IPL 2024: ଆଇପିଏଲ୍ ୨୦୨୪ ରେ ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳ କ୍ରମାଗତ ଭାବେ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହୋଇଛି | ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍ରେ ହାଇ ସ୍କୋରିଂ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ (SRH) ମୁମ୍ବାଇ ଇଣ୍ଡିଆନ୍ସ (MI) କୁ ୩୧ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ (SRH) ବୋର୍ଡରେ ୨୭୭ ରନ୍ କରିଥିଲା।
Trending Photos
IPL 2024: ଆଇପିଏଲ୍ ୨୦୨୪ ରେ ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳ କ୍ରମାଗତ ଭାବେ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହୋଇଛି | ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍ରେ ହାଇ ସ୍କୋରିଂ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ (SRH) ମୁମ୍ବାଇ ଇଣ୍ଡିଆନ୍ସ (MI) କୁ ୩୧ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ (SRH) ବୋର୍ଡରେ ୨୭୭ ରନ୍ କରିଥିଲା। ଏହା ମଧ୍ୟ ଆଇପିଏଲ୍ ଇତିହାସରେ ସର୍ବ ବୃହତ ଦଳର ରେକର୍ଡ। ଏହି ସମୟ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବୋଲର ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ବୋଲରଙ୍କ ଲଜ୍ଜାଜନକ ପ୍ରଦର୍ଶନ:
ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳ ଦକ୍ଷିଣ ଆଫ୍ରିକାର ୧୭ ବର୍ଷୀୟ ଯୁବ ଦ୍ରୁତ ବୋଲର କ୍ୱେନା ମାଫାକାଙ୍କୁ ଏହି ମ୍ୟାଚରେ ଆଇପିଏଲ୍ ଡେବ୍ୟୁ କରିବାକୁ ସୁଯୋଗ ମିଳିଛି। ଏହି ମ୍ୟାଚରେ କ୍ୱେନା ମାଫାକା ୪ ଓଭରରେ ବୋଲିଂରେ ୬୬ ରନ୍ ଦେଇଥିଲେ। କ୍ୱେନା ମାଫାକା ଗୋଟିଏ ୱିକେଟ୍ ମଧ୍ୟ ନେବାରେ ବିଫଳ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଆଇପିଏଲ୍ ଡେବ୍ୟୁରେ କୌଣସି ବୋଲରଙ୍କ ଏହା ସବୁଠାରୁ ଖରାପ ବୋଲିଂ ପ୍ରଦର୍ଶନ।
ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ:
ସେପଟେ ମୁମ୍ବାଇ ମୁମ୍ବାଇ ଇଣ୍ଡିଆନ୍ସର ନୂଆ କ୍ୟାପଟେନ୍ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି କ୍ରିକେଟ୍ ପ୍ରେମୀ। ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ମିଳିଥିବା ଦାୟିତ୍ୱକୁ ନେଇ ନାଖୁସ୍ ଅଛନ୍ତି ରୋହିତଙ୍କ ଫ୍ୟାନ୍ସ। ଲଗାତାର ଭାବେ ସୋସିଆଲ ମିଡିଆରେ ହାର୍ଦ୍ଦିକଙ୍କୁ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି। ସେପଟେ ତାଙ୍କ ଅଧିନାୟକତ୍ୱରେ ଦଳର ଏପରି ଖରାପ ପ୍ରଦର୍ଶନକୁ ନେଇ ମଧ୍ୟ ଖୁବ୍ ସମାଲୋଚନା କରାଯାଉଛି।
Congratulations Hardik pandya for breaking RCB'S highest score record!!
The captaincy contribution was so valuable..!! pic.twitter.com/XRGHAkgTg4
— ᴘʀᴀᴛʜᴍᴇsʜ⁴⁵ (@45Fan_Prathmesh) March 27, 2024
ପ୍ରଥମ ମ୍ୟାଚ୍ ପରି ଏହି ମ୍ୟାଚ୍ ରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଜସପ୍ରୀତ ବୁମ୍ରାଙ୍କ ପୂର୍ବରୁ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ଯଦିଓ ହାର୍ଦ୍ଦିକ ନିଶ୍ଚିତ ଭାବରେ ଗୋଟିଏ ୱିକେଟ୍ ନେଇଛନ୍ତି । ଏହି ମ୍ୟାଚ୍ରେ ହାର୍ଦ୍ଦିକ ୪ ଓଭରରେ ୪୬ ରନରେ ଗୋଟିଏ ୱିକେଟ୍ ନେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଏକ ଲଜ୍ଜାଜନକ ରେକର୍ଡ କରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଉପଭୋକ୍ତାମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି କରୁଛନ୍ତି।
The captaincy of Hardik Pandya has been ordinary to say the least. Keeping Bumrah away for too long when the carnage was on was beyond my understanding.
— Irfan Pathan (@IrfanPathan) March 27, 2024