ODI World Cup 2023: ବିଶ୍ୱକପ୍ ୨୦୨୩ ପାଇଁ ୨୦ ଖେଳାଳିଙ୍କୁ ସର୍ଟଲିଷ୍ଟ କଲା BCCI, ହର୍ଷ ଭୋଗଲେ କହିଲେ ସମ୍ଭାବ୍ୟ ନାମ
Advertisement
Article Detail0/zeeodisha/odisha1511637

ODI World Cup 2023: ବିଶ୍ୱକପ୍ ୨୦୨୩ ପାଇଁ ୨୦ ଖେଳାଳିଙ୍କୁ ସର୍ଟଲିଷ୍ଟ କଲା BCCI, ହର୍ଷ ଭୋଗଲେ କହିଲେ ସମ୍ଭାବ୍ୟ ନାମ

ODI World Cup 2023: ବିସିସିଆଇ ରବିବାର ଟିମ୍ ଇଣ୍ଡିଆର ଟି-20 ବିଶ୍ୱକପରେ ଖରାପ ପ୍ରଦର୍ଶନ ଓ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ରୋଡ୍ ମ୍ୟାପ୍ ସମ୍ପର୍କରେ ଏକ ବୈଠକ କରିଛି । ଏହି ବୈଠକରେ ଅନେକ ଜିନିଷ ସାମ୍ନାକୁ ଆସିଛି । ସେଥିମଧ୍ୟରୁ ଗୋଟିଏ ହେଲା ବିସିସିଆଇ ୨୦ ଏପରି ନାମକୁ ସର୍ଟଲିଷ୍ଟ କରିଛି, ଯେଉଁମାନେ ଦିନିକିଆ ବିଶ୍ୱକପ ପାଇଁ ପ୍ରଥମ ପସନ୍ଦ ଭାବରେ ବିବେଚିତ ହେଉଛନ୍ତି ।

ODI World Cup 2023: ବିଶ୍ୱକପ୍ ୨୦୨୩ ପାଇଁ ୨୦ ଖେଳାଳିଙ୍କୁ ସର୍ଟଲିଷ୍ଟ କଲା BCCI, ହର୍ଷ ଭୋଗଲେ କହିଲେ ସମ୍ଭାବ୍ୟ ନାମ

Harsha Bhogle Favorite Players List For ODI World Cup 2023: ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ (BCCI) ତରଫରୁ ରବିବାର ଦିନ ଟିମ୍ ଇଣ୍ଡିଆ (Team India) ର ଟି-20 ବିଶ୍ୱକପ (T20 World Cup 2022) ରେ ଖରାପ ପ୍ରଦର୍ଶନ ଓ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ରୋଡ୍ ମ୍ୟାପ୍ ସମ୍ପର୍କରେ ଏକ ବୈଠକ କରାଯାଇଥିଲା । ଏହି ବୈଠକରେ ଅନେକ ଜିନିଷ ସାମ୍ନାକୁ ଆସିଛି । ସେଥିମଧ୍ୟରୁ ଗୋଟିଏ ହେଲା ବିସିସିଆଇ (BCCI) ୨୦ ଏପରି ନାମକୁ ସର୍ଟଲିଷ୍ଟ କରିଛି, ଯେଉଁମାନେ ଦିନିକିଆ ବିଶ୍ୱକପ (ODI World Cup 2023) ପାଇଁ ପ୍ରଥମ ପସନ୍ଦ ଭାବରେ ବିବେଚିତ ହେଉଛନ୍ତି । ଏହି ଖେଳାଳିମାନଙ୍କ ୱର୍କଲୋଡ ମ୍ୟାନେଜମେଣ୍ଟକୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ, ଆଇପିଏଲ୍ ଫ୍ରାଞ୍ଚାଇଜ୍ ମିଳିତ ଭାବେ ନଜର ରଖିବେ । କୁହାଯାଇଛି ଯେ, ଏହି ୨୦ଟି ନାମ ଅଲଗା ଅଲଗା ସିରିଜରେ ରୋଟେଟ କରାଯିବ ।

ଯଦିଓ, ବିସିସିଆଇ (BCCI) ଏହି ୨୦ଟି ନାମ ଘୋଷଣା କରି ନାହିଁ । କିନ୍ତୁ ଏହା ପରେ କ୍ରିକେଟ୍ ପଣ୍ଡିତଙ୍କ ମତ ମଧ୍ୟ ସାମ୍ନାକୁ ଆସୁଛି ଓ ସେମାନେ ସେମାନଙ୍କର ପସନ୍ଦର ୨୦ ଖେଳାଳିଙ୍କ ନାମ କହୁଛନ୍ତି । ଏହି ପର୍ଯ୍ୟାୟରେ ପ୍ରଥମ ନାମ ହେଉଛି ସମୀକ୍ଷକ ତଥା କ୍ରିକେଟ୍ ବିଶେଷଜ୍ଞ ହର୍ଷ ଭୋଗଲେ (Harsha Bhogle) । ହର୍ଷ ଭୋଗଲ୍ ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଦଳର ସମ୍ଭାବ୍ୟ ୨୦ ଖେଳାଳିଙ୍କ ନାମ କହିଛନ୍ତି । 

ହର୍ଷ ଭୋଗଲେ (Harsha Bhogle) ଟ୍ୱିଟ୍ କରି ଲେଖିଛନ୍ତି ଯେ, "ମୋତେ ଲାଗୁଛି କି ଏହା ହେଉଛି ଏକ କୋର ଟିମ୍, ଯେଉଁମାନଙ୍କ ସହ ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟ କାର୍ଯ୍ୟ କରିବେ: ରୋହିତ ଶର୍ମା, କେ.ଏଲ୍ ରାହୁଲ, ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ଇଶାନ କିଶନ, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଶର୍ଦ୍ଦଲ ଠାକୁର । ଏହା ହେଉଛି ମୋର ୨୧ । ମୋର ପରବର୍ତ୍ତୀ ଦୁଇଟି ପସନ୍ଦ ହେଉଛି-ରଜତ ପାଟିଦାର ଏବଂ ଉମ୍ରାନ୍ ମଲିକ୍ ।"

ଅଧିକ ପଢ଼ନ୍ତୁ:-ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-20 ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଦେଖିବେ? ଜାଣନ୍ତୁ ପୂରା ଡିଟେଲ୍ସ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଟପ୍ ୫ ଖେଳାଳି ଖେଳିପାରିବେନି IPL! BCCIର ଆକ୍ସନ ବଢ଼ାଇଲା ଫ୍ୟାନ୍ସଙ୍କ ଟେନସନ୍

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାୟୀ ଅଧିନାୟକ କରିବା ପୂର୍ବରୁ ଏହି କାମ କରୁ BCCI, ଇରଫାନ୍ ପଠାନ ଦେଲେ କଡ଼ା ଚେତାବନୀ

 

ହର୍ଷ ଭୋଗଲେ (Harsha Bhogle) ନିଜ ପସନ୍ଦର ୨୧ ଖେଳାଳିଙ୍କ ତାଲିକାରେ ଚାରି ଜଣ ୱିକେଟ୍ କିପର, ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍, ଦୁଇ ଜଣ ଦ୍ରୁତ ବୋଲିଂ ଅଲରାଉଣ୍ଡର, ତିନି ଜଣ ସ୍ପିନ୍  ବୋଲିଂ ଅଲରାଉଣ୍ଡର, ଦୁଇ ଜଣ ସ୍ପେଶାଲିଷ୍ଟ  ସ୍ପିନର ଏବଂ ପାଞ୍ଚ ଜଣ ସ୍ପେଶାଲିଷ୍ଟ ଦ୍ରୁତ ବୋଲରଙ୍କୁ ରଖିଛନ୍ତି । ଚଳିତ ବର୍ଷ ଭାରତରେ ଏକଦିବସୀୟ ବିଶ୍ୱକପ ଅନୁଷ୍ଠିତ ହେବ । ହର୍ଷ ଭୋଗଲେଙ୍କ ବ୍ୟତୀତ ଅନେକ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ସେମାନଙ୍କର ପ୍ରିୟ ଖେଳାଳିଙ୍କ ପୁଲ ବିଷୟରେ ଉଲ୍ଲେଖ କରିଛନ୍ତି ।

ଭାରତୀୟ ପରିସ୍ଥିତିକୁ ଦେଖିଲେ ୨୧ ଖେଳାଳିଙ୍କ ଏହି ପୁଲ୍ ସନ୍ତୁଳିତ ଦେଖାଯାଉଛି । ତେବେ ବିଶ୍ୱକପ ପାଇଁ କେବଳ ୧୫-୧୬ ଖେଳାଳିଙ୍କୁ ହିଁ ଚୟନ କରାଯିବ। ଯଦିଓ ଯଦି ବିସିସିଆଇ ଅନୁଭବ କରେ ଯେ ଏମାନଙ୍କ ବ୍ୟତୀତ ଅନ୍ୟ କେହି ମନୋନୀତ ହେବା ଯୋଗ୍ୟ, ତେବେ ସେହି ଖେଳାଳି ମାନେ ମଧ୍ୟ ଚୟନ ହୋଇପାରେ, କିନ୍ତୁ ସମଗ୍ର ଧ୍ୟାନ ଏହି ୨୦ ଖେଳାଳିଙ୍କ ଉପରେ ରହିବ ।