T20 WC: ସମାପ୍ତ ହେଲା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ, ବର୍ତ୍ତମାନ ଏହି ୧୨ ଟିମ ମଧ୍ୟରେ ହେବ କଡ଼ା ଟକ୍କର
Advertisement
Article Detail0/zeeodisha/odisha1405350

T20 WC: ସମାପ୍ତ ହେଲା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ, ବର୍ତ୍ତମାନ ଏହି ୧୨ ଟିମ ମଧ୍ୟରେ ହେବ କଡ଼ା ଟକ୍କର

T20 World Cup 2022: ଜିମ୍ବାୱେ, ଆୟର୍ଲାଣ୍ଡ, ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ ଦ୍ୱିତୀୟ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଶନିବାର (ଅକ୍ଟୋବର ୨୨) ଠାରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୨ ର ସୁପର-୧୨ ରୁ ଚାରିଟି ଦଳ ବାଦ ପଡିଛନ୍ତି ।

ସୌ: ସୋସିଆଲ ମିଡିଆ

T20 World Cup 2022: ଅଷ୍ଟ୍ରେଲିଆରେ (Australia) ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ର (T20 World Cup) ଯୋଗ୍ୟତା ପର୍ଯ୍ୟାୟ ସମାପ୍ତ ହୋଇଛି ଓ ଶ୍ରେଷ୍ଠ ଚାରିଟି ଦଳ ମେଗା ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡ ଯଥା ସୁପର-୧୨ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଗୁରୁବାର ଦିନ ଗ୍ରୁପ୍ ଏ ରେ ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡକୁ ନେଇ ଗଠିତ ଗ୍ରୁପରେ ଶ୍ରୀଲଙ୍କା ପ୍ରବେଶ କରିଥିବାବେଳେ, ଭାରତ, ପାକିସ୍ଥାନ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଦ୍ୱିତୀୟ ଗ୍ରୁପରେ ନେଦରଲ୍ୟାଣ୍ଡ ପ୍ରବେଶ କରିଛି ।

ଦୁଇଥର ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଶୁକ୍ରବାର ଦିନ ଯୋଗ୍ୟତା ରାଉଣ୍ଡର ଗ୍ରୁପ୍ ବିରୁ ବାଦ ପଡିଛି, ଯେତେବେଳେ କି ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ଆଫଗାନିସ୍ତାନ ଗ୍ରୁପରେ ଆୟର୍ଲାଣ୍ଡ ସୁପର-୧୨ ର ଗ୍ରୁପ୍-୨ ରେ ସ୍ଥାନ ପାଇଛି । ଅନ୍ୟପକ୍ଷରେ ଜିମ୍ବାୱେ ସ୍କଟଲ୍ୟାଣ୍ଡକୁ ପରାସ୍ତ କରି ଭାରତ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସହିତ ସୁପର-୧୨ ର ଦ୍ୱିତୀୟ ଗ୍ରୁପରେ ପ୍ରବେଶ କରିଛି ।

ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୧୬ ଟିମ ମଧ୍ୟରୁ ଆଠଟି ସିଧାସଳଖ ଗ୍ରୁପ୍-୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଅବଶିଷ୍ଟ ଚାରିଟି ଯୋଗ୍ୟତା ପର୍ଯ୍ୟାୟ ଦେଇ ସୁପର-୧୨ ରେ ଯୋଗ୍ୟତା ଅର୍ଜନ କରିଛନ୍ତି ।

ବାସ୍ତବରେ ୱେଷ୍ଟଇଣ୍ଡିଜ୍ ର ଏହି ପରାଜୟ ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ବହୁତ ଉପଭୋଗ କରୁଛନ୍ତି । ୱେଷ୍ଟଇଣ୍ଡିଜ୍ ଦଳ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଛି । ଟୁଇଟର ୟୁଜର୍ସମାନେ ମେମ ସେୟାର କରି ୱେଷ୍ଟଇଣ୍ଡିଜ ଦଳକୁ କ୍ରମାଗତ ଭାବରେ ଟ୍ରୋଲ କରୁଛନ୍ତି । ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ଦୁଇଥର ଟି-୨୦ ବିଶ୍ୱକପ ଜିତିଛି । ଏହି ଦଳ ୨୦୧୨ ଓ ୨୦୧୬ ଟି-୨୦ ବିଶ୍ୱକପ ଜିତିଛି, କିନ୍ତୁ ଏଥର ଏହି ଦଳ ସୁପର-୧୨ ରାଉଣ୍ଡ ଦଳରେ ମଧ୍ୟ ପହଞ୍ଚି ପାରି ନାହିଁ ।

ସୁପର-୧୨ ରେ ପ୍ରବେଶ କରୁଥିବା ଦଳର ତାଲିକା ନିମ୍ନରେ ଦିଆଯାଇଛି ।
ଗ୍ରୁପ୍ ଏ - ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆୟର୍ଲାଣ୍ଡ ଓ ଇଂଲଣ୍ଡ ।
ଗ୍ରୁପ୍ ବି - ଭାରତ, ଜିମ୍ବାୱେ, ପାକିସ୍ଥାନ, ନେଦରଲ୍ୟାଣ୍ଡ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ।

ଉଲ୍ଲେଖନୀୟ କଥା ହେଉଛି, ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ ତିନିଟି ପର୍ଯ୍ୟାୟରେ ଖେଳାଯାଉଛି । ଅକ୍ଟୋବର ୧୬ ରୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ପ୍ରଥମ ରାଉଣ୍ଡ ଖେଳାଯାଇଥିଲା ଓ ବର୍ତ୍ତମାନ ଶନିବାର (ଅକ୍ଟୋବର ୨୨) ରୁ ସୁପର-୧୨ ମ୍ୟାଚ୍ ଖେଳାଯିବ । ସୁପର -୧୨ ରେ ଶେଷ ମ୍ୟାଚ୍ ନଭେମ୍ବର ୬ ରେ ଖେଳାଯିବ, ଏହା ପରେ ଗ୍ରୁପ୍ ଏ (୬ ଟିମ୍) ଓ ଗ୍ରୁପ୍-ବି (୬ ଟି ଦଳ) ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ । 

ଏହା ବି ପଢ଼ନ୍ତୁ: WI vs IRE: ଟି-୨୦ ବିଶ୍ୱକପରେ ବଡ ଓଲଟଫେର; ଟୁର୍ଣ୍ଣାମେଣ୍ଟ ବିଦା ହେଲା ଦୁଇଥରର ଚାମ୍ପିୟନ