ରେକର୍ଡ ହୋଇଛି। ଏହି ରେକର୍ଡର ଅଧିକାରୀ ହୋଇଛି ଦ ସିଡନୀ ଥଣ୍ଡର। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ ବାସ ଲିଗରେ ସିଡନୀ ଥଣ୍ଡର ଏହି ଲଜ୍ଜାଜନକ ରେକର୍ଡ ମୁଣ୍ଡାଇଛି। 

ମିଳିଥିବା ସୂଚନା ଅନୁଯାୟୀ ଘରୋଇ ବିଗବାସ ଲିଗରେ ଖେଳାଯାଇଥିବା ଏକ ମ୍ୟାଚରେ ଆଡିଲେଡ଼ ଷ୍ଟ୍ରାଇକର୍ସକୁ ଭେଟିଥିଲା ସିଡନୀ ଥଣ୍ଡର। ପ୍ରଥମେ ଆଡିଲେଡ଼ ଷ୍ଟାଇକର୍ସ ବ୍ୟାଟିଂ କରି ୧୩୯ ରନ କରିଥିଲା। ୧୪୦ରନ ବିଜୟ ଲକ୍ଷ୍ୟକୁ ପିଛା କରି ପ୍ରଥମ ୪ ଜଣଙ୍କ ମଧ୍ୟରୁ ୩ ଜଣ ଶୂନ ରନରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ। ସେହିପରି ମାଥ୍ୟୁଙ୍କ ବଲରେ ସିଡନୀ ଥଣ୍ଡରର ଓ୍ୱେସ ଅଗର ଆଉଟ ହୋଇଥିଲେ। ପରେ ସିଡନୀ ବଡ଼ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲେ। ସେପଟେ ଥଣ୍ଡରରେ ଥିବା ଷ୍ଟାର ବୋଲର ରସିଦ ଖାନ ମଧ୍ୟ ବିଫଳ ହୋଇଥିଲେ। 

ତେବେ ଆଡିଲେଡ଼ ଷ୍ଟ୍ରାଇକର୍ସ ଘାତକ ବୋଲିଂ ଆଗରେ ସିଡନୀ ଥଣ୍ଡରର ବ୍ୟାଟସମ୍ୟାନ ହାର ମାନିଥିଲେ। ଫଳରେ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଖେଳ ମାତ୍ର ୫.୫ ଓଭରରେ ୧୫ ରନରେ ଶେଷ ହୋଇଥିଲା। ଫଳରେ ସର୍ବନିମ୍ନ ସ୍କୋର କରି ସିଡନୀ ଥଣ୍ଡର ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ତେବେ ଏହା ପୂର୍ବରୁ ଏହି ରେକର୍ଡର ଅଧିକାରୀ ହୋଇଥିଲା ତୁର୍କି। ୨୦୧୯ ମସିହାରେ ଚେକ ରିପବ୍ଲିକ ବିରୁଦ୍ଧରେ ତୁର୍କି ଏହି ରେକର୍ଡର ଅଧିକାରୀ ହୋଇଥିଲା। ତୁର୍କି ମାତ୍ର ୨୧ ରନରେ ଆଉଟ ହୋଇଥିଲା। ସେହିପରି ମହିଳା ଟି୨୦ କ୍ରିକେଟରେ ମାଳଦ୍ୱୀପର ମହିଳା କ୍ରିକେଟରମାନେ ମଧ୍ୟ ଏହି ଲଜ୍ଜା ଜନକ ରେକର୍ଡର ଅଧିକାରୀ ରହିଛନ୍ତି। ସେମାନେ ମାତ୍ର ୬ ରନରେ ଅଲ ଆଉଟ ହୋଇଯାଇଥିଲେ।