T20 World Cup 2022: ଟି-20 ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବନି ମ୍ୟାଚ୍! ଜାଣନ୍ତୁ କ'ଣ ରହିଛି କାରଣ
Advertisement
Article Detail0/zeeodisha/odisha1397018

T20 World Cup 2022: ଟି-20 ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବନି ମ୍ୟାଚ୍! ଜାଣନ୍ତୁ କ'ଣ ରହିଛି କାରଣ

T20 World Cup 2022: ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଭାରତ ଓ ପାକିସ୍ତାନ (India vs Pakistan Match) ମ୍ୟାଚ୍ ପ୍ରବଳ ବର୍ଷା ଯୋଗୁଁ ବାତିଲ ହୋଇପାରେ । ଅକ୍ଟୋବର ୨୩ରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଦିନସାରା ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଖବର ଅନୁଯାୟୀ, ବର୍ଷା ଯୋଗୁଁ ସେହି ଦିନ ଟସ୍ ହେବା ମଧ୍ୟ କଷ୍ଟକର ବୋଲି ମନେ କରାଯାଉଛି ।

T20 World Cup 2022: ଟି-20 ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବନି ମ୍ୟାଚ୍! ଜାଣନ୍ତୁ କ'ଣ ରହିଛି କାରଣ

ନୂଆଦିଲ୍ଲୀ: T20 World Cup 2022, India vs Pakistan Match: ଆଜି ଠାରୁ ଅର୍ଥାତ ଅକ୍ଟୋବର ୧୬ରୁ କ୍ରିକେଟର ମହାକୁମ୍ଭ ଟି-20 ବିଶ୍ୱକପ ୨୦୨୨ ଆରମ୍ଭ ହୋଇସାରିଛି । ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଓ ନାମବିଆ ମଧ୍ୟରେ ହେବ । ଚଳିତ ବର୍ଷ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ଅଷ୍ଟ୍ରେଲିଆରେ ଆୟୋଜନ କରାଯାଇଛି । ସେପଟେ ଟି-20 ବିଶ୍ୱକପ୍ ୨୦୨୨ ଆରମ୍ଭ ପୂର୍ବରୁ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି । ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୨୩ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ଥାନ (IND vs PAK) ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଭାରତୀୟ ସମୟ ଦିନ ୧.୩୦ରୁ ଓ ଅଷ୍ଟ୍ରେଲିଆ ସମୟ ସନ୍ଧ୍ୟା ୭ଟାରୁ ଖେଳାଯିବ ।

ପ୍ରଶଂସକମାନେ ଏହି ମହାମୁକାବିଲା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, କିନ୍ତୁ ଏହି ମ୍ୟାଚ୍ ବାତିଲ ହୋଇପାରେ । ଭାରତ ଓ ପାକିସ୍ତାନ (India vs Pakistan Match) ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଉପରେ ସଙ୍କଟର କଳା ମେଘ ଘୁରି ବୁଲିବା ଆରମ୍ଭ କରିଛି । ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପ୍ରବଳ ବର୍ଷା ଯୋଗୁଁ ବାତିଲ ହୋଇପାରେ । ଅକ୍ଟୋବର ୨୩ରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଦିନସାରା ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଖବର ଅନୁଯାୟୀ, ବର୍ଷା ଯୋଗୁଁ ସେହି ଦିନ ଟସ୍ ହେବା ମଧ୍ୟ କଷ୍ଟକର ବୋଲି ମନେ କରାଯାଉଛି ।

ଯଦି ପ୍ରବଳ ବର୍ଷା ଯୋଗୁଁଣ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ବାତିଲ ହୁଏ, ତେବେ ଉଭୟ ଦଳକୁ ୧-୧ ପଏଣ୍ଟ ମିଳିବ । ଏ ବାବଦରେ ଆଇସିସି ନିର୍ଦ୍ଦେଶ ଜାରି କରିସାରିଛି । ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍ ପାଇଁ ମଧ୍ୟ କୌଣସି ରିଜର୍ଭ ଦିନ ନାହିଁ, ତେଣୁ ପରଦିନ ଏହି ମ୍ୟାଚ୍ ଖେଳାଯିବ ନାହିଁ । ସେପଟେ ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ରେକର୍ଡ ୫-1 ରହିଛି । ଗତ ବର୍ଷ ଟି-20 ବିଶ୍ୱକପରେ ଦୁଇ ଦଳ ମଧ୍ୟରେ ଶେଷ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଥିଲା ।

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ, ଅକ୍ଟୋବର ୨୩ରେ ଦ୍ୱିତୀୟ ମ୍ୟାଚ୍ ଗ୍ରୁପ୍ ଏ ରନର୍ ଅପ୍ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଅଧିକ ପଢ଼ନ୍ତୁ:-ନିଶା ଦ୍ରବ୍ୟ ଦେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ, ଗଢ଼ିଲେ ଅପ୍ରାକୃତିକ ସମ୍ପର୍କ

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ଅପେକ୍ଷା ଏହି ଖେଳାଳିଙ୍କ କ୍ୟାରିୟର ଅଧିକ ଗୁରୁତ୍ୱପୂର୍ଣ୍ଣ, ରୋହିତ ଶର୍ମା ଦେଲେ ଆଶ୍ଚର୍ଯ୍ୟଜନକ ବୟାନ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳିଙ୍କ ପତ୍ନୀଙ୍କ ସହ ଚଳନ୍ତା ଟ୍ରେନରେ ଦୁର୍ବ୍ୟବହାର, ଚେକିଂ ଷ୍ଚାଫଙ୍କ ବିରୋଧରେ ଗୁରୁତର ଅଭିଯୋଗ

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।