Rishabh Pant Car Accident: ଋଷଭ ପନ୍ତଙ୍କ ପାଇଁ ଦେବଦୂତ ସାଜିଥିଲେ ଏହି ବସ୍ ଡ୍ରାଇଭର, ପଢ଼ନ୍ତୁ ପୂରା ଖବର
Advertisement

Rishabh Pant Car Accident: ଋଷଭ ପନ୍ତଙ୍କ ପାଇଁ ଦେବଦୂତ ସାଜିଥିଲେ ଏହି ବସ୍ ଡ୍ରାଇଭର, ପଢ଼ନ୍ତୁ ପୂରା ଖବର

Rishabh Pant Car Accident: ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଋଷଭ ପନ୍ତ (Rishabh Pant) ଙ୍କ କାର ରେଲିଂକୁ ଯାଇ ଧକ୍କା ଦେଇଥିଲା, ପରେ କାରରେ ନିଆଁ ଲାଗିଯାଇଥିଲା । ବହୁ କଷ୍ଟରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି । ଏଥି ସହ ଏହି ଦୁର୍ଘଟଣାରେ ଗୁରୁତର ଆହତ ଋଷଭ ପନ୍ତଙ୍କୁ ଦିଲ୍ଲୀ ରୋଡ ସ୍ଥିତ ସକ୍ଷମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ସକାଳେ ଭାରତୀୟ କ୍ରିକେଟର ଋଷଭ ପନ୍ତ ଏକ କାରରେ ଦିଲ୍ଲୀରୁ ଋଡ଼କୀ ଆଡକୁ ଆସୁଥିଲେ ।

 

Rishabh Pant Car Accident: ଋଷଭ ପନ୍ତଙ୍କ ପାଇଁ ଦେବଦୂତ ସାଜିଥିଲେ ଏହି ବସ୍ ଡ୍ରାଇଭର, ପଢ଼ନ୍ତୁ ପୂରା ଖବର

Rishabh Pant Car Accident: ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଋଷଭ ପନ୍ତ (Rishabh Pant) ଙ୍କ କାର ଆଜି (ଶୁକ୍ରବାର) ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଋଷଭ ପନ୍ତଙ୍କ ମୁଣ୍ଡ ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଛି । ଏହା ବ୍ୟତୀତ ପିଠି ଓ ଗୋଡର କିଛି ଅଂଶରେ ଆଘାତ ଲାଗିଛି । ଋଷଭ ପନ୍ତଙ୍କ ଏହି ଦୁର୍ଘଟଣା ଋଡ଼କୀ ନିକଟ ମହମ୍ମଦପୁର ଜାଟ ଅଞ୍ଚଳରେ ଘଟିଛି । ଏହି ଦୁର୍ଘଟଣା ପରେ ଜଣେ ବସ୍ ଡ୍ରାଇଭର ଦେବଦୂତ ସାଜି ଋଷଭ ପନ୍ତଙ୍କ ଜୀବନ ରକ୍ଷା କରିଛନ୍ତି । ଡ୍ରାଇଭର ପ୍ରଥମେ ବସକୁ ଅଟକାଇ ଋଷଭ ପନ୍ତଙ୍କୁ କାର ଠାରୁ ଦୂରକୁ ନେଇଯାଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।

ଋଷଭ ପନ୍ତ (Rishabh Pant) ତାଙ୍କ ନିଜ ହୋମ୍ ଟାଉନ ଋଡ଼କୀକୁ ନିଜର ମର୍ସିଡିଜ୍ କାର ଚଳାଇ ଯାଉଥିଲେ । ଏହି ସମୟରେ ତାଙ୍କ ଆଖି ଲାଗିଯାଇଥିଲା ଓ ତାଙ୍କ କାର ଡିଭାଇଡର୍ ସହିତ ମୁହାଁମୁହିଁ ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଋଷଭ ପନ୍ତ ନିଜେ କହିଛନ୍ତି ଯେ, ସେ ୱିଣ୍ଡୋ ସ୍କ୍ରିନ ଭାଙ୍ଗିବା ବାହାରକୁ ଆସିଥିଲେ । ଏହା ପରେ କାରରେ ପ୍ରବଳ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣା ପରେ ବସ୍ ଡ୍ରାଇଭର ସୁଶୀଲ ମାନ (Sushil Mann) ପ୍ରଥମେ ଋଷଭ ପନ୍ତଙ୍କ ନିକଟରେ ପହଞ୍ଚିଥିଲେ ।

ହରିଦ୍ୱାର ଏସଏସପି ଅଜୟ କୁମାରଙ୍କ ଅନୁଯାୟୀ କାରରେ ଦୁର୍ଘଟଣା ଘଟିଥିବା ବେଳେ ହରିୟାଣା ରୋଡୱେ ବସ୍ ଋଷଭ ପନ୍ତଙ୍କ ପଛରେ ଥିଲା । ଡ୍ରାଇଭର ସୁଶୀଲ କୁମାର କାର ଦୁର୍ଘଟଣା ଦେଖିବା ପରେ ବସକୁ ଅଟକାଇ ୧୧୨ ନମ୍ବରକୁ କଲ କରି ସୂଚନା ଦେଇଥିଲେ । ଏହା ପରେ ଋଷଭ ପନ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା ।

ଅଧିକ ପଢ଼ନ୍ତୁ:-ଭାରତରେ ବି ବହୁତ ଲୋକପ୍ରିୟ ଥିଲେ ପେଲେ, ପ୍ରଥମ ଥର ପାଇଁ ଯେତେବେଳେ କୋଲକାତା ଆସିଥିଲେ ଥମି ଯାଇଥିଲା ପୂରା ସହର!

ଅଧିକ ପଢ଼ନ୍ତୁ:-ସଡ଼କ ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ, କାରରେ ନିଆଁ ଲାଗିବା ପରେ...

ଅଧିକ ପଢ଼ନ୍ତୁ:-'ଲିଡର ହେବା ପାଇଁ ଅଧିନାୟକ ହେବା ଆବଶ୍ୟକ ନୁହେଁ', ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ଏହି କ'ଣ କହିଗଲେ ସାଙ୍ଗାକାରା

ସୁଶୀଲ କୁମାର କହିଛନ୍ତି ଯେ, "ମୁଁ ହରିୟାଣା ରୋଡୱେରେ ଜଣେ ଡ୍ରାଇଭର । ମୁଁ ହରିଦ୍ୱାରରୁ ଆସୁଥିଲି । ୨୦୦ ମିଟର ପୂର୍ବରୁ ଯେମିତି ଆମେ ନରସାନରେ ପହଞ୍ଚିଲୁ । ମୁଁ ଦେଖିଲି ଦିଲ୍ଲୀ ପାର୍ଶ୍ୱରୁ ଏକ କାର ଆସୁଛି ଓ ପ୍ରାୟ ୬୦-୭୦ ବେଗରେ ଡିଭାଇଡରକୁ ଧକ୍କା ଦେଇଛି । ଧକ୍କା ହେବା ପରେ କାରଟି ହରିଦ୍ୱାର ଲାଇନକୁ ଆସିଥିଲା । ମୁଁ ଦେଖିଲି ବର୍ତ୍ତମାନ ବସ୍ ମଧ୍ୟ ଧକ୍କା ହେବ । ଆମେ କାହାକୁ ବଞ୍ଚାଇବାକୁ ସମର୍ଥ ହେବୁ ନାହିଁ । କାରଣ ମୋ ପାଖରେ କେବଳ ୫୦ ମିଟରର ଦୂରତା ଥିଲା । ମୁଁ ସଙ୍ଗେ ସଙ୍ଗେ ସର୍ଭିସ ଲାଇନରୁ ଗାଡ଼ିକୁ ବାହାର କରି ପ୍ରଥମ ଲାଇନରେ ରଖିଲି । ସେହି କାରଟି ଦ୍ୱିତୀୟ ଲାଇନ ଛାଡିଯାଇଥିଲା । ମୋର ଗାଡ଼ି ୫୦-୬୦ ବେଗରେ ଥିଲା । ମୁଁ ସଙ୍ଗେ ସଙ୍ଗେ ବ୍ରେକ୍ ଲଗାଇ ୱିଣ୍ଡୋ ପାର୍ଶ୍ୱରୁ ଡେଇଁଲି ।"

ସୁଶୀଲ କୁମାର ଆଗକୁ କହିଛନ୍ତି ଯେ, "ମୁଁ ସେହି ବ୍ୟକ୍ତି (ଋଷଭ ପନ୍ତ) ଙ୍କୁ ଦେଖିଲି । ସେ ତଳେ ପଡ଼ିଥିଲେ । ମୁଁ ଭାବିଲି ସେ ବଞ୍ଚିବେ ନାହିଁ । କାରରୁ ଧୂଆ ବାହାରକୁ ଆସୁଥିଲା । ଗାଡ଼ି ପାର୍ଶ୍ୱରେ ହିଁ ସେ (ଋଷଭ ପନ୍ତ) ପଡ଼ି ରହିଥିଲେ । ଆମେ ତାଙ୍କୁ ଉଠାଇ କାର ଠାରୁ ଦୂରକୁ ନେଇଗଲୁ । ମୁଁ ତାଙ୍କୁ ପଚାରିଲି- କାର ଭିତରେ ଆଉ କେହି ଅଛନ୍ତି । ସେ କହିଲେ ଯେ ମୁଁ ଏକୁଟିଆ ଥିଲି । ତା’ପରେ ସେ କହିଲେ କି ମୁଁ ଋଷଭ ପନ୍ତ । କ୍ରିକେଟ୍ ବିଷୟରେ ମୁଁ ସେତେ ଅଧିକ ଜାଣେ ନାହିଁ । ତାଙ୍କୁ ପାର୍ଶ୍ୱରେ ଠିଆ କରାଇଲି । ତାଙ୍କ ଦେହରେ କୌଣସି ପୋଷାକ ନଥିଲା, ତେଣୁ ମୁଁ ତାଙ୍କୁ ନିଜ ଚାଦରରେ ଗୁଡ଼ାଇ ଦେଲୁ ।"