ଟି-20 ବିଶ୍ୱକପରେ ଖେଳିବ ନାହିଁ ଦୁନିଆର ୫ ଖତରନାକ୍ ଖେଳାଳି, ଭାରତ ସମେତ ଏସବୁ ଦେଶକୁ ହେବ କ୍ଷତି
Advertisement
Article Detail0/zeeodisha/odisha1376519

ଟି-20 ବିଶ୍ୱକପରେ ଖେଳିବ ନାହିଁ ଦୁନିଆର ୫ ଖତରନାକ୍ ଖେଳାଳି, ଭାରତ ସମେତ ଏସବୁ ଦେଶକୁ ହେବ କ୍ଷତି

T20 World Cup 2022: ଅକ୍ଟୋବର ୧୬ରୁ ଟି-20 ବିଶ୍ୱକପ୍ ୨୦୨୨ (T20 World Cup 2022) ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଖେଳାଳି ବୁମରା ଓ ରବିନ୍ଦ୍ର ଜାଡେଜା (Ravindra Jadeja) ଦଳରୁ ବାହାର ଅଛନ୍ତି । ଜାଡେଜା ଅଗଷ୍ଟ ୨୦୨୨ରେ ହଂକଂ ବିପକ୍ଷରେ ଟିମ୍ ଇଣ୍ଡିଆ (Team India) ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ । ଦଳରେ ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତି ଭାରତକୁ କ୍ଷତି ପହଞ୍ଚାଇପାରେ ।

ଟି-20 ବିଶ୍ୱକପରେ ଖେଳିବ ନାହିଁ ଦୁନିଆର ୫ ଖତରନାକ୍ ଖେଳାଳି, ଭାରତ ସମେତ ଏସବୁ ଦେଶକୁ ହେବ କ୍ଷତି

ନୂଆଦିଲ୍ଲୀ: T20 World Cup 2022: ଟି-20 ବିଶ୍ୱକପ୍ ୨୦୨୨ (T20 World Cup 2022) ଅକ୍ଟୋବର ୧୬ରୁ ଆରମ୍ଭ ହେବ । ଚଳିତ ଥର ଅଷ୍ଟ୍ରେଲିଆ (Australia) ରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି । କିନ୍ତୁ ଦୁନିଆର ୫ ଶ୍ରେଷ୍ଠ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ । ଏହି କାରଣରୁ ସେମାନଙ୍କର ଦଳ ମଧ୍ୟ କ୍ଷତି ସହିବେ । ଆହତ କାରଣରୁ ଭାରତ (Team India) ର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଟିମରୁ ବାଦ୍ ପଡ଼ିଛି । ସେପଟେ ଜୋଫ୍ରା ଆର୍ଚର (Jofra Archer) ଓ ଜନି ବେୟାରଷ୍ଟୋ (Jonny Bairstow) ଇଂଲଣ୍ଡ ପାଇଁ ଖେଳିବେ ନାହିଁ । ଆହତ କାରଣରୁ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି (Shaheen Afridi) ମଧ୍ୟ ଟି-20 ବିଶ୍ୱକପ ୨୦୨୨ରୁ ଆଉଟ୍ ହୋଇଛନ୍ତି ।

ଭାରତର ଦୁଇ ଦିଗଜ ଖେଳାଳି ଏହି ଟି-20 ବିଶ୍ୱକପ୍‌ର ଅଂଶ ହେବେ ନାହିଁ । ଆହତ କାରଣରୁ ଦ୍ରୁତ ବୋଲର ବୁମରା (Jasprit Bumrah) ଙ୍କୁ ବାଦ୍ ଦିଆଯାଇଛି । ସେ ଫିଟ୍ ହେବା ପରେ ନିକଟରେ ପଡ଼ିଆକୁ ଫେରିଥିଲେ । ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟି-20 ମ୍ୟାଚ୍ ଖେଳିଥିଲେ । ଏହା ପରେ ପିଠିରେ ଆଘାତ ଲାଗିଥିବାରୁ ସେ ଦଳ ବାହାରେ ଥିଲେ । ରବିନ୍ଦ୍ର ଜାଡେଜା (Ravindra Jadeja) ପୂର୍ବରୁ ଦଳରୁ ବାହାର ଅଛନ୍ତି । ଜାଡେଜା ଅଗଷ୍ଟ ୨୦୨୨ରେ ହଂକଂ ବିପକ୍ଷରେ ଟିମ୍ ଇଣ୍ଡିଆ (Team India) ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ । ଦଳରେ ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତି ଭାରତକୁ କ୍ଷତି ପହଞ୍ଚାଇପାରେ ।

ଅଧିକ ପଢ଼ନ୍ତୁ:-ଗାନ୍ଧୀ ଜୟନ୍ତୀ ଦିନ ରେଲୱେ ବାତିଲ କଲା ଆହୁରି ୧୬୬ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି କିଛି ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଅଧିକ ପଢ଼ନ୍ତୁ:-'ୟୁକ୍ରେନରେ ପରମାଣୁ ବୋମା ବ୍ୟବହାର କରନ୍ତୁ ପୁଟିନ' ଋଷର ଏହି ଖାସ୍ ବନ୍ଧୁ ଦେଲେ ପରାମର୍ଶ

ଅଧିକ ପଢ଼ନ୍ତୁ:-ବିଜେପି ଜେପି ନଡ୍ଡାଙ୍କ ନେତୃତ୍ୱରେ ୨୦୨୪ର ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ଠିକ୍ କି? ଚକିତ କରୁଛି ସର୍ଭେର ଫଳାଫଳ

 

ଆହତ କାରଣରୁ ପାକିସ୍ତାନ (Pakistan) ର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି (Shaheen Afridi) ମଧ୍ୟ ଟିମରୁ ବାଦ୍ ପଡ଼ିଛନ୍ତି । ଶାହିନ୍ ଜୁଲାଇ ୨୦୨୨ରେ ପାକିସ୍ତାନ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ । ଏହି ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ହୋଇଥିଲା । ଶାହିନଙ୍କ ଅନୁପସ୍ଥିତି ଯୋଗୁଁ ପାକିସ୍ତାନ ଟିମ୍ କ୍ଷତି ସହିପାରେ । ତଥାପି, ଦଳ ବିକଳ୍ପଗୁଡିକ ପ୍ରସ୍ତୁତ ରଖିଛି । ଇଂଲଣ୍ଡ ବିଷୟରେ କହିବାକୁ ଗଲେ ଦଳର ଦିଗଜ ଖେଳାଳି ଜନି ବେୟାରଷ୍ଟୋ (Jonny Bairstow) ଓ ଜୋଫ୍ରା ଆର୍ଚର (Jofra Archer) ଟିମରୁ ବାଦ୍ ପଡ଼ିଛନ୍ତି । ଏଥର ଦୁହେଁ ଟି-20 ବିଶ୍ୱକପରେ ଖେଳିବେ ନାହିଁ ।