Advertisement
photoDetails0hindi

IPL 2023: ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ CSK ର ପରାଜୟର ୫ଟି ବଡ଼ କାରଣ, ଜାଣନ୍ତୁ...

IPL 2023 CSK vs GT: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ୧୬ ତମ ସିଜନ୍ ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇସାରିଛି । ଏହି ସିଜନର ପ୍ରଥମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି (Chennai Super Kings vs Gujurat Titans Match) । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ପାଞ୍ଚ ୱିକେଟରେ ଜିତିଛି ।

1/7

ମ୍ୟାଚ୍ ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିଲା ​​ଯେଉଁଥିରେ ଗୁଜୁରାଟକୁ ୮ ରନ୍ କରିବାର ଥିଲା । ତୁଷାର ଦେଶପାଣ୍ଡେଙ୍କ ସେହି ଓଭରରେ ରାହୁଲ ତେୱତିଆ ଛକା ଓ ଚୌକା ଲଗାଇ ଗୁଜୁରାଟକୁ ବିଜୟ ପ୍ରଦାନ କରିଥିଲେ । ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ପରାଜୟ ପଛରେ ଅନେକ କାରଣ ଥିଲା । ଆସନ୍ତୁ ଜାଣିବା ସେହି ପାଞ୍ଚଟି ମୁଖ୍ୟ କାରଣ ବିଷୟରେ, ଯେଉଁଥି ପାଇଁ CSK ହାତରୁ ଏହି ମ୍ୟାତ୍ (CSK vs GT) ଖସିଗଲା ।

୧. ଷ୍ଟୋକ୍ସ-କନୱେ ଫ୍ଲପ୍

2/7
୧. ଷ୍ଟୋକ୍ସ-କନୱେ ଫ୍ଲପ୍

ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଋତୁରାଜ ଗାଇକୱାଡ ଚମତ୍କାର ୯୨ ରନର ଇନିଂସ ଖେଳିଥିଲେ । ଏହା ବ୍ୟତୀତ ବାକି ବ୍ୟାଟ୍ସମ୍ୟାନମାନେ କିଛି ବିଶେଷ କରିପାରିନଥିଲେ । CSK ପାଇଁ ଦ୍ୱିତୀୟ ଶ୍ରେଷ୍ଠ ଇନିଂସ ଖେଳିଥିଲା ମୋଇନ୍ ଅଲି, ଯିଏ ୨୩ ରନ୍ ସ୍କୋର କରିଥିଲେ । ବେନ୍ ଷ୍ଟୋକ୍ସ, ଡିଭନ୍ କନୱେ, ଅମ୍ବାତି ରାୟୁଡୁଙ୍କ ପରି ଖେଳାଳିମାନେ ବିଶେଷ କିଛି କରିପାରି ନଥିଲେ । ବେନ୍ ଷ୍ଟୋକ୍ସଙ୍କଠାରୁ ବହୁତ ଆଶା ଥିଲା, କିନ୍ତୁ ସେ ସାତ ରନ୍ ସ୍କୋରରେ ରସିଦ ଖାନଙ୍କ ଶିକାର ହୋଇଥିଲେ । ଯଦି ଋତୁରାଜଙ୍କ ବ୍ୟତୀତ ଅନ୍ୟ କେହି ୪୦ ରନ୍ ସ୍କୋର କରିଥାନ୍ତେ, ତେବେ CSK ପାଖାପାଖି ୨୦୦ ରନରେ ପହଞ୍ଚି ପାରିଥାନ୍ତା, ଯାହା ୱିନିଂ ଟୋଟଲ ହୋଇଥାନ୍ତା ।

୨. ଟସ୍ ହାରିବା ମଧ୍ୟ ପଡ଼ିଲା ମହଙ୍ଗା

3/7
୨. ଟସ୍ ହାରିବା ମଧ୍ୟ ପଡ଼ିଲା ମହଙ୍ଗା

ମ୍ୟାଚରେ CSKର ପରାଜୟର ମୁଖ୍ୟ କାରଣ ହେଉଛି ଟସ୍ ହାରିଇବା । ଗୁଜୁରାଟ ଟାଇଟାନ୍ସର ଇନିଂସ ସମୟରେ ପଡ଼ିଆରେ ବହୁତ କାକର ଥିଲା । ​​ଯେଉଁଥିପାଇଁ ବ୍ୟାଟିଂ ସହଜ ହୋଇଥିଲା । ସିଏସକେ ଅଧିନାୟକ ଏମଏସ ଧୋନି ମଧ୍ୟ 'କାକର ଫ୍ୟାକ୍ଟର' କଥା ସ୍ୱୀକାର କରିଛନ୍ତି ।

୩. ଇମ୍ପାକ୍ଟ ଫ୍ଲେୟାର ଚାଲ୍ ବିଫଳ

4/7
୩. ଇମ୍ପାକ୍ଟ ଫ୍ଲେୟାର ଚାଲ୍ ବିଫଳ

ଏଥର ଆଇପିଏଲରେ 'ଇମ୍ପାକ୍ଟ ଫ୍ଲେୟାର ରୁଲ'ର ବ୍ୟବହାର କରାଯାଉଛି । ଗୁଜୁରାଟ ଟାଇଟାନ୍ସର ଇନିଂସ ସମୟରେ ସିଏସକେ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେଙ୍କୁ ଇମ୍ପାକ୍ଟ ଫ୍ଲେୟାର ଭାବେ ପଡ଼ିଆକୁ ଓହ୍ଲାଇ ଯାଇଥିଲା । CSK ର ଏହି ଚାଲ୍ ବିଫଳ ହେଲା ଓ ତୁଷାର ଦେଶପାଣ୍ଡେ ୩.୨ ଓଭରରେ ୫୧ ରନ୍ ଦେଇଥିଲେ ।

୪. ଅନୁଶାସନହୀନ ବୋଲିଂ

5/7
୪. ଅନୁଶାସନହୀନ ବୋଲିଂ

ଚେନ୍ନାଇ ବୋଲରମାନେ ମଧ୍ୟ ଏହି ମ୍ୟାଚରେ ଶୃଙ୍ଖଳିତ ଦେଖାଯାଇ ନଥିଲେ । ଦୁଇଟି ନୋ-ବଲ୍ ଫିଙ୍ଗିବା ଦଳକୁ ମହଙ୍ଗା ପଡ଼ିଥିଲା, ଏହି ସମୟରେ ଫ୍ରି ହିଟର ସୁଯୋଗ ଉଠାଇ ଗୁଜୁରାଟର ବ୍ୟାଟ୍ସମ୍ୟାନ୍ ଛକା ଓ ଚୌକା ମାରିଥିଲେ । ଯଦି ସିଏସକେ ବୋଲରମାନେ ସିଧା ଲେନ୍ଥ ଓ ଲାଇନ୍ ସହିତ ବୋଲିଂ କରିଥାନ୍ତେ ତେବେ ଫଳାଫଳ ଭଲ ହୋଇଥାନ୍ତା ।

୫. ଶୁଭମାନ ଗିଲଙ୍କୁ ଅଟକାଇବାରେ ବିଫଳ

6/7
୫. ଶୁଭମାନ ଗିଲଙ୍କୁ ଅଟକାଇବାରେ ବିଫଳ

ଚେନ୍ନାଇ ସୁପର କିଙ୍ଗ୍ସର ପରାଜୟର ଏକ ପ୍ରମୁଖ କାରଣ ହେଉଛି ଗୁଜୁରାଟ ଟାଇଟାନ୍ସ ଓପନର୍ ଶୁଭମାନ ଗିଲଙ୍କ ଚମତ୍କାର ପ୍ରଦର୍ଶନ । ଶୁଭମାନ ଗିଲ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ ଓ ଚାରି ଓ ଛଅର ବର୍ଷା କରିଥିଲେ । ୬୩ ରନର ଇନିଂସ ଖେଳିବା ପରେ ଗିଲ୍ ଆଉଟ୍ ହେବା ବେଳକୁ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସଙ୍କ ହାତରେ ଥିଲା । ଅଧିକ ପଢ଼ନ୍ତୁ:-ଚେନ୍ନାଇର ପରାଜୟର ଅପରାଧୀ ୧୪ କୋଟିର ଏହି ଖେଳାଳି, ପ୍ରଥମ ମ୍ୟାଚରେ ଟିମ ଉପରେ ହେଲା ବୋଝ!

ଅଧିକ ପଢ଼ନ୍ତୁ:-ଚେନ୍ନାଇର ପରାଜୟ ପରେ ଅଧିନାୟକ ଧୋନି ରାଗି ପାଚି ହେଲେ ଲାଲ, କହିଲେ ମ୍ୟାଚ ହାରିବାର ସବୁଠାରୁ ବଡ଼ କାରଣ

ଅଧିକ ପଢ଼ନ୍ତୁ:-ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର, ଜାଣନ୍ତୁ କ'ଣ ରହିଛି ନୂଆ ଦର

7/7

ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ (Gujarat Titans Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟସ୍ ଜିତି ଚେନ୍ନାଇ (Chennai Super Kings) କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଚେନ୍ନାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା । CSK ର ଏହି ଇନିଂସରେ ଋତୁରାଜ ଗାଇକୱାଡ (Rituraj Gaikwad) ୫୦ ବଲରେ ସର୍ବାଧିକ ୯୨ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଗୁଜୁରାଟ ଟାଇଟାନ୍ସ ୧୯.୨ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଛି । ଗୁଜୁରାଟ ଟାଇଟାନ୍ସ ପାଇଁ ଓପନର୍ ଶୁଭମାନ ଗିଲ (Shubman Gill) ୩୬ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ ।