ଦ୍ୱିତୀୟ ODI ସହ ଏହି ଖେଳାଳିଙ୍କ କ୍ୟାରିୟର ମଧ୍ୟ ହେଲା ଶେଷ! ପ୍ରତ୍ୟେକ ଥର ହୋଇଛନ୍ତି ଫ୍ଲପ୍
Advertisement
Article Detail0/zeeodisha/odisha1273100

ଦ୍ୱିତୀୟ ODI ସହ ଏହି ଖେଳାଳିଙ୍କ କ୍ୟାରିୟର ମଧ୍ୟ ହେଲା ଶେଷ! ପ୍ରତ୍ୟେକ ଥର ହୋଇଛନ୍ତି ଫ୍ଲପ୍

 India vs West Indies ODI Series: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ODI ରେ ସୂର୍ଯ୍ୟକୁମାର ଯାଦବ ଫ୍ଲପ୍ ପ୍ରମାଣିତ ହୋଇଥିଲେ । ତାଙ୍କ ବ୍ୟାଟରୁ ରନ୍ ବାହାରିବା କଷ୍ଟସାଧ୍ୟ ହୋଇପଡିଛି । 

ଦ୍ୱିତୀୟ ODI ସହ ଏହି ଖେଳାଳିଙ୍କ କ୍ୟାରିୟର ମଧ୍ୟ ହେଲା ଶେଷ! ପ୍ରତ୍ୟେକ ଥର ହୋଇଛନ୍ତି ଫ୍ଲପ୍

ନୂଆଦିଲ୍ଲୀ: India vs West Indies ODI Series: ଭାରତୀୟ କ୍ରିକେଟ୍ ଦଳ ଓ ୱେଷ୍ଟ ଇଣ୍ଡିଜ୍ କ୍ରିକେଟ୍ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ ଜାରି ରହିଛି । ଗତକାଲି ହୋଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ ଦଳକୁ ୩ ୱିକେଟରେ ପରାସ୍ତ କରିଛି । ଏହି ସିରିଜର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୩ ରନରେ ଜିତିଥିଲା । ପ୍ରଥମ ମ୍ୟାଚରେ ଫ୍ଲପ୍ ହୋଇଥିବା ଖେଳାଳିଙ୍କୁ ଅଧିନାୟକ ଶିଖର ଧୱନ ବାହାର କରି ନଥିଲେ ଓ ଦ୍ୱିତୀୟ ODI ରେ ସେମାନଙ୍କୁ ମଧ୍ୟ ସୁଯୋଗ ଦିଆଯାଇଥିଲା । କିଛି ଖେଳାଳିଙ୍କ ପ୍ରଦର୍ଶନ ଭଳ ଥିବାବେଳେ ଜଣେ ଖେଳାଳି ଥିଲେ ଯିଏ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆ ପାଇଁ ଫ୍ଲପ୍ ରହିଆସୁଛନ୍ତି ।

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଇଂଲଣ୍ଡ ବିପକ୍ଷ ଟି-20 ସିରିଜରେ ଯେତିକି ଚମତ୍କାର ପ୍ରଦର୍ଶନ କରିଥିଲେ ସେମିତି ଫ୍ଲପ୍ ବର୍ତ୍ତମାନ ODI ରେ ରହିଥିଲେ । ପ୍ରଥମେ ଇଂଲଣ୍ଡ ଓ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ଖରାପ ରହିଛି । ଦ୍ୱିତୀୟ ଦିନିକିଆରେ ସେ ମାତ୍ର ୯ ରନ୍ ସ୍କୋର କରିବା ପରେ ଫେରିଥିଲେ । ତାଙ୍କ ଯୋଗୁଁ ଦଳକୁ ଶୀଘ୍ର ଗୋଟିଏ ୱିକେଟ୍ ହରାଇବାକୁ ପଡିଥିଲା, ଏହା ବ୍ୟତୀତ ଦଳର ମଧ୍ୟମ କ୍ରମ ପୁଣି ଥରେ ଦୁର୍ବଳ ନଜରକୁ ଆସିଛି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ODI ରେ ସୂର୍ଯ୍ୟକୁମାର ଯାଦବ ଫ୍ଲପ୍ ପ୍ରମାଣିତ ହୋଇଥିଲେ । ତାଙ୍କ ବ୍ୟାଟରୁ ରନ୍ ବାହାରିବା କଷ୍ଟସାଧ୍ୟ ହୋଇପଡିଛି । ଗୋଟିଏ ପଟେ ଯେଉଁଠାରେ ଭାରତର ଟପ୍ ଅର୍ଡର ବହୁ ରନ୍ ସ୍କୋର କରିଛି । ଅନ୍ୟପଟେ ସୂର୍ଯ୍ୟଙ୍କୁ ରନ୍ କରିବା ପାଇଁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ।  ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ୧୪ ବଲରେ ୧୩ ରନ୍ ସଂଗ୍ରହ କରିଥିଲେ । ସେ ଟିମ୍ ଇଣ୍ଡିଆର ମିଡିଲ ଅର୍ଡରରେ ଭଳ ପ୍ରଦର୍ଶନ କରୁନାହାଁନ୍ତି ।

ଏହା ବି ପଢ଼ନ୍ତୁ:-ରାଜନୀତିରେ ଆସିବାକୁ ଚାହୁଁନଥିଲେ ଦ୍ରୌପଦୀ ମୁର୍ମୁ, ଏହି ବ୍ୟକ୍ତିଙ୍କ ଜିଦ୍ ଯୋଗୁଁ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ କିଛି ରୋଚକ କଥା

ଏହା ବି ପଢ଼ନ୍ତୁ:-ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ କଲେ ପ୍ରଥମ ଟ୍ୱିଟ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଯଦି ହେମନ୍ତ ନୁହେଁ ତେବେ କିଏ? JMM ଟ୍ୱିଟରରେ ବଦଳାଇଲା ପ୍ରୋଫାଇଲ୍ ଫଟୋ, ଝାଡ଼ଖଣ୍ଡରେ ବଢ଼ିଲା ରାଜନୈତିକ ପାରା

 

ଯେଉଁଠାରେ ସୁର୍ଯ୍ୟକୁମାର ଯାଦବ ODI ରେ ଫ୍ଲପ୍ ରହିଛନ୍ତି । ଏଥି ସହିତ ଇଂଲଣ୍ଡ ଗସ୍ତରେ ସେ ଟି-20 କ୍ରିକେଟରେ ଧମାକାଦାର ଶତକ ହାସଲ କରି ଦଳକୁ ବିଜୟ ପ୍ରଦାନ କରିଥିଲେ । କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ODI ରେ ସେ ଜଣେ ଭିଲେନ୍ ବୋଲି ପ୍ରମାଣିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ତୃତୀୟ ମ୍ୟାଚ୍‌ରେ ଅଧିନାୟକ ଶିଖର ଧାୱନ ତାଙ୍କୁ ବାହାର ଦେଖାଇ ପାରନ୍ତି ।