Suryakumar Yadav: ଟି-20ରେ ନମ୍ବର 1, ଦିନିକିଆରେ ଫ୍ଲପ୍; ଏଣିକି ସୂର୍ଯ୍ୟକୁମାର ଯାଦବଙ୍କୁ ODI ବିଶ୍ୱକପରେ ମିଳିବନି ସ୍ଥାନ!
Advertisement

Suryakumar Yadav: ଟି-20ରେ ନମ୍ବର 1, ଦିନିକିଆରେ ଫ୍ଲପ୍; ଏଣିକି ସୂର୍ଯ୍ୟକୁମାର ଯାଦବଙ୍କୁ ODI ବିଶ୍ୱକପରେ ମିଳିବନି ସ୍ଥାନ!

Suryakumar Yadav: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସିରିଜରେ ଭାରତୀୟ ଷ୍ଟାର୍ ତଥା ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ପାଖରେ ଦମଦାର୍ ପ୍ରଦର୍ଶନ କରିବାର ଏକ ବଡ଼ ସୁଯୋଗ ରହିଥିଲା । କିନ୍ତୁ ସୂର୍ଯ୍ୟକୁମାର ଯାଦବ ଏହି ସୁଯୋଗର ଲାଭ ଉଠାଇବାରେ ସଫଳ ହୋଇପାରି ନଥିଲେ । ଆଇସିସି ଟି-20 ର଼୍ୟାଙ୍କିଙ୍ଗରେ ନମ୍ୱର 1 ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ODI ଫର୍ମାଟରେ ନିଜର ଖରାପ ଫର୍ମ ମଧ୍ୟ ଦେଇ ଗତି କରୁଛନ୍ତି ।

Suryakumar Yadav: ଟି-20ରେ ନମ୍ବର 1, ଦିନିକିଆରେ ଫ୍ଲପ୍; ଏଣିକି ସୂର୍ଯ୍ୟକୁମାର ଯାଦବଙ୍କୁ ODI ବିଶ୍ୱକପରେ ମିଳିବନି ସ୍ଥାନ!

Suryakumar Yadav ODI World Cup 2023: ଶ୍ରୀଲଙ୍କା ପରେ ବର୍ତ୍ତମାନ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ (India vs New Zealand ODI Series) କୁ କ୍ଲିନ୍ ସୁଇପ୍ ସହ ଜିତିଛି । ଏହି ୨ଟି ସିରିଜରେ ଭାରତୀୟ ଷ୍ଟାର୍ ତଥା ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ପାଖରେ ଦମଦାର୍ ପ୍ରଦର୍ଶନ କରିବାର ଏକ ବଡ଼ ସୁଯୋଗ ରହିଥିଲା । କିନ୍ତୁ ସୂର୍ଯ୍ୟକୁମାର ଯାଦବ ଏହି ସୁଯୋଗର ଲାଭ ଉଠାଇବାରେ ସଫଳ ହୋଇପାରି ନଥିଲେ । ଆଇସିସି ଟି-20 ର଼୍ୟାଙ୍କିଙ୍ଗରେ ନମ୍ୱର 1 ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ODI ଫର୍ମାଟରେ ନିଜର ଖରାପ ଫର୍ମ ମଧ୍ୟ ଦେଇ ଗତି କରୁଛନ୍ତି ।

ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଗତ ୫ଟି ଦିନିକିଆ ମ୍ୟାଚର ୪ଟି ଇନିଂସରେ ମାତ୍ର ୫୫ ରନ୍ ସଂଗ୍ରହ କରିଛନ୍ତି । ଦିନିକିଆ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଏହି ଫ୍ଲପ୍ ଶୋ' ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି ଯେ ସେ ଚଳିତ ବର୍ଷ ଏକଦିବସୀୟ ବିଶ୍ୱକପ (ODI World Cup 2023) ରେ କିପରି ନିଜର ସ୍ଥାନ ହାସଲ କରିପାରିବେ? ଦିନିକିଆରେ ସୂର୍ଯ୍ୟକୁମାର ଯାଦବଙ୍କ ସାମଗ୍ରିକ ରେକର୍ଡ ମଧ୍ୟ ଭଲ ନୁହେଁ । ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ୨୦ଟି ଦିନିକିଆରେ ଖେଳିବାକୁ ସୁଯୋଗ ପାଇଛନ୍ତି, ଯେଉଁଥିରେ ସେ କିଛି ବିଶେଷ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରି ନାହାଁନ୍ତି । ଏହି ମ୍ୟାଚଗୁଡିକରେ ସୂର୍ଯ୍ୟକୁମାର ଯାଦବ ୨୮.୮୬ ଏଭେରେଜରେ ୪୩୩ ରନ୍ ସଂଗ୍ରହ କରିଛନ୍ତି । କିନ୍ତୁ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କର ଫ୍ଲପ୍ ପ୍ରଦର୍ଶନ ଦେଖି ପରବର୍ତ୍ତୀ ସିରିଜରେ ସୁଯୋଗ ପାଇବାର ଆଶା କମ୍ ଅଛି ।

ସୂର୍ଯ୍ୟକୁମାରଙ୍କ କ୍ରିକେଟ୍ କ୍ୟାରିଅର୍ 

୨୦ଟି ଦିନିକିଆ- ୪୩୩ ରନ, ୨ଟି ଅର୍ଦ୍ଧଶତକ 

୪୫ଟି ଟି-20 ଅନ୍ତର୍ଜାତୀୟ- ୧୫୭୮ ରନ୍, ୩ଟି ଶତକ ଓ ୧୩ଟି ଅର୍ଦ୍ଧଶତକ

ଭାରତୀୟ ଦଳକୁ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ଖେଳିବାର ଅଛି, ଯେଉଁଥିରେ ସୂର୍ଯ୍ୟକୁମାରଙ୍କୁ ମଧ୍ୟ ଚୟନ କରାଯାଇଛି । ଏହା ପରେ ଭାରତୀୟ ଦଳ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଟେଷ୍ଟ ଓ ୩ଟି ODI ଖେଳିବ । ଏଥିରେ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି ଯେଉଁଥିରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଛି । ଏବେ ଏହା ଦେଖିବାକୁ ପଡ଼ିବ ଯେ ସୂର୍ଯ୍ୟକୁମାର ଯାଦବଙ୍କୁ ODI ଦଳରେ ସ୍ଥାନ ମିଳୁଛି କି ନାହିଁ?

ଅଧିକ ପଢ଼ନ୍ତୁ:-ଏୟାରଟେଲ ଦେଲା ଜୋରଦାର ଝଟକା! ପ୍ରିପେଡ୍ ପ୍ଲାନ କଲା ମହଙ୍ଗା, ଏଠାରେ ଦେଖନ୍ତୁ ନୂଆ ପ୍ରାଇସ୍ ଲିଷ୍ଟ୍

ଅଧିକ ପଢ଼ନ୍ତୁ:-ଆଇସିସି ର଼୍ୟାଙ୍କିଙ୍ଗରେ ମହମ୍ମଦ ସିରାଜଙ୍କ ଝଡ଼, ସମସ୍ତଙ୍କୁ ପଛରେ ପକାଇ ହେଲେ ବିଶ୍ୱର ନମ୍ୱର 1

ଅଧିକ ପଢ଼ନ୍ତୁ:-ଆଧାର କାର୍ଡ ଧାରକ ଧ୍ୟାନ ଦିଅନ୍ତୁ; UIDAI ଜାରି କଲା ନୂଆ ଆଦେଶ, କୋଟି କୋଟି ଲୋକ ହେବେ ପ୍ରଭାବିତ!

 

 

ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ 

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏସ୍ ଭରତ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ଆର ଅଶ୍ୱିନ, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ