T20 World Cup 2022: ବିରାଟ କୋହଲିଙ୍କ ପାଇଁ ଟି-20 ବିଶ୍ୱକପ ୨୦୨୨ ହେଉଛି ଶେଷ ୱାର୍ଲ୍ଡ କପ୍? ପିଲାଦିନର କୋଚ୍ ଦେଲେ ବଡ଼ ଅପଡେଟ୍
Advertisement
Article Detail0/zeeodisha/odisha1398591

T20 World Cup 2022: ବିରାଟ କୋହଲିଙ୍କ ପାଇଁ ଟି-20 ବିଶ୍ୱକପ ୨୦୨୨ ହେଉଛି ଶେଷ ୱାର୍ଲ୍ଡ କପ୍? ପିଲାଦିନର କୋଚ୍ ଦେଲେ ବଡ଼ ଅପଡେଟ୍

Virat Kohli: ସେପଟେ ବିରାଟ କୋହଲି ନଭେମ୍ବର ୫ରେ ୩୪ ବର୍ଷରେ ପଦାର୍ପଣ କରିବେ । ବର୍ତ୍ତମାନ ତାଙ୍କ ପିଲାଦିନର ପ୍ରଶିକ୍ଷକ ଏହି ପ୍ରସଙ୍ଗରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି । ସମସ୍ତ ତିନୋଟି ଫର୍ମାଟର କାର୍ଯ୍ୟଭାରକୁ ଦେଖି ଖବର ଆହୁରି ତୀବ୍ର ହୋଇଛି ଯେ, ବିରାଟ କୋହଲି ତାଙ୍କର ଶେଷ ଟି-20 ବିଶ୍ୱକପ ଖେଳୁଛନ୍ତି ।

T20 World Cup 2022: ବିରାଟ କୋହଲିଙ୍କ ପାଇଁ ଟି-20 ବିଶ୍ୱକପ ୨୦୨୨ ହେଉଛି ଶେଷ ୱାର୍ଲ୍ଡ କପ୍? ପିଲାଦିନର କୋଚ୍ ଦେଲେ ବଡ଼ ଅପଡେଟ୍

ନୂଆଦିଲ୍ଲୀ: T20 World Cup 2022, Virat Kohli: ଟି-20 ବିଶ୍ୱକପ ୨୦୨୨ରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ (India vs Pakistan Match) ଖେଳିବ । ଏହି ମ୍ୟାଚ୍ ଅକ୍ଟୋବର ୨୩ରେ ଖେଳା ଯିବ । ଏହି ମ୍ୟାଚରେ ଭାରତୀୟ ପ୍ରଶଂସକଙ୍କ ଆଖି ବିରାଟ କୋହଲି (Virat Kohli) ଙ୍କ ଉପରେ ରହିବ, ଯିଏ ଜୋରଦାର ଫର୍ମରେ ଅଛନ୍ତି । ଏହି ବିଶ୍ୱକପ ଆରମ୍ଭ ପୂର୍ବରୁ ଖବର ଆସୁଛି ଯେ, ଏହା ବିରାଟ କୋହଲିଙ୍କ ଶେଷ ଟି-20 ବିଶ୍ୱକପ ହେବ । ସେପଟେ ବିରାଟ କୋହଲି ନଭେମ୍ବର ୫ରେ ୩୪ ବର୍ଷର ହୋଇଯିବେ । ବର୍ତ୍ତମାନ ତାଙ୍କ ପିଲାଦିନର ପ୍ରଶିକ୍ଷକ ଏହି ପ୍ରସଙ୍ଗରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି । ସମସ୍ତ ତିନୋଟି ଫର୍ମାଟର କାର୍ଯ୍ୟଭାରକୁ ଦେଖି ଖବର ଆହୁରି ତୀବ୍ର ହୋଇଛି ଯେ, ବିରାଟ କୋହଲି ତାଙ୍କର ଶେଷ ଟି-20 ବିଶ୍ୱକପ ଖେଳୁଛନ୍ତି ।

ସେପଟେ କିନ୍ତୁ ତାଙ୍କ ପିଲାଦିନର କୋଚ୍ ରାଜକୁମାର ଶର୍ମା (Rajkumar Sharma) ଏହା ସ୍ପଷ୍ଟ କରିଛନ୍ତି ଯେ, ଏହା ବିରାଟ କୋହଲିଙ୍କ ଶେଷ ଟି-20 ବିଶ୍ୱକପ ନୁହେଁ । ଇଣ୍ଡିଆ ନ୍ୟୁଜ୍ ସହ କଥାବାର୍ତ୍ତା କରି ରାଜକୁମାର ଶର୍ମା କହିଛନ୍ତି ଯେ, "ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବିରାଟଙ୍କ ପାଇଁ ଏହା ଶେଷ ଟି-20 ବିଶ୍ୱକପ ହେବ ନାହିଁ । ବିରାଟ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆର ସେବା କରିବେ । ତାଙ୍କ ଫର୍ମ, ଫିଟନେସ୍ ଏବଂ ରନ୍ ସ୍କୋର କରିବା ଏବଂ ମ୍ୟାଚ୍ ଜିତିବା ପାଇଁ କ୍ଷୁଧା ସହିତ ମୁଁ ତାଙ୍କୁ ଆଗାମୀ ଟି-20 ବିଶ୍ୱକପରେ ମଧ୍ୟ ଖେଳିବାକୁ ଦେଖିବି ବୋଲି ଆଶା କରୁଛି ।"

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ୱାର୍ମ ଅପ୍ ମ୍ୟାଚ୍, ଜାଣନ୍ତୁ କେତେବେଳେ ଓ କେଉଁଠାରେ ଦେଖିବେ ମ୍ୟାଚ୍

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଭାଙ୍ଗିବ ଏହି ଟପ୍ ୧୦ଟି ରେକର୍ଡ! କୋହଲି ଓ ରୋହିତଙ୍କଠୁ ଅଧିକ ଆଶା

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଏହା ହେଉଛି ଭାରତର ସବୁଠାରୁ ବଡ଼ ଦୁର୍ବଳତା, ରୋହିତ-ଦ୍ରାବିଡଙ୍କୁ ଦୂର କରିବାକୁ ପଡ଼ିବ ଏହି ସମସ୍ୟା

ବିରାଟ କୋହଲି ଏସିଆ କପ୍ ୨୦୨୨ ପୂର୍ବରୁ ବହୁତ ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ । କିନ୍ତୁ ସେ ଏହି ଟୁର୍ଣ୍ଣାମେଣ୍ଟରେ ବହୁତ ଭଲ ପ୍ରଦର୍ଶନ କରିଥିଲେ । ଏସିଆ କପ୍ ୨୦୨୨ରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଏକ ଶତକ ହାସଲ କରିଥିଲେ । ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପ ୨୦୨୨ରେ ମଧ୍ୟ ଏହି ଦମଦାର ଫର୍ମ ଜାରି ରଖିବାକୁ ପଡ଼ିବ ।

ବିରାଟ କୋହଲି ୨୦୦୮ ମସିହାରୁ ଟିମ୍ ଇଣ୍ଡିଆ ପାଇଁ ଖେଳୁଛନ୍ତି । ସେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୧୦୨ ଟେଷ୍ଟ ମ୍ୟାଚ୍, ୨୬୨ଟି ଏକ ଦିବସୀୟ ମ୍ୟାଚ୍ ଏବଂ ୧୦୯ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ୧୦୨ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ୪୯.୫୩ ଏଭେରେଜରେ ୮,୦୭୪ ରନ୍ ସଂଗ୍ରହ କରିଛନ୍ତି । ସେ ୫୭.୬୮ ଏଭେରେଜରେ ୨୬୨ ଏକ ଦିବସୀୟ ମ୍ୟାଚରେ ୧୨,୩୪୪ ରନ୍ କରିଛନ୍ତି । ଏଥି ସହିତ ୧୦୯ଟି ଟି-20 ମ୍ୟାଚରେ ବିରାଟ କୋହଲି ୫୦.୮୫ ଏଭେରେଜରେ ୩,୭୧୨ ରନ୍ ସ୍କୋର କରିଛନ୍ତି ।