Sunil Gavaskar on Team India: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ୧୦ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଦେଇଛି । ଏହି ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର ଚୟନ ଓ ଚୂଡ଼ାନ୍ତ ଏକାଦଶ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ କଠୋର ପଦକ୍ଷେପ ନେବାକୁ କୁହାଯାଉଛି ।
Trending Photos
Sunil Gavaskar on Team India: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ସେମିଫାଇନାଲ ହାରିବା ସହ ଭାରତ (Indian Team) ର ଅଭିଯାନ ଶେଷ ହୋଇଛି । ରୋହିତ ଶର୍ମା (Rohit Sharma) ଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ (Team India) କୁ ୧୦ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଦେଇଛି । ଏହି ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର ଚୟନ ଓ ଚୂଡ଼ାନ୍ତ ଏକାଦଶ (Playing 11) ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) କୁ କଠୋର ପଦକ୍ଷେପ ନେବାକୁ କୁହାଯାଉଛି । ଏହି ସମୟରେ ଭାରତୀୟ ଭେଟେରାନ ସୁନୀଲ ଗାଭାସ୍କର (Sunil Gavaskar) ୱର୍କଲୋଡ ମ୍ୟାନେଜମେଣ୍ଟକୁ ନେଇ ଭାରତୀୟ ଦଳ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ କ୍ରିକେଟକୁ ୱର୍କଲୋଡ ମ୍ୟାନେଜମେଣ୍ଟରୁ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି ।
ଭାରତୀୟ ଦିଗଜ୍ଜ ସୁନୀଲ ଗାଭାସ୍କର କହିଛନ୍ତି ଯେ, "ଯେତେବେଳେ ଆପଣ ବିଶ୍ୱକପରେ ଜିତି ପାରିବେ ନାହିଁ, ସେତେବେଳେ ପରିବର୍ତ୍ତନ ହେବ । ଆମେ ଦେଖିଛୁ ଯେ ଯେଉଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଯାଉଛି, ସେହି ଦଳରେ କିଛି ପରିବର୍ତ୍ତନ ହୋଇଛି । ୱର୍କଲୋଡର ଚର୍ଚ୍ଚା ଚାଲିଛି, କିର୍ତ୍ତୀ ଓ ମଦନଲାଲ ଠିକ୍ କହିଛନ୍ତି ଯେ କେବଳ ଭାରତ ପାଇଁ ଖେଳିବା ସମୟରେ ୱର୍କଲୋଡ କାହିଁକି ରହିଥାଏ?" ସୁନୀଲ ଗାଭାସ୍କର ଆହୁରି କହିଛନ୍ତି ଯେ, "ଆପଣ ଆଇପିଏଲର ପୂରା ସିଜନ ଖେଳନ୍ତି । ଆପଣ ମଧ୍ୟ ସେଠାରେ ବି ଯାତ୍ରା କରନ୍ତି । କେବଳ ଶେଷ ଆଇପିଏଲ୍ ସିଜନରେ ୪ଟି ସ୍ଥାନରେ ଖେଳାଯାଇଥିଲା, ବାକିଗୁଡ଼ିକରେ ଏଠାରେ ସେଠାରେ ଯିବାକୁ ପଡ଼ିଥିଲା । କିନ୍ତୁ ଯେତେବେଳେ ଭାରତ ପାଇଁ ଖେଳିବାକୁ ସମୟ ଆସେ, ବିନା ଚମକଦାର ଦେଶର ଗସ୍ତ କରିବାକୁ କଥା ଆସେ, ସେତେବେଳେ ଆପଣଙ୍କର ୱର୍କଲୋଡ୍ ସାମ୍ନାକୁ ଆସିଯାଏ । ଏହା ଭୁଲ କଥା ।"
ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ କହିଛନ୍ତି ଯେ, ଭାରତୀୟ ଖେଳାଳିଙ୍କୁ ଅଧିକ ସ୍ନେହ ଆଦର କରାଯିବା ଉଚିତ୍ ନୁହେଁ । ଭାରତୀୟ କ୍ରିକେଟରଙ୍କୁ ବିସିସିଆଇ ଏକ ଦୃଢ଼ ବାର୍ତ୍ତା ପଠାଇବା ଆବଶ୍ୟକ । କାର୍ଯ୍ୟଭାର ଓ ଫିଟନେସ୍ ଏକାଠି ଆସିପାରିବ ନାହିଁ। ଯଦି ଆପଣ ଫିଟ୍ ତେବେ କାର୍ଯ୍ୟଭାରର ପ୍ରଶ୍ନ କେଉଁଠୁ ଆସିଲା? ଗାଭାସ୍କର ଆଗକୁ କହିଛନ୍ତି ଯେ, ଆମେ ଆପଣଙ୍କୁ ଦଳରେ ନେଉଛୁ । ଆପଣଙ୍କୁ ଅନେକ ରିଟେନର ଫି ମଧ୍ୟ ଦେଉଛନ୍ତି । ଯଦି ଆପଣ ୱର୍କଲୋଡ୍ କାରଣରୁ ଖେଳିବା ପାରୁ ନାହାଁନ୍ତି, ତେବେ ରିଟେନର ଫି ମଧ୍ୟ ଫେରାଇ ଦିଅନ୍ତୁ । ତେବେ ଲୋକମାନେ ୱର୍କଲୋଡ୍ ଭୁଲି ଖେଳିବାକୁ ଆସିବେ ।
ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ଟିମ୍ ଇଣ୍ଡିଆକୁ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ଦେଇଥିଲା । ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ସହଜରେ ୧୬ ଓଭରରେ ବିନା ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା । ଇଂଲଣ୍ଡ ପାଇଁ ଓପନର୍ ଆଲେକ୍ସ ହେଲ୍ସ ଓ ଜୋସ୍ ବଟଲର୍ ନିଜ ଦମରେ ଏହି ମ୍ୟାଚ୍ ଜିତିଛନ୍ତି । ହେଲ୍ସ ୮୬ ରନ୍ ସଂଗ୍ରହ କରିଥିବାବେଳେ ବଟଲରଙ୍କ ବ୍ୟାଟରୁ ୮୦ ରନ୍ ଆସିଥିଲା । ଏହା ସହ ଭାରତର ଆଉ ଏକ ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି ।
ସେପଟେ ଆଇସିସି ଟୁର୍ଣ୍ଣାମେଣ୍ଟ ଭାବରେ ଭାରତ ଶେଷ ଥର ପାଇଁ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ଭାରତୀୟ ଖେଳାଳିଙ୍କୁ କଡ଼ା ସମାଲୋଚନା କରାଯାଉଛି । ଏପରିକି ଦଳରୁ ଅନେକ ଖେଳାଳିଙ୍କୁ ବାହାର କରିବାର ଦାବି ଉଠିଛି । ଟି-20 ବିଶ୍ୱକପର ପରବର୍ତ୍ତୀ ସଂସ୍କରଣ ୨୦୨୪ରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ଦ୍ୱାରା ଆୟୋଜିତ ହେବ । ଏହାପୂର୍ବରୁ ଟିମ୍ ଇଣ୍ଡିଆକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାର ଚର୍ଚ୍ଚା ହେଉଛି ।
ଅଧିକ ପଢ଼ନ୍ତୁ:-ଆଧାର କାର୍ଡର ନିୟମରେ ସରକାର କଲେ ବଡ଼ ପରିବର୍ତ୍ତନ, କରିବାକୁ ପଡ଼ିବ ଏହି କାମ ନଚେତ୍...
ଅଧିକ ପଢ଼ନ୍ତୁ:-ଇଂଲଣ୍ଡ ବିପକ୍ଷ ଫାଇନାଲ ପୂର୍ବରୁ ବାବର ଆଜମଙ୍କ ହୁଙ୍କାର, କହିଲେ କ'ଣ ରହିବ ପାକିସ୍ତାନର 'ଗେମ୍ ପ୍ଲାନ'
ଅଧିକ ପଢ଼ନ୍ତୁ:-କପିଲ ଦେବଙ୍କ ଟିମ୍ ଇଣ୍ଡିଆ ଉପରେ କଡ଼ା ପ୍ରହାର, କହିଲେ-ଏଣିକି ଆପଣ ଭାରତୀୟ ଦଳକୁ କହିପାରିବେ ଚୋକର୍ସ
ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମା (Rohit Sharma) ଙ୍କୁ କୌଣସି ଫର୍ମାଟର ଅଧିନାୟକତ୍ୱରୁ ହଟାଇବା ନେଇ କୌଣସି ଚର୍ଚ୍ଚା ହୋଇନାହିଁ । କିନ୍ତୁ କୁହାଯାଉଛି ଯେ ଟି-20ରୁ ଅବସର ନେବାକୁ ତାଙ୍କ ଉପରେ ଚାପ ବଢ଼ିଛି । ରୋହିତ ଶର୍ମାଙ୍କ ସହ ଟି-20ର ବହୁ ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ବିପଦରେ ରହିଛି । ସେମାନଙ୍କ ମଧ୍ୟରେ କେ.ଏଲ୍ ରାହୁଲ, ବିରାଟ କୋହଲି, ରବିଚନ୍ଦ୍ରନ୍ ଅଶ୍ୱିନ୍, ଭୁବନେଶ୍ୱର କୁମାର, ଦୀନେଶ କାର୍ତ୍ତିକ ଏବଂ ମହମ୍ମଦ ଶାମି ସାମିଲ ଅଛନ୍ତି । ବିରାଟ କୋହଲିଙ୍କ ବିଷୟରେ କହିବା ତ ଟି-20 ବିଶ୍ୱକପ୍ରେ ସେ ସର୍ବାଧିକ ରନ୍ କରିଛନ୍ତି । କିନ୍ତୁ କେଏଲ ରାହୁଲ ଓ ରୋହିତ ଶର୍ମା ନିରାଶ କରିଛନ୍ତି । ହିଟମ୍ୟାନ୍ ରୋହିତ ଶର୍ମା ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ । ସେପଟେ ରାହୁଲଙ୍କ ବ୍ୟାଟରୁ ୨ଟି ଅର୍ଦ୍ଧଶତକ ଆସିଛି । ଏହି ୩ ଖେଳାଳିଙ୍କୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଉପରେ ମଧ୍ୟ ଚାପରେ ରହିଛି । ବୋର୍ଡ କହିଛି ଯେ, ତିନି ଅଭିଜ୍ଞ ଖେଳାଳି ନିଜେ ଟି-20ରେ ଖେଳିବାକୁ ନେଇ ନିଷ୍ପତ୍ତି ନେବେ ।