Irani Cup 2023 Sarfaraz Khan: BCCI ଦେଲା ବଡ଼ ଅପଡେଟ୍, ଏହି ବିପଜ୍ଜନକ ଖେଳାଳି ଆହତ କାରଣରୁ ଦଳରୁ ହେଲେ ବାହାର
Advertisement

Irani Cup 2023 Sarfaraz Khan: BCCI ଦେଲା ବଡ଼ ଅପଡେଟ୍, ଏହି ବିପଜ୍ଜନକ ଖେଳାଳି ଆହତ କାରଣରୁ ଦଳରୁ ହେଲେ ବାହାର

Sarfaraz Khan: ରେଷ୍ଟ୍ ଅଫ୍ ଇଣ୍ଡିଆ ଦଳରେ ମୋଟ ୨୬ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । ଏହି ଦଳର କମାଣ ଷ୍ଟାର ଓପନର୍ ମୟଙ୍କ ଅଗ୍ରୱାଲଙ୍କ ହାତରେ ଅଛି । ଏଥି ସହିତ ଜଣେ ଖେଳାଳି ଯିଏ ବହୁତ ଭଲ ଫର୍ମରେ ଅଛନ୍ତି, ସେ ଏହି ଦଳରେ ସ୍ଥାନ ପାଇନାହାଁନ୍ତି । ଏହି ଖେଳାଳିଙ୍କୁ ଦଳରେ ସାମିଲ ନକରିବା ପଛରେ ବିସିସିଆଇ ବର୍ତ୍ତମାନ କାରଣ କହିଛି ।

Irani Cup 2023 Sarfaraz Khan: BCCI ଦେଲା ବଡ଼ ଅପଡେଟ୍, ଏହି ବିପଜ୍ଜନକ ଖେଳାଳି ଆହତ କାରଣରୁ ଦଳରୁ ହେଲେ ବାହାର

Irani Cup 2023, Sarfaraz Khan: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ମାର୍ଚ୍ଚ ୧ରୁ ୫ ପର୍ଯ୍ୟନ୍ତ ଗତଥରର ରଣଜୀ ଟ୍ରଫି ଚାମ୍ପିଅନ୍ ମଧ୍ୟପ୍ରଦେଶ ବିପକ୍ଷରେ ଖେଳାଯିବାକୁ ଥିବା ଇରାନ ଟ୍ରଫି ୨୦୨୩ (Irani Cup 2023) ପାଇଁ ରେଷ୍ଟ ଅଫ୍ ଇଣ୍ଡିଆ ଦଳ ଘୋଷଣା କରିଛି । ଏହି ଦଳରେ ମୋଟ ୨୬ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । ଏହି ଦଳର କମାଣ ଷ୍ଟାର ଓପନର୍ ମୟଙ୍କ ଅଗ୍ରୱାଲ (Mayank Agarwal) ଙ୍କ ହାତରେ ଅଛି । ଏଥି ସହିତ ଜଣେ ଖେଳାଳି ଯିଏ ବହୁତ ଭଲ ଫର୍ମରେ ଅଛନ୍ତି, ସେ ଏହି ଦଳରେ ସ୍ଥାନ ପାଇନାହାଁନ୍ତି । ଏହି ଖେଳାଳିଙ୍କୁ ଦଳରେ ସାମିଲ ନକରିବା ପଛରେ ବିସିସିଆଇ ବର୍ତ୍ତମାନ କାରଣ କହିଛି ।

ଯୁବ ବ୍ୟାଟ୍ସମ୍ୟାନ୍ ସର୍ଫରାଜ ଖାନ (Sarfaraz Khan) ବର୍ତ୍ତମାନ ସମୟରେ ଦମଦାର୍ ଫର୍ମରେ ଅଛନ୍ତି, ଏହା ସତ୍ତ୍ୱେ ମଧ୍ୟ ସେ ଇଣ୍ଡିଆ ଟିମର ଅଂଶ ହୋଇପାରୁନାହାଁନ୍ତି । ସର୍ଫରାଜ ଖାନଙ୍କୁ ରେଷ୍ଟ ଅଫ୍ ଇଣ୍ଡିଆ ଦଳରେ ମଧ୍ୟ ସାମିଲ କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ବିସିସିଆଇ ବିରୋଧରେ କ୍ରୋଧ ପ୍ରକାଶ କରିଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ବର୍ତ୍ତମାନ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସର୍ଫରାଜ ଉପରେ ଏକ ଅପଡେଟ୍ ଦେଇଛି । BCCI ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ,  ସର୍ଫରାଜଙ୍କ ବାମ ହାତର କାନି ଆଙ୍ଗୁଠିରେ ଫ୍ରେକ୍ଚର ଆସିଛି । ସେଥିପାଇଁ ସେ ଚୟନ ପାଇଁ ଉପଲବ୍ଧ ନଥିଲେ । ଚୟନ କମିଟି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କ ବିକଳ୍ପ ଭାବରେ ବାବା ଇନ୍ଦ୍ରଜିତଙ୍କୁ ଚୟନ କରିଛି । ESPNcricinfo ରିପୋର୍ଟ ଅନୁଯାୟୀ, ଗତ ତିନି ସିଜନରେ ବହୁ ରନ୍ ସ୍କୋର କରୁଥିବା ସର୍ଫରାଜ ଖାନ୍ ମୁମ୍ବାଇରେ ଏକ କର୍ପୋରେଟ୍ ଟୁର୍ଣ୍ଣାମେଣ୍ଟରେ ଖେଳିବାବେଳେ ଆଙ୍ଗୁଠିରେ ଆଘାତ ପାଇଥିଲେ । ଯାହା ପରେ ତାଙ୍କୁ ୮-୧୦ ଦିନ ବିଶ୍ରାମ କରିବାକୁ ପରାମର୍ଶ ଦିଆଯାଇଛି ।

ସର୍ଫରାଜ ଖାନ (Sarfaraz Khan) ରଣଜୀ ଟ୍ରଫି ୨୦୨୩ ସିଜନର ୬ଟି ମ୍ୟାଚରେ ୯୨.୨୨ ଏଭେରେଜରେ ୫୫୬ ରନ୍ ସ୍କୋର କରିଥିଲେ । ସର୍ଫରାଜ ଖାନ ଏପର୍ଯ୍ୟନ୍ତ ୩୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ଏଭେରେଜ ୭୯.୬୫ ଏଭେରେଜରେ ୩୫୦୫ ରନ୍ ସଂଗ୍ରହ କରିଛନ୍ତି । ଏହି ଫର୍ମାଟରେ ୨୦୦୦ରୁ ଅଧିକ ରନ୍ ସ୍କୋର କରିବା ପରେ ତାଙ୍କ ଅପେକ୍ଷା କେବଳ ସାର୍ ଡନ୍ ବ୍ରାଡମ୍ୟାନଙ୍କ ଭଲ ଏଭେରେଜ ଅଛି । ଅନ୍ୟପଟେ ୨୬ ଲିଷ୍ଟ-ଏ ମ୍ୟାଚରେ ସର୍ଫରାଜ ଖାନ୍ ୩୯.୦୮ ଏଭେରେଜରେ ୪୬୯ ରନ୍ ସ୍କୋର କରିଛନ୍ତି । ସର୍ଫରାଜ ଖାନ ମଧ୍ୟ ୮୪ଟି ଟି-20 ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ୧୦୭୧ ସ୍କୋର କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ଅଧିକାରୀଙ୍କ ପ୍ରବେଶ ଉଦ୍ୟମ, ସତର୍କ କରାଇଥିବା ପ୍ରଟୋକଲ ଅଫିସରଙ୍କୁ ମିଳିଲା ଦଣ୍ଡ!

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ସୁନା ୪,୦୫୦ ଟଙ୍କା ତ ରୁପା ୧୩,୧୮୦ ଟଙ୍କା ମିଳୁଛି ଶସ୍ତା!

ଅଧିକ ପଢ଼ନ୍ତୁ:-ତୃତୀୟ ଟେଷ୍ଟ ପୂର୍ବରୁ ହେଲା ଦଳର ଘୋଷଣା, ଏହି ଧୁରନ୍ଧର ଖେଳାଳିଙ୍କୁ ହଠାତ୍ କରାଗଲା ଅଧିନାୟକ

ରେଷ୍ଟ ଅଫ୍ ଇଣ୍ଡିଆ

ମୟଙ୍କ ଅଗ୍ରୱାଲ (ଅଧିନାୟକ), ସୁଦୀପ କୁମାର ଘରାମି, ଯଶସ୍ୱୀ ଜୈସୱାଲ, ଅଭିମନ୍ୟୁ ଇଶ୍ୱରନ, ହାର୍ଭିକ ଦେଶାଇ, ମୁକେଶ କୁମାର, ଅତୀତ ସେଠ୍, ଚେତନ ସାକରିଆ, ନବଦୀପ ସୈନି, ଉପେନ୍ଦ୍ର ଯାଦବ, ମୟଙ୍କ ମାର୍କଣ୍ଡେୟ, ସୌରଭ କୁମାର, ଆକାଶ ଦୀପ, ପୁଲକିତ ନାରଙ୍ଗ ଏବଂ ଯଶ ଧୁଲ ।

ମଧ୍ୟପ୍ରଦେଶ ଦଳ

ହିମାଂଶୁ ମନ୍ତ୍ରୀ (ଅଧିନାୟକ), ରଜତ ପାଟିଦାର, ଯଶ ଦୁବେ, ହର୍ଷ ଗାୱଲି, ଶୁଭମ୍ ଶର୍ମା, ଭେଙ୍କଟେଶ ଆୟର, ଅକ୍ଷତ ରଘୁବଂଶୀ, ଅମନ ସୋଲାଙ୍କି, କୁମାର କାର୍ତ୍ତିକେୟ, ସାରାଂଶ ଜୈନ, ଆବେଶ ଖାନ, ଅଙ୍କିତ କୁଶୱାହା, ଗୌରବ ଯାଦବ, ଅନୁଭବ ଅଗ୍ରୱାଲ, ମିହିର ହିରୱାନି ।