Rishabh Pant Car Accident Update: ନିଦ ପାଇଁ ନୁହେଁ, ଏହି କାରଣରୁ ହୋଇଥିଲା ଋଷ ପନ୍ତଙ୍କ କାର ଦୁର୍ଘଟଣା! ସାମ୍ନାକୁ ଆସିଲା ସବୁଠୁ ବଡ଼ କାରଣ
Advertisement
Article Detail0/zeeodisha/odisha1509859

Rishabh Pant Car Accident Update: ନିଦ ପାଇଁ ନୁହେଁ, ଏହି କାରଣରୁ ହୋଇଥିଲା ଋଷ ପନ୍ତଙ୍କ କାର ଦୁର୍ଘଟଣା! ସାମ୍ନାକୁ ଆସିଲା ସବୁଠୁ ବଡ଼ କାରଣ

Rishabh Pant Car Accident Update: ସୂଚନାନୁସାରେ, କ୍ରିକେଟରଙ୍କ କାର ରୋଡ୍ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ବହୁତ ଗଭୀର ଆଘାତ ଲାଗିଛି । ଆଖି ଲାଗିଯିବାରୁ ଋଷଭ ପନ୍ତଙ୍କ ସହ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । କିନ୍ତୁ ବର୍ତ୍ତମାନ ତାଙ୍କ ଦୁର୍ଘଟଣାର ଏକ ବଡ଼ କାରଣ ସାମ୍ନାକୁ ଆସିଛି ।

Rishabh Pant Car Accident Update: ନିଦ ପାଇଁ ନୁହେଁ, ଏହି କାରଣରୁ ହୋଇଥିଲା ଋଷ ପନ୍ତଙ୍କ କାର ଦୁର୍ଘଟଣା! ସାମ୍ନାକୁ ଆସିଲା ସବୁଠୁ ବଡ଼ କାରଣ

Rishabh Pant Car Accident Update: ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଶୁକ୍ରବାର ସକାଳେ ଏକ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଋଷଭ ପନ୍ତ ଦିଲ୍ଲୀରୁ ଋଡ଼କୀ ସ୍ଥିତ ତାଙ୍କ ଘରକୁ ଯାଉଥିଲେ । ଋଷଭ ପନ୍ତଙ୍କ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ କାରଟି ନିଆଁ ଲାଗି ପାଉଁଶ ହୋଇଯାଇଥିଲା । ସୂଚନାନୁସାରେ, କ୍ରିକେଟରଙ୍କ କାର ରୋଡ୍ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ବହୁତ ଗଭୀର ଆଘାତ ଲାଗିଛି । ଆଖି ଲାଗିଯିବାରୁ ଋଷଭ ପନ୍ତଙ୍କ ସହ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । କିନ୍ତୁ ବର୍ତ୍ତମାନ ତାଙ୍କ ଦୁର୍ଘଟଣାର ଏକ ବଡ଼ କାରଣ ସାମ୍ନାକୁ ଆସିଛି ।

ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (DDCA) ନିର୍ଦ୍ଦେଶକ ଶ୍ୟାମ ଶର୍ମା ଆହତ ଋଷଭ ପନ୍ତଙ୍କୁ ଦେଖିବା ପାଇଁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ପହଞ୍ଚିଥିଲେ । ଏଠାରେ ସେ ଋଷଭ ପନ୍ତଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛନ୍ତି । ଋଷଭ ପନ୍ତଙ୍କ ସହ କଥା ହେବା ପରେ ଶ୍ୟାମ ଏକ ବଡ଼ ଖୁଲାସା କରି କହିଛନ୍ତି ଯେ, ତାଙ୍କ ସାମ୍ନାରେ ହଠାତ୍ ବଡ଼ ଖାଲ ଆସିବା କାରଣରୁ ସେ ଏଥିରୁ ବଞ୍ଚିବାକୁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଋଷଭ ପନ୍ତ ଖାଲକୁ ଏଡ଼ାଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ତା’ପରେ ସେ ଗାଡିର ନିୟନ୍ତ୍ରଣ ହରାଥିଲେ । 

ଶ୍ୟାମ ଶର୍ମା ଦେହରାଡୁନରେ IANS କୁ କହିଛନ୍ତି ଯେ, "ମୁଁ ନୈତିକ ସମର୍ଥନ ପାଇଁ ଆସିଛି । ବିସିସିଆଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେବ । ସେ ପରିବାର ପରି । ସେ ବର୍ତ୍ତମାନ ଭଲରେ ଅଛନ୍ତି । ସେ ହସୁଛନ୍ତି ଓ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଏହା ଭଲ ଯେ ସେ ଶୀଘ୍ର ସୁସ୍ଥ ହେଉଛନ୍ତି । ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି ।"

ଏଠାରେ କହି ରଖୁଛୁ ଯେ, ଗତକାଲି ଅର୍ଥାତ ଶୁକ୍ରବାର ସକାଳେ କାର ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର ଆହତ (Rishabh Pant Injured) ହୋଇଥିଲେ । ଦିଲ୍ଲୀ-ଦେହରାଡୁନ୍ ରାଜପଥରେ ଋଷଭ ପନ୍ତ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଋଷଭ ପନ୍ତ ଦିଲ୍ଲୀରୁ ଋଡ଼କୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡିଭାଇଡରକୁ ଯାଇ ଧକ୍କା ଲାଗିବା ପରେ ତାଙ୍କ କାର ଓଲଟି ପଡିଥିଲା ଓ କାରରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର୍ ପାଉଁଶ ହୋଇଯାଇଥିଲା । ଋଷଭ ପନ୍ତ (Rishabh Pant) କହିଛନ୍ତି ଯେ, ତାଙ୍କର ଆଖି ଲାଗିଯାଇଥିବା କାରଣରୁ ସେ କାର ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଓଲଟି ପଡିଥିଲା ।

ଅଧିକ ପଢ଼ନ୍ତୁ:-କେମିତି ରହିଛି ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା, ରୋହିତ ଶର୍ମା ବି ଡାକ୍ତରଙ୍କ ସହ ହେଲେ କଥା; ଜାଣନ୍ତୁ ତାଜା ସ୍ୱାସ୍ଥ୍ୟ ଅପଡେଟ୍

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ କାମର ଖବର; ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-ନୂଆ ବର୍ଷର ପ୍ରଥମ ଦିନରେ ବଡ଼ ଝଟକା, ଏତେ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ ସିଲିଣ୍ଡର

ପରିବାର ସହିତ ନିରନ୍ତର ଡାକ୍ତରଖାନାରେ ରହୁଥିବା ଉମେଶ କୁମାର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାର କୌଣସି ଯୋଜନା ନାହିଁ । ଗତକାଲି ଠାରୁ ତାଙ୍କ ଅବସ୍ଥାରେ ବହୁତ ଉନ୍ନତି ହୋଇଛି । ତାଙ୍କ କପାଳର ପ୍ଲାଷ୍ଟିକ୍ ସର୍ଜରୀ ଶୁକ୍ରବାର ହିଁ କରାଯାଇଥିଲା । ପ୍ରଥମ ଡ୍ରେସିଂ ଶନିବାର ଦିନ କରାଯାଇଛି । ବିସିସିଆଇ ଡାକ୍ତରମାନେ ମ୍ୟାକ୍ସ ହସ୍ପିଟାଲର ଡାକ୍ତରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଓ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଆବଶ୍ୟକ କି ନୁହେଁ ତାହା ସ୍ଥିର କରିବେ ।