ଭାରତକୁ ନିଜ ଦମରେ ଟି-20 ବିଶ୍ୱକପ ଜିତାଇପାରିବେ ଏହି ଖେଳାଳି, କିନ୍ତୁ ଦଳରେ ସ୍ଥାନ ଦେବାକୁ ପ୍ରସ୍ତୁତ ନୁହଁନ୍ତି ରୋହିତ ଶର୍ମା
Advertisement
Article Detail0/zeeodisha/odisha1421351

ଭାରତକୁ ନିଜ ଦମରେ ଟି-20 ବିଶ୍ୱକପ ଜିତାଇପାରିବେ ଏହି ଖେଳାଳି, କିନ୍ତୁ ଦଳରେ ସ୍ଥାନ ଦେବାକୁ ପ୍ରସ୍ତୁତ ନୁହଁନ୍ତି ରୋହିତ ଶର୍ମା

T20 World Cup 2022: ରୋହିତ ଶର୍ମା ଦଳର ଏକ ବଡ଼ ମ୍ୟାଚ୍ ୱିନର ଖେଳାଳିଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଟି-20 ବିଶ୍ୱକପ ୨୦୨୨ର ଗୋଟିଏ ମ୍ୟାଚରେ ବି ସୁଯୋଗ ଦେଇନାହାଁନ୍ତି । ଏହି ଖେଳାଳି ନିଜ୍ ଦମରେ ଭାରତକୁ ଟି-20 ବିଶ୍ୱକପ ୨୦୨୨ ଟ୍ରଫି ଜିତାଇ ପାରିବେ । କିନ୍ତୁ ଅଧିନାୟକ ରୋହିତ ଶର୍ମା ଏହି ଖେଳାଳିଙ୍କୁ ପ୍ଲେଇଙ୍ଗ୍ ଇଲେଭେନରେ ସ୍ଥାନ ଦେବାକୁ ପ୍ରସ୍ତୁତ ନୁହଁନ୍ତି ।

ଭାରତକୁ ନିଜ ଦମରେ ଟି-20 ବିଶ୍ୱକପ ଜିତାଇପାରିବେ ଏହି ଖେଳାଳି, କିନ୍ତୁ ଦଳରେ ସ୍ଥାନ ଦେବାକୁ ପ୍ରସ୍ତୁତ ନୁହଁନ୍ତି ରୋହିତ ଶର୍ମା

India vs Bangladesh T20 World Cup 2022 Team India Playing 11: ଆଜି (ନଭେମ୍ୱର ୨) ଟି-20 ବିଶ୍ୱକପ ୨୦୨୨ର ସୁପର-12 ପର୍ଯ୍ୟାୟରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବ । ସେମିଫାଇନାଲ ଦୃଷ୍ଟିରୁ ଏହି ମ୍ୟାଚ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେପଟେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଦଳର ଏକ ବଡ଼ ମ୍ୟାଚ୍ ୱିନର ଖେଳାଳିଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଟି-20 ବିଶ୍ୱକପ ୨୦୨୨ର ଗୋଟିଏ ମ୍ୟାଚରେ ବି ସୁଯୋଗ ଦେଇନାହାଁନ୍ତି । ଏହି ଖେଳାଳି ନିଜ୍ ଦମରେ ଭାରତକୁ ଟି-20 ବିଶ୍ୱକପ ୨୦୨୨ ଟ୍ରଫି ଜିତାଇ ପାରିବେ । କିନ୍ତୁ ଅଧିନାୟକ ରୋହିତ ଶର୍ମା ଏହି ଖେଳାଳିଙ୍କୁ ପ୍ଲେଇଙ୍ଗ୍ ଇଲେଭେନରେ ସ୍ଥାନ ଦେବାକୁ ପ୍ରସ୍ତୁତ ନୁହଁନ୍ତି । ଯେତେବେଳେ ଏହି ଖେଳାଳି କ୍ରିଜରେ ଓହ୍ଲାନ୍ତି, ସେତେବେଳେ ନିଜର ବିସ୍ଫୋରକ ବ୍ୟାଟିଂ ମାଧ୍ୟମରେ ବିପକ୍ଷ ଦଳର ବୋଲରଙ୍କ ହାୱା ଟାଇଟ୍ କରିଦିଅନ୍ତି । 

ଏହି ଷ୍ଟାର ମ୍ୟାଚ୍ ୱିନର ଖେଳାଳି ଆଉ ଅନ୍ୟ କେହିଁ ନୁହଁନ୍ତି, ସେ ହେଉଛନ୍ତି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ଅଧିନାୟକ ରୋହିତ ଶର୍ମା ଏପର୍ଯ୍ୟନ୍ତ ଋଷଭ ପନ୍ତଙ୍କୁ ଟି-20 ବିଶ୍ୱକପ ୨୦୨୨ର ଗୋଟିଏ ମ୍ୟାଚରେ ଖେଳିବାର ସୁଯୋଗ ଦେଇନାହାଁନ୍ତି । ଯେତେବେଳେ କି ଅଷ୍ଟ୍ରେଲିଆ ମାଟିରେ ଏହି ଖେଳାଳିଙ୍କ ରେକର୍ଡ ଆଶ୍ଚର୍ଯ୍ୟଜନକ ରହିଛି । ଋଷଭ ପନ୍ତଙ୍କର ଏପରି ପ୍ରତିଭା ଅଛି ଯେ ସେ ପ୍ରଥମ ବଲରୁ ଛକା ମାରିବା ଆରମ୍ଭ କରିଦିଅନ୍ତି । ଯଦି ଆମେ ଦୀନେଶ କାର୍ତ୍ତିକଙ୍କୁ ଦେଖିବା, ସେ ଏପର୍ଯ୍ୟନ୍ତ ଟି-20 ବିଶ୍ୱକପ ୨୦୨୨ର ତିନୋଟି ମ୍ୟାଚରେ ମାତ୍ର ୭ ରନ୍ ସଂଗ୍ରହ କରିଛନ୍ତି । ଏପରି ପରିସ୍ଥିତିରେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାର ରଖିବା ଅଧିନାୟକ ରୋହିତ ଶର୍ମାଙ୍କ ନିଷ୍ପତ୍ତି ବିପଦଜନକ ହୋଇପାରେ ।

କାରଣ ଋଷଭ ପନ୍ତ ଅଷ୍ଟ୍ରେଲିଆ ପରିବେଶରେ ଭାରତର ସବୁଠାରୁ ବଡ ମ୍ୟାଚ୍ ୱିନର । ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-20 ବିଶ୍ୱକପ ୨୦୨୨ର ମ୍ୟାଚ ସମୟରେ ଦୀନେଶ କାର୍ତ୍ତିକଙ୍କ ପିଠି ସମସ୍ୟା ଦେଖାଦେଇଥିଲା । ଫଳରେ କାର୍ତ୍ତିକ ଆଜି ଆଡିଲେଡରେ ବାଂଲାଦେଶ ବିପକ୍ଷ ଟି-20 ବିଶ୍ୱକପ ମ୍ୟାଚରୁ ବାଦ ପଡିପାରନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଅଧିନାୟକ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶରେ ଋଷଭ ପନ୍ତଙ୍କୁ ସ୍ଥାନ ଦେବାକୁ ବାଧ୍ୟ ହେବେ । ଋଷଭ ପନ୍ତ ଏହି ସମୟରେ ଭାରତକୁ ଟି-20 ବିଶ୍ୱକପ ୨୦୨୨ ଟ୍ରଫି ଜିତାଇପାରିବେ, ଯେପରି ଯୁବରାଜ ସିଂ ଓ ଗୌତମ ଗମ୍ଭୀର ୨୦୦୭ ଟି-20 ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଚାମ୍ପିଅନ୍ କରାଇଥିଲେ । ଯୁବରାଜ ସିଂ ଓ ଗୌତମ ଗମ୍ଭୀରଙ୍କ ପରି ଋଷଭ ପନ୍ତ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଓ ସେଥିପାଇଁ ସେ ଟିମ୍ ଇଣ୍ଡିଆ ପାଇଁ ଏକ୍ସ ଫ୍ୟାକ୍ଟର୍ ଅଟନ୍ତି ।

ଅଧିକ ପଢ଼ନ୍ତୁ:-ଆଜି ବର୍ଷା ଯୋଗୁଁ ଭାରତ-ବାଂଲାଦେଶ ମ୍ୟାଚ୍ ବାତିଲ ହେଲେ କ'ଣ ଟିମ୍ ଇଣ୍ଡିଆ ପାଇଁ ବନ୍ଦ ହୋଇଯିବ ସେମିଫାଇନାଲର ରାସ୍ତା? ଜାଣନ୍ତୁ ପୂରା ସମୀକରଣ

ଅଧିକ ପଢ଼ନ୍ତୁ:-ପୂର୍ବତନ ଭାରତୀୟ ଅଧିନାୟକଙ୍କ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲ ଭାରତ ଓ ଏହି ଦଳ ମଧ୍ୟରେ ହେବ

ଅଧିକ ପଢ଼ନ୍ତୁ:-ଦିନ ୧୨.୩୦ରୁ ଖେଳାଯିବ ନାହିଁ ଭାରତ-ବାଂଲାଦେଶ ମ୍ୟାଚ୍, ଏଠାରେ ଦେଖନ୍ତୁ ଟାଇମିଂ ଓ ଜାଣନ୍ତୁ କେମିତି ରହିବ ପାଗ

 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ବର୍ତ୍ତମାନ ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ ଅର୍ଥାତ ଆଜି ବାଂଲାଦେଶ ବିପକ୍ଷରେ ରହିଛି । ସେହିପରି ଟିମ୍ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।