ଓଡ଼ିଶା ଜଗରନଟ୍ସ ଜିତିଲା ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ସିଜିନର ଟାଇଟଲ୍, ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1336165

ଓଡ଼ିଶା ଜଗରନଟ୍ସ ଜିତିଲା ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ସିଜିନର ଟାଇଟଲ୍, ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Ultimate Kho Kho League 2022:  ଓଡ଼ିଶା ଅଲ୍ଟିମେଟ୍ ଖୋ ଖୋ (Ultimate Kho Kho League 2022) ର ପ୍ରଥମ ସିଜନର ଟାଇଟଲ୍ (Ultimate Kho Kho League Title) ଜିତିବା ପରେ ମୁଖ୍ୟମନ୍ତ୍ରୀ (Odisha CM) ନବନୀ ପଟ୍ଟନାୟକ (Naveen Patnaik) ଦଳକୁ ଶେଭେଚ୍ଛା ଜଣାଇଛନ୍ତି । ଏହାସହ ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ଓଡ଼ିଶା ଜଗରନଟ୍ସ ଜିତିଲା ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ସିଜିନର ଟାଇଟଲ୍, ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: Ultimate Kho Kho League 2022: ଓଡିଶା ଜଗରନଟ୍ସ (Odisha Juggernauts) ଅଲ୍ଟିମେଟ୍ ଖୋ ଖୋ (Ultimate Kho Kho League 2022) ର ପ୍ରଥମ ସିଜନର ଟାଇଟଲ୍ (Ultimate Kho Kho League Title) ଜିତିଛି । ରବିବାର ମହଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟସ କମ୍ପ୍ଲେକ୍ସରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲରେ ଓଡିଶା ଦଳ ତେଲୁଗୁ ୟୋଦ୍ଧାସ (Telugu Yoddhas) କୁ ଗୋଟିଏ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଛି । ଏହି ମହାଲଢ଼େଇ ମ୍ୟାଚର ନିଷ୍ପତ୍ତି ଅନ୍ତିମ ୧୦ ସେକେଣ୍ଡରେ ହୋଇଥିଲା ।

ସେପଟେ ଓଡ଼ିଶା ଅଲ୍ଟିମେଟ୍ ଖୋ ଖୋ (Ultimate Kho Kho League 2022) ର ପ୍ରଥମ ସିଜନର ଟାଇଟଲ୍ (Ultimate Kho Kho League Title) ଜିତିବା ପରେ ମୁଖ୍ୟମନ୍ତ୍ରୀ (Odisha CM) ନବନୀ ପଟ୍ଟନାୟକ (Naveen Patnaik) ଦଳକୁ ଶେଭେଚ୍ଛା ଜଣାଇଛନ୍ତି । ଏହାସହ ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ଓଡ଼ିଶା ଏହି ମ୍ୟାଚ ୪୬-୪୫ ବ୍ୟବଧାନରେ ଜିତିଥିଲା । ମ୍ୟାଚ ଏତେ ରୋମାଞ୍ଚକର ଥିଲା ଯେ ଅନ୍ତିମ ଟର୍ନରେ ଯେତେବେଳେ ୧.୨୪ ମିନିଟ୍ ବାକି ଥିଲା ସେତେବେଳେ ସ୍କୋର ତେଲୁଗୁ ୟୋଦ୍ଧାସଙ୍କ ସପକ୍ଷରେ ୪୫-୪୩ ଥିଲା । ପ୍ରତୀକ ୱାକର, ଅବଦୁତ ପାଟିଲ ଏବଂ ଦୀପକ ମାଧବ ୧.୧୦ ମିନିଟ ବାହାର କରିବାରେ ସଫଳ ହୋଇଥିଲେ କିନ୍ତୁ ସୁରଜ ଲାଣ୍ଡେ (Suraj Lande) ଙ୍କ ଦ୍ୱାରା ସ୍କାଇ ଡାଇବ ଉପରେ ପାଟିଲ ଆଉଟ ହେବା ମାତ୍ର ଓଡ଼ିଶାକୁ ୩ ମିଳିଥିଲା ଓ ଗୋଟିଏ ପଏଣ୍ଟରେ ମ୍ୟାଚ ଜିତିଥିଲା । ଲାଣ୍ଡେ ସର୍ବାଧିକ ୯ ପଏଣ୍ଟ ହାସଲ କରିଥିଲେ କିନ୍ତୁ ଶେଷ ୩ ପଏଣ୍ଟ ତାଙ୍କ ଜୀବନର ସବୁଠାରୁ ମୂଲ୍ୟବାନ ପଏଣ୍ଟ ବୋଲି ପ୍ରମାଣିତ ହୋଇଛି ।

ନେଇଥିଲା ଓ ଟର୍ନର ଶେଷ ପର୍ଯ୍ୟନ୍ତ ବୋନସ୍ ଭାବରେ ୧୦ ପଏଣ୍ଟ ହାସଲ କରିଥିଲା ।​ ପ୍ରଥମ ବ୍ୟାଚରୁ ନୀଲେଶ ଯାଦବ (୨.୯୧ ମିନିଟ୍) ଓ ବିଶାଲ (୪.୨୩ ମିନିଟ୍) ଦଳ ପାଇଁ ବୋନସ ହାସଲ କରିଥିଲେ ଏବଂ ପରେ ବିଶାଲ ବୋନସ ହାସଲ କରି ସ୍କୋରକୁ ୮-୮ କରିଦେଇଥିଲେ । ଏହା ପରେ ଦୀପେଶ ମୋର୍ ଓ ଦିଲୀପ କାନ୍ଧବୀ ଅପରାଜିତ ଥିବାବେଳେ ଆଉ ଦୁଇ ପଏଣ୍ଟ ବୋନସ ପାଇଥିଲେ । ଏହି ଟର୍ନର ଶେଷ ସୁଦ୍ଧା ସ୍କୋର ୧୦-୧୦ ଥିଲା ।

ଏହାର ଜବାବରେ ଓଡିଶା ପାୱାରପ୍ଲେ ସହିତ ଆରମ୍ଭ କରିଥିଲା ​​କିନ୍ତୁ ପ୍ରଥମ ବ୍ୟାଚରୁ ପ୍ରତୀକ ୱାକର୍ (୨.୪୮ ମିନିଟ୍) ଙ୍କୁ ବୋନସ୍ ନେବାରେ ଅଟକାଇ ପାରି ନଥିଲା । ଦ୍ୱିତୀୟ ବ୍ୟାଚରୁ ଅରୁଣ ଗୁନକି, ଆଦର୍ଶ ମୋହିତେ (୪.୧୨ ମିନିଟ୍) ଏବଂ ରୋହନ ସିଙ୍ଘାଡ଼େ (୩.୩୪ ମିନିଟ୍) ବୋନସ୍ ନେଇଥିଲେ । ଗୁନକି (୨.୫୧ ମିନିଟ୍) ବିଦାୟ ପରେ ରୋହନ ଓ ଆଦର୍ଶ ଆଉ ଚାରିଟି ବୋନସ୍ ହାସଲ କରିଥିଲେ । ତା’ପରେ ମୋହିତେ ଆଉ ଦୁଇଟି ବୋନସ ନେଇଥିଲେ  । ଆଫ୍ ଟାଇମରେ ଓଡିଶା ୨୩-୨୦ରେ ଆଗରେ ଥିଲା । ଏହି ହାଫରେ ୨୦ଟି ବୋନସ ପଏଣ୍ଟ ନିଆଯାଇଥିଲା ।

ତୃତୀୟ ଟର୍ନରେ ୟୋଦ୍ଧାସ ଅବିନାଶ ଦେସାଇଙ୍କୁ ଆଉଟ କରି ସ୍କୋରକୁ ୨୩-୨୩ରେ ବରାବର କରିନେଇଥିଲା । ପରେ ମିଳିନ୍ଦ ଚାଭ୍ରେକରଙ୍କୁ ମଧ୍ୟ ଆଉଟ କରି ଲିଡ୍ ନେଇଥିଲା । କିନ୍ତୁ ସୁରଜ ଲାଣ୍ଡେ (୩.୦୩ ମିନିଟ୍) ବୋନସ ନେଇ ଏହାକୁ ବରାବରା କରିଥିଲେ ଓ ପରେ ଓଡିଶାକୁ ୨୭-୨୫ରେ ଆଗକୁ କରିଥିଲେ । ସୁରଜଙ୍କୁ ଆଉଟ କରିବା ମାତ୍ରେ ସ୍କୋର ପୁଣି ୨୭-୨୭ ହୋଇଗଲା । ତେଲୁଗୁ ୟୋଦ୍ଧାସ ପୁଣିଥରେ ମହେଶା ପିଙ୍କୁ ଆଉଟ କରି ଲିଡ୍ ନେଇଥିଲେ, ଯାହାକୁ ଟର୍ନର ଶେଷ ସୁଦ୍ଧା ୪୧-୨୭ କରିଦେଇଥିଲା ।

ଅନ୍ତିମ ଟର୍ନ ଓଡ଼ିଶା ଧ୍ରୁବ ଓ ଅରୁଣ ଏସଏଙ୍କୁ ଆଉଟ କରି ୩୧-୪୧ ସ୍କୋର କରିଥିଲା । କିନ୍ତୁ ପ୍ରସାଦ ରାଧେ (୨.୫୨ ମିନିଟ୍) ୟୋଦ୍ଧାସଙ୍କୁ ବୋନସ ପ୍ରଦାନ କରିବାରେ ସଫଳ ହୋଇଥିଲେ । ପ୍ରସାଦଙ୍କ ଆଉଟ ହେବା ମାତ୍ରେ ସ୍କୋର ୪୩-୩୫ ହୋଇଯାଇଥିଲା । ଯେତବେଳେ ଓଡିଶା ପାୱାରପ୍ଲେ ନେଲା ଓ ସ୍କୋର ୪୩-୪୩ କରିଥିଲା ​​କିନ୍ତୁ ସଚିନ୍ ଭାରଗୋ (୨.୪୪ ମିନିଟ୍) ଙ୍କୁ ବୋନସ୍ ନେବାକୁ ଅଟକାଇ ପାରିନଥିଲେ। ସଚିନଙ୍କୁ ଆଉଟ କରିବା ମାତ୍ରେ ସ୍କୋର ୪୩-୪୫ ୟୋଦ୍ଧାସ ସପକ୍ଷରେ ଥିଲା ଓ ୧.୨୪ ମିନିଟ୍ ବାକି ରହିଥିଲା । ୟୋଦ୍ଧାସ ସମ୍ପୂର୍ଣ୍ଣ ବଳ ପ୍ରୟୋଗ କରି ୧.୧୪ ମିନିଟ ନେଇଥିଲା । କିନ୍ତୁ ଲାଣ୍ଡେଙ୍କ ସ୍କାଇ ଡାଇଭ ଉପରେ ପାଟିଲଙ୍କୁ ଆଉଟ୍ କରାଯାଇଥିଲା । ଯାହା ଫଳରେ ଓଡିଶା ୪୬-୪୫ ବ୍ୟବଧାନରେ ମ୍ୟାଚ ଜିତିବାରେ ସଫଳ ହୋଇଥିଲା ।