Rishabh Pant: BCCI ଖୋଲିଲା ସବୁଠୁ ବଡ଼ ରହସ୍ୟ! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଋଷଭ ପନ୍ତଙ୍କ ସ୍ଥାନ ନେବେ ଏହି ଖେଳାଳି
Advertisement

Rishabh Pant: BCCI ଖୋଲିଲା ସବୁଠୁ ବଡ଼ ରହସ୍ୟ! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଋଷଭ ପନ୍ତଙ୍କ ସ୍ଥାନ ନେବେ ଏହି ଖେଳାଳି

IND vs NZ Test Series: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ସ୍ଥାନ ପାଇବା ପାଇଁ ଭାରତୀୟ ଦଳକୁ ଯେକୌଣସି ମୂଲ୍ୟରେ ଏହି ସିରିଜ୍ ଜିତିବାକୁ ପଡ଼ିବ । କିନ୍ତୁ ୱିକେଟ୍ କିପର ଋଷଭ ପନ୍ତ ଏହି ସିରିଜରେ ଦଳର ଏକ ଅଂଶ ନୁହଁନ୍ତି । ସେ ବର୍ତ୍ତମାନ ଟେଷ୍ଟ ଦଳରେ ଟିମ୍ ଇଣ୍ଡିଆର ଅନ୍ୟତମ ସଫଳ ଖେଳାଳି ଅଟନ୍ତି । ଏଭଳି ପରିସ୍ଥିତିରେ ଋଷଭ ପନ୍ତଙ୍କ କମି ଦଳକୁ ଅନୁଭବ ହୋଇପାରେ ।

Rishabh Pant: BCCI ଖୋଲିଲା ସବୁଠୁ ବଡ଼ ରହସ୍ୟ! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଋଷଭ ପନ୍ତଙ୍କ ସ୍ଥାନ ନେବେ ଏହି ଖେଳାଳି

India vs Australia Test Series: ଭାରତୀୟ କ୍ରିକେଟ ଦଳକୁ ଫେବୃଆରୀ ୯ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (IND V AUS Test Series) ଖେଳିବାର ଅଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ସ୍ଥାନ ପାଇବା ପାଇଁ ଭାରତୀୟ ଦଳ (Indian Cricket Team) କୁ ଯେକୌଣସି ମୂଲ୍ୟରେ ଏହି ସିରିଜ୍ ଜିତିବାକୁ ପଡ଼ିବ । କିନ୍ତୁ ୱିକେଟ୍ କିପର ଋଷଭ ପନ୍ତ (Rishabh Pant) ଏହି ସିରିଜରେ ଦଳର ଏକ ଅଂଶ ନୁହଁନ୍ତି । ସେ ବର୍ତ୍ତମାନ ଟେଷ୍ଟ ଦଳରେ ଟିମ୍ ଇଣ୍ଡିଆ (Team India) ର ଅନ୍ୟତମ ସଫଳ ଖେଳାଳି ଅଟନ୍ତି । ଏଭଳି ପରିସ୍ଥିତିରେ ଋଷଭ ପନ୍ତଙ୍କ କମି ଦଳକୁ ଅନୁଭବ ହୋଇପାରେ । ଏହି ସବୁ ମଧ୍ୟରେ ବିସିସିଆଇ (BCCI) ର ଜଣେ ଚୟନକର୍ତ୍ତା ଏହି ସିରିଜ୍ ସମ୍ବନ୍ଧରେ ଏକ ବଡ଼ ବୟାନ ଦେଇଛନ୍ତି ।

ଏହି ଚୟନକର୍ତ୍ତା ଜଣେ ଖେଳାଳିଙ୍କ ନାମ ଦେଇଛନ୍ତି ଯିଏ ଋଷଭ ପନ୍ତ (Rishabh Pant) ଙ୍କ ଅଭାବ ପୂରଣ କରିପାରନ୍ତି । ଋଷଭ ପନ୍ତ ଦୁର୍ଘଟଣାରେ ଆଘାତ ଯୋଗୁଁ ତାଙ୍କୁ ଅତି କମରେ ୬ ମାସ ପଡ଼ିଆ ବାହାରେ ରହିବାକୁ ପଡିବ । ଅଷ୍ଟ୍ରେଲିଆ ସିରିଜରେ ୱିକେଟ୍ କିପର ଭାବେ ଇଶାନ କିଶନ ଓ କେ.ଏସ୍ ଭରତଙ୍କୁ ସାମିଲ କରାଯାଇଛି । କିନ୍ତୁ ନୂତନ ଚୟନ କମିଟିର ନୂତନ ଚୟନକର୍ତ୍ତା ଶ୍ରୀଧରନ୍ ଶରଥ (Sridharan Sharath) ବିଶ୍ୱାସ କରନ୍ତି ଯେ, ବର୍ଡର ଗାଭାସ୍କର ଟ୍ରଫି (Border Gavaskar Trophy) ରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ଋଷଭ ପନ୍ତଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇପାରେ ।

ନିକଟ ଅତୀତରେ ସ୍ପୋର୍ଟଷ୍ଟାର ସହ ସାକ୍ଷାତକାର ଦେଉଥିବା ସମୟରେ ଶ୍ରୀଧରନ୍ ଶରଥ (Sridharan Sharath) କହିଛନ୍ତି ଯେ, "ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିରୋଧୀ ଦଳରୁ ଖେଳକୁ ଶୀଘ୍ର ଦୂରେଇ ନେଇପାରନ୍ତି । ଆକ୍ରମଣକୁ ରୋକିବା ପାଇଁ ତାଙ୍କ ପାଖରେ ଅଲଗା ଅଲଗା ଶଟ୍ ଅଛି । ଭୁଲନ୍ତୁ ନାହିଁ ଯେ ତାଙ୍କର ୫୦୦୦ରୁ ଅଧିକ ପ୍ରଥମ ଶ୍ରେଣୀ ରନ୍ ଅଛି ।" ବିସ୍ଫୋରକ ବ୍ୟାଟିଂ ପାଇଁ ଋଷଭ ପନ୍ତ ଜଣାଶୁଣା, ଏଭଳି ପରିସ୍ଥିତିରେ ଶ୍ରୀଧରନ୍ ଶରଥ ବିଶ୍ୱାସ କରନ୍ତି ଯେ କେବଳ ସୂର୍ଯ୍ୟକୁମାର ଯାଦବ ଋଷଭ ପନ୍ତଙ୍କ ସର୍ବୋତ୍ତମ ରିପ୍ଲେସମେଣ୍ଟ ହୋଇପାଇପାରେ । ସେ ମଧ୍ୟ ଏହି ସମୟରେ ଟି-20ରେ ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ୍ ଅଛନ୍ତି ।

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ପାଇଁ ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ୨୦ଟି ODI ଓ ୪୬ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ODI ରେ ସେ ୨୮.୮୭ ଏଭେରେଜରେ ୪୩୩ ରନ୍ କରିଛନ୍ତି । ଅନ୍ୟପଟେ ଟି-20ରେ ସୂର୍ଯ୍ୟକୁମାର ଯାଦବ ୪୬.୪୩ ଏଭେରେଜରେ ୧୬୨୫ ରନ୍ ସଂଗ୍ରହ କରିଛନ୍ତି । କିନ୍ତୁ ସେ ଏପର୍ଯ୍ୟନ୍ତ ଟେଷ୍ଟ ଫର୍ମାଟରେ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ଅଘୋରୀଙ୍କ ଏପରି ସାଧନା ଯେ ଜଣେ ମୃତ ବ୍ୟକ୍ତି ବି ଜୀବିତ ହୋଇ କୁହନ୍ତି କଥା! ଜାଣନ୍ତୁ ପୂରା ରହସ୍ୟ

ଅଧିକ ପଢ଼ନ୍ତୁ:-ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଚୟନକର୍ତ୍ତା ଓ ରାହୁଲ ଦ୍ରାବିଡଙ୍କୁ ଏହି ଖାସ୍ ଅନୁରୋଧ କଲେ ସୌରଭ ଗାଙ୍ଗୁଲି

ଅଧିକ ପଢ଼ନ୍ତୁ:-ମଙ୍ଗଳ ଗ୍ରହରେ ଦେଖିବାକୁ ମିଳିଲା ଭାଲୁ! NASAର ଏହି ଉପଗ୍ରହ ଉଠାଇଲା ଫଟୋ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ 

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏସ୍ ଭରତ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ସର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ସୂର୍ଯ୍ୟକୁମାର ଯାଦବ ।