Sri Lanka vs Namibia: ଟି-20 ବିଶ୍ୱକପ ଆରମ୍ଭରେ ବଡ଼ ଚମତ୍କାର, ଏସିଆ ଚାମ୍ପିଆନ ଶ୍ରୀଲଙ୍କାକୁ ପରାସ୍ତ କଲା ନାମିବିଆ
Advertisement
Article Detail0/zeeodisha/odisha1397355

Sri Lanka vs Namibia: ଟି-20 ବିଶ୍ୱକପ ଆରମ୍ଭରେ ବଡ଼ ଚମତ୍କାର, ଏସିଆ ଚାମ୍ପିଆନ ଶ୍ରୀଲଙ୍କାକୁ ପରାସ୍ତ କଲା ନାମିବିଆ

Sri Lanka vs Namibia: ଟି-୨୦ ବିଶ୍ୱକପ୍ ୨୦୨୨ର ପ୍ରଥମ ମ୍ୟାଚରେ ବଡ଼ ଚମତ୍କାର ଦେଖିବାକୁ ମିଳିଛି । ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ନାମିବିଆ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶ୍ରୀଲଙ୍କାକୁ ନାମିବିଆ ୧୬୪ ରନର ଟାର୍ଗେଟ ଦେଇଥିଲା । ଯାହାକୁ ଏସିଆ ଚାମ୍ପିଆନ ହାସଲରେ ବିଫଳ ହୋଇଥିଲା ।

Sri Lanka vs Namibia: ଟି-20 ବିଶ୍ୱକପ ଆରମ୍ଭରେ ବଡ଼ ଚମତ୍କାର, ଏସିଆ ଚାମ୍ପିଆନ ଶ୍ରୀଲଙ୍କାକୁ ପରାସ୍ତ କଲା ନାମିବିଆ

ନୂଆଦିଲ୍ଲୀ: Sri Lanka vs Namibia, T20 World Cup 2022: ଆଜି (ରବିବାର) ଅର୍ଥାତ ଅକ୍ଟୋବର ୧୬ରେ ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ ୨୦୨୨ ଆରମ୍ଭ ହୋଇସାରିଛି । ପ୍ରଥମ ମ୍ୟାଚ (Sri Lanka vs Namibia) ରେ ସାରା ଦୁନିଆକୁ ଏଠାରେ ବଡ଼ ଚମତ୍କାର ଦେଖିବାକୁ ମିଳିଛି । ଛୋଟ ଦଳ ନାମିବିଆ ଏସିଆ କପ୍ ବିଜେତା ଶ୍ରୀଲଙ୍କା (SL Vs Nam Match) କୁ ପରାସ୍ତ କରିଛି । କିଛି ସମୟ ପୂର୍ବରୁ ଏସିଆ କପ୍ ଜିତିଥିବା ଶ୍ରୀଲଙ୍କା (Sri Lanka Team) କଳ୍ପନା କରି ନଥିଲା ଯେ ପ୍ରଥମ ମ୍ୟାଚରେ ତାର ଏପରି ଅବସ୍ଥା ହେବ । ନାମିବିଆ (Namibia Team) ଏହି ମ୍ୟାଚକୁ ୫୫ ରନରେ ଜିତି ଟି-20 ବିଶ୍ୱକପରେ ଐତିହାସିକ ଡେବ୍ୟୁ କରିଛି ।

ଆପଣଙ୍କୁ କହି ରଖୁଛୁ ଯେ, ଯୋଗ୍ୟତା ପର୍ଯ୍ୟାୟର ଏହା ପ୍ରଥମ ମ୍ୟାଚ୍ ଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନାମିବିଆ ୧୬୩ ରନ ସ୍କୋର କରିଥିଲା । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଜିତିବା ପାଇଁ ଶ୍ରୀଲଙ୍କାକୁ ୧୬୪ ରନ୍ ସ୍କୋର କରିବାର ଥିଲା, କିନ୍ତୁ ଏସିଆ କପ୍ ଚାମ୍ପିଅନ୍ ଏଥିରେ ବିଫଳ ହୋଇଥିଲା । ଶ୍ରୀଲଙ୍କା ଦଳ ୧୦୮ ସ୍କୋରରେ ଅଲଆଉଟ୍ ହୋଇଯାଇଥିଲା ।

ଶ୍ରୀଲଙ୍କାର ଆରମ୍ଭ ନାମିବିଆ ଭଳି ଖରାପ ଥିଲା । ଶ୍ରୀଲଙ୍କା ମାତ୍ର ଚାରି ଓଭରରେ ୨୧ ରନର ସ୍କୋରରେ ୩ ୱିକେଟ୍ ହରାଇଥିଲା । ଏହା ପରେ ଶ୍ରୀଲଙ୍କା ମ୍ୟାଚ୍‌ରେ କେବେ ଫେରି ପାରି ନଥିଲା ଓ ଦଳର ମାତ୍ର ୪ ଜଣ ବ୍ୟାଟ୍ସମ୍ୟାନ୍ ଡବଲ୍ ଫିଗର୍ ଅତିକ୍ରମ କରିପାରିଥିଲା । ଶ୍ରୀଲଙ୍କା ତରଫରୁ ସବୁଠାରୁ ଅଧିକ ରନ ଅଧିନାୟକ ଦସୁନ୍ ସନାକା କରିଥିଲେ, ସେ ୨୯ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ନାମିବିଆ ଦେଇଥିବା ୧୬୪ ରନର ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଯଥେଷ୍ଟ ନଥିଲା । ନାମିବିଆ ପାଇଁ ଏହି ମ୍ୟାଚରେ ଡେଭିଡ ୱିସ, ବର୍ଣ୍ଣାର୍ଡ, ବେନ ଏବଂ ଜେନ ୨-୨ ୱିକେଟ୍ ନେଇଥିଲେ । ଶେଷରେ ନାମିବିଆ ଏହି ମ୍ୟାଚକୁ ୫୫ ରନରେ ଜିତି ଏସିଆ କପ୍ ଚାମ୍ପିଅନ୍ ଦଳ ଶ୍ରୀଲଙ୍କାକୁ ପରାସ୍ତ କରିଛି ।

ଅଧିକ ପଢ଼ନ୍ତୁ:-ଗୁଜୁରାଟ ଓ ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର; ବିଜେପି ନା କଂଗ୍ରେସ, ନା ଖେଳ ବିଗାଡ଼ିବ ଆପ୍? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ନୂଆ ସର୍ଭେ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲରଙ୍କ ଆରମ୍ଭ ହେଲା ଖରାପ ଦିନ! ରୋହିତ ଶର୍ମା ହଠାତ୍ କଲେ ବାହାର

ଅଧିକ ପଢ଼ନ୍ତୁ:-Samsung ୟୁଜର୍ସଙ୍କୁ ଝଟକା! ଏତେ ମାସ ପାଇଁ ବ୍ୟବହାର କରିପାରିବେନି 5G ସେବା

ଏହି ମ୍ୟାଚର ଆରମ୍ଭ ଅଧିକ ଭଲ ନଥିଲା । ନାମିବିଆ ଦଳ ୩୫ ସ୍କୋରରେ ୩ଟି ୱିକେଟ୍ ହରାଇଥିଲା । ଏହା ପରେ ମଝିରେ ଏକ ଛୋଟ ପାର୍ଟନରଶିପ୍ ହୋଇଥିଲା ଓ ନାମିବିଆ ଗତିଶୀଳ ହେବାରେ ଲାଗିଲା । କିନ୍ତୁ ଦଳ ପାଇଁ ପ୍ରକୃତ ଚମତ୍କାର ଜେନ ଫ୍ରିଲିଙ୍କ ଓ ଜେ। ସ୍ମିଟ୍ କରିଥିଲେ । ଯେଉଁମାନେ ଯଥାକ୍ରମେ ୪୪ ଓ ୩୧ ରନର ଇଂନିସ ଖେଳିଛନ୍ତି । ଉଭୟଙ୍କ ମଧ୍ୟରେ ମାତ୍ର ୩୩ଟି ବଲରେ ୬୯ ରନର ପାର୍ଟନରଶିପ୍ ହୋଇଥିଲା । ଯାହା ଫଳରେ ନାମିବିଆର ସ୍କୋର ୧୬୩ ରନରେ ପହଞ୍ଚିଥିଲା । ଶ୍ରୀଲଙ୍କା ପାଇଁ ଏହି ମ୍ୟାଚରେ ମଧୁସନ୍ ୨ ୱିକେଟ୍ ନେଇଥିଲେ, ବାକି ବୋଲରମାନେ ୧-୧ ୱିକେଟ୍ ନେଇଥିଲେ ।

ସ୍କୋର ବୋର୍ଡ

ନାମିବିଆ: ୧୬୩/୭ (୨୦ ଓଭର) 

ଶ୍ରୀଲଙ୍କା: ୧୦୮/୧୦ (୧୯ ଓଭର)