Virat Kohli: ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଇମୋସନାଲ ହେଲେ ବିରାଟ, ସେୟାର କଲେ ଏହି ଭାବପ୍ରବଣ ପୋଷ୍ଟ
Advertisement
Article Detail0/zeeodisha/odisha1435967

Virat Kohli: ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଇମୋସନାଲ ହେଲେ ବିରାଟ, ସେୟାର କଲେ ଏହି ଭାବପ୍ରବଣ ପୋଷ୍ଟ

Virat Kohli Emotional Post: ଟି-୨୦ ବିଶ୍ୱକପ ୨୦୨୨ ରୁ ଟିମ୍ ଇଣ୍ଡିଆ ବାଦ ପଡିବା ପରେ ଭାରତର ଭେଟେରାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଅତ୍ୟନ୍ତ ଭାବପ୍ରବଣ ଦେଖାଯାଉଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।

ସୌ: ସୋସିଆଲ ମିଡିଆ

Virat Kohli Emotional Socia Media Post: ଆଡିଲେଡ ଓଭାଲରେ (Adelaide Oval) ଖେଳାଯାଇଥିବା ଟି-୨୦ ବିଶ୍ୱକପର (T20 World Cup) ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ (England) ଏକପାଖିଆ ଭାବେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ଏହି ପରାଜୟ ପରେ ଭାରତୀୟ ଦଳ (Indian Team) ଟି-୨୦ ବିଶ୍ୱକପରୁ ବାଦ ପଡିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୧୬୮ ରନ୍ ସ୍କୋର କରିଥିଲା, ଏହାର ଜବାବରେ ଇଂଲଣ୍ଡ କୌଣସି ୱିକେଟ୍ ନ ହରାଇ ୧୬ ଓଭରରେ ଏହି ମ୍ୟାଚକୁ ଜିତି ନେଇଥିଲା । ଏଥି ସହିତ, ଏହି ପରାଜୟ ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଅତ୍ୟନ୍ତ ଭାବପ୍ରବଣ ଦେଖାଯାଉଥିଲେ । ସେ ବିଶ୍ୱକପ ବିଷୟରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।

ଟି-୨୦ ବିଶ୍ୱକପରୁ ବାହାରିବା ପରେ ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବପ୍ରବଣ ପୋଷ୍ଟରେ ଲେଖିଛନ୍ତି ଯେ 'ଆମର ସ୍ୱପ୍ନକୁ ପୂରଣ କରି ନପାରି ଆମେ ନିରାଶ ହୋଇ ଅଷ୍ଟ୍ରେଲିଆ ଛାଡୁଛୁ । କିନ୍ତୁ ଏକ ଗ୍ରୁପ ଭାବରେ ଆମେ ଆମ ସହିତ ଅନେକ ସ୍ମରଣୀୟ ମୁହୂର୍ତ୍ତକୁ ନିଜ ସାଥିରେ ଫେରାଇ ନେଇ ଯାଉଛୁ । ଆମେ ଏଠାରୁ ଆହୁରି ଭଲ ହେବାକୁ ଲକ୍ଷ୍ୟ ରଖିଛୁ । ଆମର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ, ଯେଉଁମାନେ ଷ୍ଟାଡିୟମରେ ଆମକୁ ସମର୍ଥନ କରିବାକୁ ବହୁ ସଂଖ୍ୟାରେ ଆସିଥିଲେ । ଏହି ଜର୍ସି ପିନ୍ଧିବା ଓ ଆମ ଦେଶର ପ୍ରତିନିଧିତ୍ୱ କରିବା ପାଇଁ ସର୍ବଦା ଗର୍ବିତ ଅନୁଭବ ହୋଇଥାଏ ।'

 
 
 
 

 
 
 
 
 
 
 
 
 
 
 

A post shared by Virat Kohli (@virat.kohli)

ଆଡିଲେଡ୍ ଓଭାଲରେ ଖେଳାଯାଇଥିବା ଦ୍ୱିତୀୟ ତଥା ନିର୍ଣ୍ଣାୟକ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଏକପାଖିଆ ଭାବେ ଭାରତକୁ ପରାସ୍ତ କରି ୧୦ ୱିକେଟରେ ମ୍ୟାଚକୁ ଜିତି ନେଇଥିଲା । ଏହି ବିଜୟ ସହିତ ଇଂଲଣ୍ଡ ଦଳ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଏଥି ସହିତ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଅତ୍ୟନ୍ତ ଭାବପ୍ରବଣ ଦେଖାଯାଉଥିଲେ । ଟିମ୍ ଇଣ୍ଡିଆ ବିଶ୍ୱକପରୁ ବାହାରିବା ଓ ମ୍ୟାଚ୍ ଶେଷ ହେବା ପରେ ରୋହିତ ଶର୍ମା ଅତ୍ୟନ୍ତ ଭାବପ୍ରବଣ ହୋଇ ପଡିଥିଲେ । ସୋସିଆଲ ମିଡିଆରେ ତାଙ୍କ ଫଟୋ ଜୋରଦାର ଭାଇରାଲ ହୋଇଥିଲା, ଯେଉଁଥିରେ ସେ କାନ୍ଦୁଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ: T20 World Cup 2022: ଆମ ମନରେ ଆପଣଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଯାଇଛି... ଋଷଭ ପନ୍ତଙ୍କ ଏହି 'ବଳିଦାନ'କୁ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ

ଏହା ବି ପଢ଼ନ୍ତୁ: T20 World Cup 2022: ସେମିଫାଇନାଲରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଭଉଣୀ ଲେଖିଲେ ଭାବପ୍ରବଣ ପୋଷ୍ଟ୍, ଜାଣନ୍ତୁ କ'ଣ କହିଲେ