ମାର୍ଟିନ ଗୁପଟିଲ ପୁଣିଥରେ ଭାଙ୍ଗିଲେ ରୋହିତ ଶର୍ମାଙ୍କ ଏହି ବିଶ୍ୱ ରେକର୍ଡ, କିନ୍ତୁ...
Advertisement
Article Detail0/zeeodisha/odisha1303332

ମାର୍ଟିନ ଗୁପଟିଲ ପୁଣିଥରେ ଭାଙ୍ଗିଲେ ରୋହିତ ଶର୍ମାଙ୍କ ଏହି ବିଶ୍ୱ ରେକର୍ଡ, କିନ୍ତୁ...

Martin Guptill: ଭାରତୀୟ କ୍ୟାପଟେନ ରୋହିତ ଶର୍ମା କିଛି ସମୟ ପାଇଁ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ନିଜ ନାମରେ କରିଥିଲେ, କିନ୍ତୁ ବର୍ତ୍ତମାନ ଏହି ସଫଳତା ନ୍ୟୁଜିଲ୍ୟାଣ୍ଡ ଓପନର୍ ମାର୍ଟିନ ଗୁପଟିଲ ନିଜ ନାମରେ କରିନେଇଛନ୍ତି ।

ମାର୍ଟିନ ଗୁପଟିଲ ପୁଣିଥରେ ଭାଙ୍ଗିଲେ ରୋହିତ ଶର୍ମାଙ୍କ ଏହି ବିଶ୍ୱ ରେକର୍ଡ, କିନ୍ତୁ...

ନୂଆଦିଲ୍ଲୀ: Martin Guptill: ନ୍ୟୁଜିଲ୍ୟାଣ୍ଡ ଦଳର ଓପନର୍ ମାର୍ଟିନ ଗୁପଟିଲ (Martin Guptill), ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା (Rohit Sharma) ଓ ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ଙ୍କ ମଧ୍ୟରେ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ଏକ ଲଢ଼େଇ ଆରମ୍ଭ ହୋଇଛି । ଏହି ୩ ଜଣଙ୍କ ମଧ୍ୟରେ କେତେବେଳେ ବି କେହିଁ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ହୋଇଯାଆନ୍ତି । ଏଭଳି ପରିସ୍ଥିତିରେ ପୁଣି ଥରେ ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ ମାର୍ଟିନ ଗୁପଟିଲ ଭାଙ୍ଗିଛନ୍ତି ।

ଭାରତୀୟ କ୍ୟାପଟେନ ରୋହିତ ଶର୍ମା କିଛି ସମୟ ପାଇଁ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ନିଜ ନାମରେ କରିଥିଲେ, କିନ୍ତୁ ବର୍ତ୍ତମାନ ଏହି ସଫଳତା ନ୍ୟୁଜିଲ୍ୟାଣ୍ଡ ଓପନର୍ ମାର୍ଟିନ ଗୁପଟିଲ ନିଜ ନାମରେ କରିନେଇଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ଶେଷ ମ୍ୟାଚରେ ଗୁପଟିଲ ୬ ରନ୍ କରିବା ମାତ୍ରେ ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି ।

ତେବେ ରୋହିତ ଶର୍ମା ଏହି ରେକର୍ଡକୁ ପୁଣିଥରେ ତାଙ୍କ ନାମରେ କରିନେବେ । ନିକଟ ଅତୀତରେ ଗୁପଟିଲଙ୍କୁ କୌଣସି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ନାହିଁ, ଯେତେବେଳେ କି ରୋହିତ ଶର୍ମା ଅଗଷ୍ଟ ୨୮ରେ ଏସିଆ କପ୍ ୨୦୨୨ରେ ପାକିସ୍ତାନ ବିପକ୍ଷରେ ଟି-20 ଇଣ୍ଟରନ୍ୟାସନାଲ ଖେଳିବେ ଓ ସେ ୧୧ ରନ କରି ଗୁପଟିଲଙ୍କୁ ପଛକୁ ଛାଡିଦେବେ । ଯଦି ରୋହିତ ଶର୍ମା ୧୩ ରନ କରନ୍ତି ତେବେ ସେ ପ୍ରଥମ ଖେଳାଳି ଭାବେ ୩,୫୦୦ ଟି-20 ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ହେବାର ଗୌରବ ହାସଲ କରିବେ । 

ଏହା ବି ପଢ଼ନ୍ତୁ:-ପ୍ରଥମେ ଶୁଭେଚ୍ଛା ପରେ ମୋଦି ସରକାରଙ୍କୁ ଚେତାବନୀ, ସୋନିଆ ଗାନ୍ଧୀଙ୍କ ବାର୍ତ୍ତାରେ ଲୁଚି ରହିଛି ଅନେକ ସଙ୍କେତ

ଏହା ବି ପଢ଼ନ୍ତୁ:-ଲାଲକିଲାରୁ ପିଏମ ମୋଦିଙ୍କ ୫ଟି ସଂକଳ୍ପ ଓ ୨୫ ବର୍ଷର ଦେଲେ ଟାର୍ଗେଟ, ଜାଣନ୍ତୁ ଏହା ବିଷୟରେ...

ଏହା ବି ପଢ଼ନ୍ତୁ:-ପ୍ରଥମ ଥର ପାଇଁ ସ୍ୱଦେଶୀ ଗନରେ ୨୧ ତୋପର ଦିଆଗଲା ସଲାମୀ, ଜାଣନ୍ତୁ ଏଥର ସ୍ୱାଧୀନତା ଦିବସ କାହିଁକି ଏତେ ଖାସ୍

 

ଡାହାଣ ହାତର ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗୁପଟିଲ ବର୍ତ୍ତମାନ ୩,୪୯୭ ରନ୍ ସହ ଟି-20 କ୍ରିକେଟରେ ଶୀର୍ଷରେ ଥିବାବେଳେ ରୋହିତ ଶର୍ମା ୩,୪୮୭ ରନ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୩୩୦୮ ରନ କରିଥିବା ବିରାଟ କୋହଲିଙ୍କ ନାମ ତୃତୀୟ ସ୍ଥାନରେ ରହିଛି । ଚଳିତ ବର୍ଷ ବିରାଟ କୋହଲି ଅନେକ ଟି-20 ଅନ୍ତର୍ଜାତୀୟ ମ୍ୟାଚରୁ ବଞ୍ଚିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଆଶା କରାଯାଉଛି ଯେ ସେ ଏସିଆ କପରେ ମୈଦାନକୁ ଓହ୍ଲାଇବା ପରେ ତାଙ୍କ ବ୍ୟାଟରୁ ରନ୍ ଆସିବ ।