Virat Kohli: ଚେନ୍ନାଇ ବିପକ୍ଷ ମ୍ୟାଚରେ 'ରନ୍ ମେସିନ୍' ବିରାଟ କୋହଲି ବନାଇଲେ ମହା ରେକର୍ଡ
Advertisement

Virat Kohli: ଚେନ୍ନାଇ ବିପକ୍ଷ ମ୍ୟାଚରେ 'ରନ୍ ମେସିନ୍' ବିରାଟ କୋହଲି ବନାଇଲେ ମହା ରେକର୍ଡ

Virat Kohli: ଆଇପିଏଲ ୨୦୨୪ ର ପ୍ରଥମ ମ୍ୟାଚରେ ବିରାଟ କୋହଲି ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ଏକ ବଡ଼ ରେକର୍ଡ ହାସଲ କରିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି।

 

Virat Kohli Record

Virat Kohli Record: ଆଇପିଏଲ୍ ୨୦୨୪ ର ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସଂଘର୍ଷ ହେଉଛି। ସିଜିନ ଆରମ୍ଭ ହେବା ମାତ୍ରେ ବିରାଟ କୋହଲି ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ସେ ନିଜ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ତାଙ୍କ ଟି-୨୦ କ୍ୟାରିୟରରେ ୧୨,୦୦୦ ରନ୍ ପୂରଣ କରିଛନ୍ତି ଓ ଏହା କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଓ ବିଶ୍ୱର କେବଳ ଷଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ଯିଏ ଏହି ଫର୍ମାଟରେ ୧୨ ହଜାର ରନ୍ ପୂରଣ କରିଛନ୍ତି।

୧୨,୦୦୦ ରନ୍ ପୂରଣ କଲେ ବିରାଟ କୋହଲି 
ଆଇପିଏଲ୍ ୨୦୨୪ ର ପ୍ରଥମ ମ୍ୟାଚ୍ ରେ CSK ବିପକ୍ଷରେ ୬ ରନ୍ ସ୍କୋର କରିବା ମାତ୍ରେ ବିରାଟ କୋହଲି ତାଙ୍କ ଟି-୨୦ କ୍ୟାରିୟରରେ ୧୨,୦୦୦ ରନ୍ ପୂରଣ କରିଛନ୍ତି। ବିରାଟ ଏପର୍ଯ୍ୟନ୍ତ ତାଙ୍କ ଟି-୨୦ କ୍ୟାରିୟରରେ ୩୭୭ ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୩୫୯ଟି ଇନିଂସରେ ୧୨,୦୦୦ ରୁ ଅଧିକ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଆଭେରେଜ୍ ୪୧.୨୧ ରହିଛି। ଏହି ଲମ୍ବା କ୍ୟାରିୟରରେ ସେ ୮ଟି ଶତକ ଓ ୯୧ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଟି-୨୦ ମ୍ୟାଚ୍ ରେ ୧୨ ହଜାର ରନ୍ ପୂରଣ କରିବାରେ ସେ ତୃତୀୟ ଦ୍ରୁତତମ ଖେଳାଳି। ଏହାପୂର୍ବରୁ କୋହଲି ଏହି ଫର୍ମାଟରେ ୧୧,୦୦୦ ରନ୍ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଥିଲେ, ସେ ୩୫୩ ମ୍ୟାଚ୍ ରେ ଏହି ସଫଳତା ହାସଲ କରିଥିଲେ। କିଙ୍ଗ କୋହଲି ଟି-୨୦ ଫର୍ମାଟରେ ପ୍ରାଧାନ୍ୟ ବିସ୍ତାର କରିଥିବାରୁ ସେ ଅନ୍ତର୍ଜାତୀୟ ଟି-୨୦ ଓ ଟି-୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ ସ୍କୋରର୍ ହୋଇଛନ୍ତି।

କୋହଲିଙ୍କ ପୂର୍ବରୁ ଏପରି କରିସାରିଛନ୍ତି ୫ ଖେଳାଳି
ବିରାଟ କୋହଲିଙ୍କ ପୂର୍ବରୁ କ୍ରିସ ଗେଲ, ଶୋଏବ ମଲିକ, କିରେନ ପୋଲାର୍ଡ, ଆଲେକ୍ସ ହାଲ୍ସ ଓ ଡେଭିଡ ୱାର୍ନର ଏପରି କରି ପାରିଛନ୍ତି। ଆଜି ପର୍ଯ୍ୟନ୍ତ ଟି-୨୦ କ୍ରିକେଟ୍ ରେ ସର୍ବାଧିକ ରନ୍ କରିଥିବା ଖେଳାଳି ହେଉଛନ୍ତି କ୍ରିସ୍ ଗେଲ୍। ସେ ଆଜି ପର୍ଯ୍ୟନ୍ତ ୪୬୩ ମ୍ୟାଚ୍ ରେ ୧୪,୫୬୨ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ କ୍ୟାରିୟରରେ ସେ ୨୨ ଶତକ ଓ ୮୮ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ବିଶେଷକରି ଶତକ ଦୃଷ୍ଟିରୁ କୋହଲି ବହୁତ ପଛରେ ଅଛନ୍ତି।