Mayank Agarwal: ରାହୁଲଙ୍କ ଯୋଗୁଁ ବର୍ବାଦ ହୋଇଛି ଏହି ଭାରତୀୟ ଖେଳାଳିଙ୍କ କ୍ୟାରିୟର! ବର୍ତ୍ତମାନ ଦ୍ୱିଶତକ ଲଗାଇ ଚୟନକର୍ତ୍ତାଙ୍କୁ ଦେଲେ ମୁହଁତୋଡ଼ ଜବାବ
Advertisement

Mayank Agarwal: ରାହୁଲଙ୍କ ଯୋଗୁଁ ବର୍ବାଦ ହୋଇଛି ଏହି ଭାରତୀୟ ଖେଳାଳିଙ୍କ କ୍ୟାରିୟର! ବର୍ତ୍ତମାନ ଦ୍ୱିଶତକ ଲଗାଇ ଚୟନକର୍ତ୍ତାଙ୍କୁ ଦେଲେ ମୁହଁତୋଡ଼ ଜବାବ

Mayank Agarwal: ଏହି ଖେଳାଳି ତାଙ୍କ ଡବଲ ସେଞ୍ଚୁରୀ ଆଧାରରେ ଚୟନକର୍ତ୍ତାଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । କେ.ଏଲ୍ ରାହୁଲଙ୍କ କାରଣରୁ ଏହି ଖେଳାଳଙ୍କୁ ଟିମ୍ ଇଣ୍ଡିଆରୁ ବାହାର କରାଯାଇଥିଲା । ଏହି ଖେଳାଳିଙ୍କୁ ଟିମ୍ ଇଣ୍ଡିଆର ଭବିଷ୍ୟତ ଭାବରେ ମନେ କରାଯାଉଥିଲା । ଅଷ୍ଟ୍ରେଲୀୟ ମହାନ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ ସହ ମଧ୍ୟ ତୁଳନା କରାଯାଇଥିଲା । 

Mayank Agarwal: ରାହୁଲଙ୍କ ଯୋଗୁଁ ବର୍ବାଦ ହୋଇଛି ଏହି ଭାରତୀୟ ଖେଳାଳିଙ୍କ କ୍ୟାରିୟର! ବର୍ତ୍ତମାନ ଦ୍ୱିଶତକ ଲଗାଇ ଚୟନକର୍ତ୍ତାଙ୍କୁ ଦେଲେ ମୁହଁତୋଡ଼ ଜବାବ

Mayank Agarwal Double Century: ଟିମ୍ ଇଣ୍ଡିଆ (Team India) ର  ଜଣେ ଟେଲେଣ୍ଡେଡ୍ ତଥା ଖତରନାକ୍ ଖେଳାଳିଙ୍କ କ୍ୟାରିଅର୍ କେଏଲ୍ ରାହୁଲ (KL Rahul) ଙ୍କ କାରଣରୁ ପ୍ରାୟ ବର୍ବାଦ ହୋଇସାରିଛି । କିନ୍ତୁ ବର୍ତ୍ତମାନ ହଠାତ୍ ଏହି ଖେଳାଳି ନିଜ ବ୍ୟାଟ୍ ସହିତ ଝଡ଼ ସୃଷ୍ଟି କରି ଏକ ଦମଦାର୍ ଦ୍ୱିଶତକ ଲଗାଇଛନ୍ତି । ଏହି ଖେଳାଳି ତାଙ୍କ ଡବଲ ସେଞ୍ଚୁରୀ ଆଧାରରେ ଚୟନକର୍ତ୍ତାଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । କେ.ଏଲ୍ ରାହୁଲଙ୍କ କାରଣରୁ ଏହି ଖେଳାଳଙ୍କୁ ଟିମ୍ ଇଣ୍ଡିଆରୁ ବାହାର କରାଯାଇଥିଲା । ଏହି ଖେଳାଳିଙ୍କୁ ଟିମ୍ ଇଣ୍ଡିଆର ଭବିଷ୍ୟତ ଭାବରେ ମନେ କରାଯାଉଥିଲା । ଅଷ୍ଟ୍ରେଲୀୟ ମହାନ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ ସହ ମଧ୍ୟ ତୁଳନା କରାଯାଇଥିଲା । କିନ୍ତୁ ଟିମ୍ ଇଣ୍ଡିଆର ଚୟନକର୍ତ୍ତାମାନେ କେ.ଏଲ୍ ରାହୁଲଙ୍କ କାରଣରୁ ଏହି ଖେଳାଳିଙ୍କୁ ଭାରତୀୟ ଦଳ (Indian Cricket Team) ରୁ ବାହାର କରିଦେଇଛନ୍ତି । 

ଏହି ଖେଳାଳି ଆଉ ଅନ୍ୟ କେହି ନୁହଁନ୍ତି, ସେ ହେଉଛନ୍ତି ମୟଙ୍କ ଅଗ୍ରୱାଲ (Mayank Agarwal) । ସେ ନିଜର ପ୍ରଥମ ୧୨ ଟେଷ୍ଟ ଇନିଂସରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ୨ଟି ଡବଲ ସେଞ୍ଚୁରୀ ଲଗାଇଛନ୍ତି । ଏହା କରି ମୟଙ୍କ ଅଗ୍ରୱାଲ ଅଷ୍ଟ୍ରେଲୀୟ ମହାନ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ । ଟିମ୍ ଇଣ୍ଡିଆରେ କେ.ଏଲ୍ ରାହୁଲଙ୍କ କାରଣରୁ ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ଅନ୍ୟାୟର ଶିକାର ହୋଇଛନ୍ତି । ଏହା ପରେ ତାଙ୍କୁ ଟେଷ୍ଟ ଓ ଦିନିକିଆ ଦଳରୁ ବାଦ ଦିଆଯାଇଛି । 

ମୟଙ୍କ ଅଗ୍ରୱାଲ (Mayank Agarwal) ବର୍ତ୍ତମାନ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବାକୁ ପ୍ରୟାସ କରୁଛନ୍ତି ଓ ରନ୍ ବର୍ଷା ମଧ୍ୟ କରୁଛନ୍ତି । କିନ୍ତୁ ଚୟନକର୍ତ୍ତାମାନେ ଏହି ବ୍ୟାଟ୍ସମ୍ୟାନଙ୍କୁ ଗୋଟିଏ ହେଲେ ସୁଯୋଗ ଦେଉ ନାହାଁନ୍ତି । କେ.ଏଲ୍ ରାହୁଲଙ୍କ କାରଣରୁ ବର୍ତ୍ତମାନ ମୟଙ୍କ ଅଗ୍ରୱାଲ (Mayank Agarwal) ଙ୍କ ଟିମ୍ ଇଣ୍ଡିଆକୁ ଫେରିବା ଅସମ୍ଭବ ହୋଇପଡିଛି । ମୟଙ୍କ ଅଗ୍ରୱାଲ (Mayank Agarwal) ୨୦୨୦ ରେ ତାଙ୍କର ଶେଷ ODI ମ୍ୟାଚ୍ ଖେଳିଥିଲେ । ୨୦୨୨ ମସିହାରେ ମୟଙ୍କ ଅଗ୍ରୱାଲ (Mayank Agarwal) ଶେଷ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ।

ଅଧିକ ପଢ଼ନ୍ତୁ:-ଏୟାରଟେଲ ଉପଭୋକ୍ତାଙ୍କ ପାଇଁ ଖରାପ ଖବର! କମ୍ପାନୀ ଦେଲା ଏହି ବଡ଼ ସୂଚନା

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳ ପାଇଁ ଖରାପ ଖବର; ଆହତ ହେଲେ ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ମ୍ୟାଚ୍ ୱିନର, ଦ୍ୱିତୀୟ ମ୍ୟାଚରୁ ହେବେ ବାହାର!

ଅଧିକ ପଢ଼ନ୍ତୁ:-ପିଏମ କିସାନର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଚାଷୀ!

 

ଭାରତୀୟ ଟେଷ୍ଟ ଦଳରୁ ବାଦ୍ ପଡ଼ିଥିବା ମୟଙ୍କ ଅଗ୍ରୱାଲ (Mayank Agarwal) ଙ୍କ ଅପରାଜିତ ଦ୍ୱିଶତକ ସହାୟତାରେ କର୍ଣ୍ଣାଟକ ଗୁରୁବାର ଦିନ କେରଳ ବିପକ୍ଷ ରଣଜୀ ଟ୍ରଫି ଗ୍ରୁପ ସି ମ୍ୟାଚର ପ୍ରଥମ ଇନିଂସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । କର୍ଣ୍ଣାଟକ ଅଧିନାୟକ ମୟଙ୍କ ଅଗ୍ରୱାଲ (Mayank Agarwal) ଙ୍କ ୩୬୦ ବଲରେ ୨୦୮ ରନ୍ ସହାୟତାରେ ତୃତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଦଳ ୬ ୱିକେଟ୍ ହରାଇ ୪୧୦ ରନ୍ ସ୍କୋର କରିଥିଲା । କେରଳ ପ୍ରଥମ ଇନିଂସରେ ୩୨୪ ରନ୍ ସଂଗ୍ରହ କରିଥିଲା ।