Ranji Trophy 2022: କ୍ରୀଡ଼ା ମନ୍ତ୍ରୀ ମାରିଲେ ଶତକ; ସେମିଫାଇନାଲରେ ପ୍ରବେଶ କଲା ଦଳ
Advertisement
Article Detail0/zeeodisha/odisha1214920

Ranji Trophy 2022: କ୍ରୀଡ଼ା ମନ୍ତ୍ରୀ ମାରିଲେ ଶତକ; ସେମିଫାଇନାଲରେ ପ୍ରବେଶ କଲା ଦଳ

Ranji Trophy 2022: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀ ଝାଡଖଣ୍ଡ ବିପକ୍ଷରେ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଛନ୍ତି । ବଙ୍ଗଳାର କ୍ରୀଡା ମନ୍ତ୍ରୀ ହେବା ପରେ ତାଙ୍କର ଏହା ପ୍ରଥମ ଶତକ ।

 (ଫାଇଲ ଫଟୋ)

Ranji Trophy 2022: ପଶ୍ଚିମବଙ୍ଗ କ୍ରୀଡା ମନ୍ତ୍ରୀ ମନୋଜ ତିୱାରୀ (Manoj Tiwary) ଝାଡଖଣ୍ଡ ବିପକ୍ଷ ରଣଜୀ ଟ୍ରଫି (Ranji Trophy 2022) କ୍ୱାର୍ଟର ଫାଇନାଲ ମ୍ୟାଚରେ ଏକ ଶତକ ହାସଲ କରିଛନ୍ତି । ସେ କ୍ୱାର୍ଟର ଫାଇନାଲରେ ପ୍ରଥମ ଇନିଂସରେ ୭୩ ସ୍କୋର କରିଥିବାବେଳେ ଦ୍ୱିତୀୟ ଇନିଂସରେ ସେ ୧୩୬ ରନ୍ କରି ଆଉଟ୍ ହୋଇଥିଲେ । ଏହା ଥିଲା ତିୱାରୀଙ୍କର ୨୮ ତମ ପ୍ରଥମ ଶ୍ରେଣୀ ଶତକ । ଏହି ସଫଳତା ହାସଲ କରିବା ପରେ ସେ ଶିଖର ଧାୱନଙ୍କ ପରି କବାଡି ଷ୍ଟାଇଲରେ ସେଲିବ୍ରେସନ କରିଥିଲେ ।

ଝାଡଖଣ୍ଡ ବିପକ୍ଷରେ ରଣଜୀ ଟ୍ରଫିର ଚତୁର୍ଥ କ୍ୱାର୍ଟର ଫାଇନାଲର ଅନ୍ତିମ ଦିନରେ ବେଙ୍ଗଲ ୭୯୩ ରନ୍ ଅଗ୍ରଣୀ ହାସଲ କରିଛି । ୧୮୫ ବଲରେ ୧୩୬ ରନର ଚମତ୍କାର ଇନିଂସ ଖେଳିବା ପରେ ବଙ୍ଗୀୟ ମନ୍ତ୍ରୀ ଆଉଟ ହୋଇଥିଲେ । ବଙ୍ଗଳାର କ୍ରୀଡ଼ା ମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଶ୍ରେଣୀ ଶତକ ।

ସେ ଶେଷ ଥର ପାଇଁ ୨୦୧୯-୨୦ ସିଜନରେ ହାଇଦ୍ରାବାଦ ବିପକ୍ଷରେ ଅପରାଜିତ ୩୦୩ ରନ କରିଥିଲେ । ୩୬ ବର୍ଷୀୟ ପୂର୍ବତନ ବଙ୍ଗୀୟ ଅଧିନାୟକ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗ ଦେଇଥିଲେ ଏବଂ ୨୦୨୧ ମସିହାରେ ବିଜେପିର ରଥିନ ଚକ୍ରବର୍ତ୍ତୀଙ୍କୁ ପରାସ୍ତ କରି ଶିବପୁର ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିଲେ । ସେ ବର୍ତ୍ତମାନ ମମତା ବାନାର୍ଜୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗ ସରକାରରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।

ଏହାପୂର୍ବରୁ ଝାଡଖଣ୍ଡର ବିରାଟ ସିଂଙ୍କ ସହ ନିମ୍ନ ଅର୍ଡର ବ୍ୟାଟ୍ସମ୍ୟାନ୍ ସହ ମିଶି ଦଳର ସ୍କୋରକୁ ୩୦୦ ପାଖାପାଖି ପହଞ୍ଚାଇଥିଲେ । ଏହା ପରେ ବେଙ୍ଗଲ ଝାଡ଼ଖଣ୍ଡକୁ ଫଲୋଅନ କରିବା ପରିବର୍ତ୍ତେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଝାଡଖଣ୍ଡ ବିପକ୍ଷରେ ଡ୍ର ସତ୍ତ୍ୱେ ମଧ୍ୟପ୍ରଦେଶର ମୁହାଁମୁହିଁ ହେବାକୁ ଥିବା ସେମିଫାଇନାଲରେ ବେଙ୍ଗଲ ନିଜ ସ୍ଥାନ ପକ୍କା କରିଛି ।

ଏହା ବି ପଢ଼ନ୍ତୁ: IND vs SA: ପରାଜୟ ସତ୍ତ୍ୱେ ଟିମ୍ ଇଣ୍ଡିଆକୁ ଏହି ଦୁଇଟି ଜିନିଷରେ ଖୁସି ହେବା ଉଚିତ୍ - ଗାଭାସ୍କର

ଏହା ବି ପଢ଼ନ୍ତୁ: ମହମ୍ମଦଙ୍କ ଉପରେ ନୁପୁର ଏବଂ ନବୀନଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ପ୍ରତିକ୍ରିୟା ରଖିଲେ ଶୋଏବ ଅଖତର