Rishabh Pant: ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ ମଝିରେ ଋଷଭ ପନ୍ତଙ୍କୁ ନେଇ ହେଲା ବଡ଼ ଘୋଷଣା, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ
Advertisement
Article Detail0/zeeodisha/odisha1543731

Rishabh Pant: ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ ମଝିରେ ଋଷଭ ପନ୍ତଙ୍କୁ ନେଇ ହେଲା ବଡ଼ ଘୋଷଣା, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ

Rishabh Pant: ଋଷଭ ପନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଭଲ ଖବର ରହିଛି । ଋଷଭ ପନ୍ତ ହେଉଛନ୍ତି ୨୦୨୨ର ଆଇସିସି ପୁରୁଷ ଟେଷ୍ଟ ଦଳରେ ସାମିଲ ହୋଇଥିବା ଏକମାତ୍ର ଭାରତୀୟ ଖେଳାଳି । ଏହି ୨୫ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଟେଷ୍ଟ ମ୍ୟାଚରେ ଭଲ ବ୍ୟାଟିଂ କରିଛନ୍ତି  | 

Rishabh Pant: ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ ମଝିରେ ଋଷଭ ପନ୍ତଙ୍କୁ ନେଇ ହେଲା ବଡ଼ ଘୋଷଣା, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ

Rishabh Pant In ICC Men Test Team: ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ଋଷଭ ପନ୍ତ (Rishabh Pant) ଗତ ବର୍ଷ ଶେଷରେ ଏକ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ସମୟରେ ଋଷଭ ପନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଭଲ ଖବର ରହିଛି । ଋଷଭ ପନ୍ତ (Rishabh Pant) ହେଉଛନ୍ତି ୨୦୨୨ର ଆଇସିସି ପୁରୁଷ ଟେଷ୍ଟ ଦଳ (ICC Men's Test Team) ରେ ସାମିଲ ହୋଇଥିବା ଏକମାତ୍ର ଭାରତୀୟ ଖେଳାଳି । ଏହି ୨୫ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଟେଷ୍ଟ ମ୍ୟାଚରେ ଭଲ ବ୍ୟାଟିଂ କରିଛନ୍ତି  | ଋଷଭ ପନ୍ତ ୧୨ଟି ଇନିଂସରେ ୬୧.୮୧ ଏଭେରେଜରେ ଓ ୯୦.୯୦ ଷ୍ଟ୍ରାଇକ୍ ରେଟ୍ ୬୮୦ ରନ କରିଥିଲେ । ସେ ମଧ୍ୟ ୨୦୨୨ରେ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ ।

୨୦୨୨ ମସିହାରେ ଟେଷ୍ଟ ମ୍ୟାଚରେ ଋଷଭ ପନ୍ତ (Rishabh Pant) ୨୧ଟି ଛକା ମାରିଛନ୍ତି ଓ ୱିକେଟ୍ କିପର ଭାବରେ ୨୩ଟି କ୍ୟାଚ୍ ନେଇଛନ୍ତି । ଏହା ବ୍ୟତୀତ ସେ ୬ଟି ଷ୍ଟମ୍ପ ଆଉଟ୍ ମଧ୍ୟ କରିଛନ୍ତି । ଆଇସିସି ଟେଷ୍ଟ ଏକାଦଶର ଅଧିନାୟକ ଭାବରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ତାଙ୍କ ବ୍ୟତୀତ ଇଂଲଣ୍ଡର ଜନି ବେୟାରଷ୍ଟୋ ଓ ଜେମ୍ସ ଆଣ୍ଡରସନ ମଧ୍ୟ ଏହି ଦଳରେ ସାମିଲ ହୋଇଛନ୍ତି ।

ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ସମେତ ଚାରିଜଣ ଅଷ୍ଟ୍ରେଲୀୟ ଖେଳାଳି ଆଇସିସି ଟେଷ୍ଟ ଏକାଦଶରେ ସାମିଲ ହୋଇଛନ୍ତି । କମିନ୍ସ ଓ ଆଣ୍ଡରସନଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ଅନ୍ୟ ଜଣେ ଦ୍ରୁତ ବୋଲର କାଗିସୋ ରାବାଡା ମଧ୍ୟ ଏହି ଦଳରେ ସାମିଲ ହୋଇଛନ୍ତି । ଦଳର ଅନ୍ୟ ଖେଳାଳି ପାକିସ୍ତାନ ଅଧିନାୟକ ବାବର ଆଜମ ଓ ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରାଇଗ ବ୍ରାଥୱାଇଟ୍ ଅଛନ୍ତି । ଏହି ସମୟରେ ଭାରତର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଓ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ୨୦୨୨ ମସିହାରେ ଆଇସିସି ODI ଦଳରେ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ଦଳର ଅଧିନାୟକ ଭାବେ ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) ଙ୍କୁ ନିଯୁକ୍ତ କରାଯାଇଛି । ଶ୍ରେୟସ ଆୟର ୨୦୨୨ରେ ୧୭ଟି ODI ଖେଳିଛନ୍ତି ଓ ଯେଉଁଥିରେ ସେ ଏଭେରେଜ ୫୫.୬୯ରେ ୭୨୪ ରନ୍ ସ୍କୋର କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୯୧.୫୨ ଥିଲା । ଏହି ସମୟ ମଧ୍ୟରେ ସେ ଏକ ଶତକ ଓ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୨୨ ମସିହାରେ ୧୫ଟି ODI ରେ ମହମ୍ମଦ ସିରାଜ ଭାରତ ପାଇଁ ସର୍ବାଧିକ ୨୪ଟି ୱିକେଟ୍ ନେଇଛନ୍ତି । ତାଙ୍କର ୨୩.୫୦ ଏଭେରେଜ ଥିଲାବେଳେ ତାଙ୍କ ଇକୋନୋମି ୪.୬୨ ରହିଛି । ଏହି ସମୟରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ୨୯ ରନ୍ ଦେଇ ୩ଟି ୱିକେଟ୍ ଥିଲା ।

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ ସହ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କ୍ୟାରିୟର! ଖେଳିଲେ ଶେଷ ODI

ଅଧିକ ପଢ଼ନ୍ତୁ:-କେଉଁ ଆସନରୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ? ଚର୍ଚ୍ଚାରେ ଏହି ୨ ଆସନ

ଅଧିକ ପଢ଼ନ୍ତୁ:-ରାହୁଲ-ଆଥିଆଙ୍କ ବାହାଘରକୁ କାହିଁକି ଗଲେ ନାହିଁ ବିରାଟ-ଅନୁଷ୍କା, ସାମ୍ନାକୁ ଆସିଲା ବଡ଼ କାରଣ

୨୦୨୨ର ଆଇସିସି ଟେଷ୍ଟ ଦଳ 

ବେନ୍ ଷ୍ଟୋକ୍ସ (ଅଧିନାୟକ), ଉସମାନ ଖାୱାଜା, କ୍ରାଇଗ ବ୍ରାଥୱାଇଟ୍, ମାର୍ନସ୍ ଲାବୁସାଗ୍ନେ, ବାବର ଆଜାମ, ଜନି ବେୟାରଷ୍ଟୋ, ଋଷଭ ପନ୍ତ (ୱିକେଟ୍ କିପର), ପ୍ୟାଟ୍ କମିନ୍ସ, କାଗିସୋ ରାବାଡା, ନାଥାନ୍ ଲିଅନ୍ ଏବଂ ଜେମ୍ସ ଆଣ୍ଡରସନ

୨୦୨୨ର ଆଇସିସି ODI ଦଳ 

ବାବର ଆଜମ (ଅଧିନାୟକ), ଟ୍ରାଭିସ୍ ହେଡ୍, ଶାଇ ହୋପ୍, ଶ୍ରେୟସ୍ ଆୟର୍, ଟମ୍ ଲାଥାମ୍ (ୱିକେଟ୍ କିପର), ସିକନ୍ଦର ରଜା, ମେହିଡି ହାସନ ମିରାଜ, ଅଲଜାରି ଜୋସେଫ, ମହମ୍ମଦ ସିରାଜ, ଟ୍ରେଣ୍ଟ ବୋଲ୍ଟ ଏବଂ ଆଡାମ ଜାମ୍ପା