T20 World Cup 2022: ଟି-20 ବିଶ୍ୱକପରେ ସବୁଠାରୁ ଖତରନାକ୍ ହେବ ଏହି ଦଳ, ଟିମ୍ ଇଣ୍ଡିଆକୁ ରହିବାକୁ ପଡ଼ିବ ବହୁତ ସତର୍କ
Advertisement
Article Detail0/zeeodisha/odisha1395227

T20 World Cup 2022: ଟି-20 ବିଶ୍ୱକପରେ ସବୁଠାରୁ ଖତରନାକ୍ ହେବ ଏହି ଦଳ, ଟିମ୍ ଇଣ୍ଡିଆକୁ ରହିବାକୁ ପଡ଼ିବ ବହୁତ ସତର୍କ

T20 World Cup 2022: ଟି-20 ବିଶ୍ୱକପ୍ ୨୦୨୨ ଦୁଇ ଦିନ ପରେ ଅର୍ଥାତ ଅକ୍ଟୋବର ୧୬ରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ ଦଳ (Team India) ସମେତ ଅନ୍ୟାନ୍ୟ ଦଳ ଅଷ୍ଟ୍ରେଲିଆ ପହଞ୍ଚିସାରିଛି । ବିଭିନ୍ନ ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳୁଛନ୍ତି । ସେପଟେ ଟିମ୍ ଇଣ୍ଡିଆକୁ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଦଳ ଠାରୁ ଅଧିକ ସତର୍କ ର

T20 World Cup 2022: ଟି-20 ବିଶ୍ୱକପରେ ସବୁଠାରୁ ଖତରନାକ୍ ହେବ ଏହି ଦଳ, ଟିମ୍ ଇଣ୍ଡିଆକୁ ରହିବାକୁ ପଡ଼ିବ ବହୁତ ସତର୍କ

ନୂଆଦିଲ୍ଲୀ: T20 World Cup 2022: ଟି-20 ବିଶ୍ୱକପ୍ ୨୦୨୨ ଦୁଇ ଦିନ ପରେ ଅର୍ଥାତ ଅକ୍ଟୋବର ୧୬ରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ ଦଳ (Team India) ସମେତ ଅନ୍ୟାନ୍ୟ ଦଳ ଅଷ୍ଟ୍ରେଲିଆ ପହଞ୍ଚିସାରିଛି । ବିଭିନ୍ନ ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳୁଛନ୍ତି । ସେପଟେ ଟିମ୍ ଇଣ୍ଡିଆକୁ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଦଳ ଠାରୁ ଅଧିକ ସତର୍କ ରହିବା ଆବଶ୍ୟକ ଓ ସେହି ଦଳ ହେଉଛି ପାକିସ୍ତାନ (Pakistan Team) । ଭାରତ ବ୍ୟତୀତ ପାକିସ୍ତାନ ମଧ୍ୟ ଟି-20 ବିଶ୍ୱକପ (T20 World Cup 2022) ଜିତିବା ପାଇଁ ସବୁଠାରୁ ମଜବୁତ ଦାବିଦାରଙ୍କ ମଧ୍ୟରୁ ଅନ୍ୟତମ । ଅଧିନାୟକ ବାବର ଆଜମ (Babar Azam) ଓ ମହମ୍ମଦ ରିଜୱାନ (Mohammad Rizwan) ଙ୍କ ଓପେନିଂ ଯୋଡ଼ି ଓ ଚମତ୍କାର ଦ୍ରୁତ ବୋଲିଂ ଯୋଗୁଁ ପାକିସ୍ତାନ ଟି-20 ବିଶ୍ୱକପ ଜିତିବାକୁ ପ୍ରବଳ ଦାବିଦାର । ୨୦୦୭ରେ ରନର୍ ଅପ୍ ହେବା ପରେ ୨୦୦୯ରେ ପାକିସ୍ତାନ ଟି -20 ବିଶ୍ୱକପ ଟ୍ରଫି ଜିତିଥିଲା । 

ଏହା ପରେ ୟୁଏଇରେ ଖେଳାଯାଇଥିବା ଶେଷ ଟୁର୍ଣ୍ଣାମେଣ୍ଟ ସମେତ ପାକିସ୍ତାନ ଟି-20 ବିଶ୍ୱକପ୍‌ର ତିନିଥର ସେମିଫାଇନାଲରେ ପ୍ରବେଶ କରିଥିଲା । ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ପାକିସ୍ତାନ ଭାରତ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଦୁଇ କ୍ୱାଲିଫାୟର ଦଳକୁ ଭେଟିବ । ଗତ ଏକ ବର୍ଷ ମଧ୍ୟରେ ଟି-20 କ୍ରିକେଟରେ ବାବର ଓ ରିଜୱାନ୍ ବହୁତ ରନ୍ ସ୍କୋର କରିଛନ୍ତି । ନିକଟ ଅତୀତରେ ଇଂଲଣ୍ଡ ବିପକ୍ଷ ସାତ ମ୍ୟାଚ୍ ବିଶିଷ୍ଟ ଘରୋଇ ସିରିଜରେ ଉଭୟ ଷ୍ଟ୍ରାଇକ୍ ରେଟରେ ଯଥେଷ୍ଟ ସୁଧାର କରିଛନ୍ତି । 

ୟୁଏଇରେ ଖେଳାଯାଇଥିବା ଏସିଆ କପରେ ବାବର ଫର୍ମରେ ନଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟର ୬ଟି ମ୍ୟାଚରେ ମାତ୍ର ୬୮ ରନ୍ କରିଥିଲେ । ଏହା ପରେ ସେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ପୁନର୍ବାର ଫର୍ମକୁ ହାସଲ କରିଥିଲେ ଓ କରାଚିରେ ଏକ ଶତକ ଲଗାଇଥିଲେ । ସେ ଲାହୋରରେ ୮୭ ରନର ଏକ ମଜବୁତ ଇନିଂସ ଖେଳିଥିଲେ । ସେ ବିଶ୍ୱର ଷଷ୍ଠ ବ୍ୟାଟ୍ସମ୍ୟାନ୍ ଯିଏକି ଟି-20 ଫର୍ମାଟରେ ୩,୦୦୦ ଅନ୍ତର୍ଜାତୀୟ ରନ୍ ଅତିକ୍ରମ କରିଛନ୍ତି ।

ସେପଟେ ଗତ ମାସରେ ୧୦ଟି ଟି-୨୦ରେ ୭ଟି ଅର୍ଦ୍ଧଶତକ ହାସଲ କରିବା ପରେ ରିଜୱାନ ଟି-20 ର଼୍ୟାଙ୍କିଙ୍ଗରେ ଟପ୍ ବ୍ୟାଟ୍ସମ୍ୟାନ୍ ହୋଇଥିବାବେଳେ ବାବର ତୃତୀୟ ସ୍ଥାନରେ ରହିଛନ୍ତି । ଗତ କିଛି ମ୍ୟାଚ୍‌ରେ ଶାଦାବ ଖାନ ଓ ମହମ୍ମଦ ନୱାଜଙ୍କ ଭଲ ବ୍ୟାଟିଂ ପାକିସ୍ତାନକୁ ମଧ୍ୟମ କ୍ରମରେ ଅଧିକ ଗଭୀରତା ଦେଇଛି । ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦିଙ୍କ ଆଣ୍ଠୁ ଆଘାତରୁ ସୁସ୍ଥ ହେବା ସହିତ ପାକିସ୍ତାନର ଦ୍ରୁତ ବୋଲରର ଶକ୍ତି ଆହୁରି ବୃଦ୍ଧି ପାଇବ । ଦ୍ରୁତ ବୋଲର ହାରିସ୍ ରାଉଫଙ୍କର ଅଷ୍ଟ୍ରେଲିଆର ଟି-20 ବିଗ୍ ବ୍ୟାଶ ଲିଗ୍ ଖେଳିବାର ଅଭିଜ୍ଞତା ଅଛି । ଏମିତିରେ ଦ୍ରୁତ ବୋଲିଂ ସବୁବେଳେ ପାକିସ୍ତାନ ପାଇଁ ମଜବୁତ ଦିଗ ରିହଆସୁଛି ।

ଅଧିକ ପଢ଼ନ୍ତୁ:-'ଯେମିତି କର୍ମ ସେମିତି ଫଳ', ବିରାଟ କୋହଲିଙ୍କୁ ନେଇ ସୌରଭ ଗାଙ୍ଗୁଲିଙ୍କ ଉପରେ ବର୍ଷିଲେ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ଋଷ ଯଦି କରେ ପରମାଣୁ ଆକ୍ରମଣ ତ ୟୁକ୍ରେନବାସୀ କରିବେ ସେକ୍ସ ପାର୍ଟି, ୧୫୦୦୦ରୁ ଉର୍ଦ୍ଧ୍ୱ ଲୋକ କରିସାରିଛନ୍ତି 'ବିନାଶରେ ଉତ୍ସବ'ର ରେଜିଷ୍ଟ୍ରେସନ୍

ଅଧିକ ପଢ଼ନ୍ତୁ:-ଅଧିନାୟକତ୍ୱରେ ରୋହିତ ଶର୍ମା କରିପାରନ୍ତି ଚମତ୍କାର, ୫ଟି କାରଣରୁ ଭାରତର ଟି-20 ବିଶ୍ୱକପ ଜିତିବା ନିଶ୍ଚିତ!

ଟପ୍ ଅର୍ଡରରେ ବାବର ଓ ରିଜୱାନଙ୍କ ଲମ୍ବା ଇନିଂସ ଯୋଗୁଁ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନମାନେ ଅଧିକ ସୁଯୋଗ ପାଉନାହାଁନ୍ତି । ଶାନ ମାସୁଦ ତିନି ନମ୍ବରରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ଓ ଫାଖର ଜମାନ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ଇଫତିଖର ଅହମ୍ମଦ, ହାୟଦାର ଅଲି ଏବଂ ଆସିଫ ଅଲିଙ୍କ ପ୍ରଦର୍ଶନରେ ମଧ୍ୟ ସ୍ଥାୟୀତ୍ୱର ଅଭାବ ଦେଖାଦେଇଛି । ଟି-20 କ୍ରିକେଟରେ ଉମର ଗୁଲ ପାକିସ୍ତାନର ଅନ୍ୟତମ ସଫଳ ବୋଲର ଅଛନ୍ତି । ୨୦୦୭ ଓ ୨୦୦୯ ସିଜନରେ ଉମର ଗୁଲ ପ୍ରତ୍ୟେକ ସିଜନରେ ୧୩-୧୩ଟି ୱିକେଟ୍ ନେଇଛନ୍ତି । ୨୦୦୭ ବିଶ୍ୱକପରେ ତାଙ୍କ  ଏଭେରେଜ୍ ୧୧.୯୨ ଥିଲା । ୨୦୦୯ରେ ୧୨.୧୫ ଏଭେରେଜରେ ୱିକେଟ୍ ନେଇଥିଲେ । ଗତ ଟି-20 ବିଶ୍ୱକପରେ ବାବର ତିନି ମ୍ୟାଚ୍‌ରେ ୩୦୩ ରନ୍‌ ସହ ପାକିସ୍ତାନର ସର୍ବାଧିକ ସ୍କୋରର ହୋଇଥିଲେ ।