Virat Kohli Century: ବିରାଟ କୋହଲିଙ୍କ ଶତକ ପରେ ପାକିସ୍ତାନରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣା
Advertisement

Virat Kohli Century: ବିରାଟ କୋହଲିଙ୍କ ଶତକ ପରେ ପାକିସ୍ତାନରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣା

Virat Kohli Century ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର କିଙ୍ଗ୍ ବିରାଟ କୋହଲି ଧମାକାଦାର ଇନିଂସ ଖେଳିଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫ ୱିକେଟ୍ ହରାଇ ୩୯୦ ରନ୍ ସ୍କୋର କରିଥିଲା, ​​ଯେଉଁଥିରେ ବିରାଟ କୋହଲିଙ୍କ ୧୬୬ ରନର ଅପରାଜିତ ଇନିଂସ ସାମିଲ ଥିଲା । ଏହି ମ୍ୟାଚରେ ବିରାଟ କୋହଲି ଶ୍ରୀଲଙ୍କାର ବୋଲିଂ ଆଟାକକୁ ଧ୍ୱସ୍ତ କରି ଦିନିକିଆରେ ନିଜ କ୍ୟାରିୟରର ୪୬ ତମ ଶତକ ହାସଲ କରିଛନ୍ତି । 

Virat Kohli Century: ବିରାଟ କୋହଲିଙ୍କ ଶତକ ପରେ ପାକିସ୍ତାନରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣା

Pakistan Cricketers Reaction On Virat Kohli 46th ODI Century: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ (India vs Sri Lanka 3rd ODI) ର  ଶେଷ ମ୍ୟାଚ (IND vs SL 3rd ODI) କୁ ଟିମ୍ ଇଣ୍ଡିଆ (Team India) ୩୧୭ ରନରେ ଜିତିଛି । ଏହାସହ ଭାରତ ୩-୦ରେ ଏହି ସିରିଜ (IND vs SL ODI Series) କୁ ନିଜ ନାମରେ କରିନେଇଛି । ସେପଟେ ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ର କିଙ୍ଗ୍ ବିରାଟ କୋହଲି (Virat Kohli) ଧମାକାଦାର ଇନିଂସ ଖେଳିଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫ ୱିକେଟ୍ ହରାଇ ୩୯୦ ରନ୍ ସ୍କୋର କରିଥିଲା, ​​ଯେଉଁଥିରେ ବିରାଟ କୋହଲିଙ୍କ ୧୬୬ ରନର ଅପରାଜିତ ଇନିଂସ ସାମିଲ ଥିଲା । ଏହି ମ୍ୟାଚରେ ବିରାଟ କୋହଲି ଶ୍ରୀଲଙ୍କାର ବୋଲିଂ ଆଟାକକୁ ଧ୍ୱସ୍ତ କରି ଦିନିକିଆରେ ନିଜ କ୍ୟାରିୟରର ୪୬ ତମ ଶତକ (Virat Kohli 46th ODI Century) ହାସଲ କରିଛନ୍ତି । 

ବିରାଟ କୋହଲି ((Virat Kohli) ଙ୍କ ଇନିଂସ ଦେଖିବା ପରେ ପଡୋଶୀ ଦେଶ ପାକିସ୍ତାନ (Pakistan) ରେ ମଧ୍ୟ ହଙ୍ଗାମା ଦେଖାଦେଇଛି । ପାକିସ୍ତାନର ବୋଲରଙ୍କଠାରୁ ଆରମ୍ଭ କରି ବ୍ୟାଟ୍ସମ୍ୟାନ୍ ପର୍ଯ୍ୟନ୍ତ ସମସ୍ତେ ଟ୍ୱିଟ୍ କରିଛନ୍ତି । ଆଜି (ରବିବାର) ଅର୍ଥାତ ଜାନୁଆରୀ ୧୫ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ଏପରି ଇନିଂସ ଖେଳିଛନ୍ତି, ଯାହା ତାଙ୍କ ସମାଲୋଚକଙ୍କ ମୁହଁକୁ ବନ୍ଦ କରିଦେଇଛି । ଏହି ମ୍ୟାଚରେ ବିରାଟ କୋହଲି ୪୯ ବଲରେ ୫ଟି ଚୌକା ସାହାଯ୍ୟରେ ଅର୍ଦ୍ଧଶତକ ହାସଲ କରିଥିଲେ ଓ ପରେ ୮୫ ବଲରେ ୧୦ଟି ଚୌକା ଓ ଗୋଟିଏ ଛକା ସହାୟତାର ଶତକ ହାସଲ କରିଥିଲେ ।

ବିରାଟ କୋହଲି (Virat Kohli) ଙ୍କ ବ୍ୟାଟ୍ ଏଠାରେ ଅଟକି ନଥିଲା, ଛକା ପରେ ଛକା ମାରି ୧୦୬ ବଲରେ ୧୦୫ ରନ୍ ପୂରଣ କରିଥିଲେ । ଏହି ସମୟରେ ବିରାଟ କୋହଲିଙ୍କ ବ୍ୟାଟରୁ ୧୨ଟି ଚୌକା ଓ ୭ଟି ଛକା ବାହାରିଥିଲା । ୧୩ଟି ଚୌକା ଓ ୮ଟି ଛକା ସହାୟତାରେ ବିରାଟ କୋହଲି ୧୬୬ ରନ୍ ସ୍କୋର କରିବା ପରେ ଅପରାଜିତ ଫେରିଥିଲେ । ବିରାଟ କୋହଲିଙ୍କ ଏହି ଇନିଂସ ଦେଖିବା ପରେ ପାକିସ୍ତାନର ବ୍ୟାଟ୍ସମ୍ୟାନ୍ ଅହମ୍ମଦ ଶାହାଜାଦ (Ahmed Shahzad) ଏକ ଚମତ୍କାର ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ଯେ ବିରାଟ କୋହଲି ଗତ ୪ଟି ମ୍ୟାଚରେ ତୃତୀୟ ଶତକ ହାସଲ କରିଛନ୍ତି । ତେବେ ସେହି ଲୋକମାନେ କେଉଁଠାରେ ଅଛନ୍ତି ଯେଉଁମାନେ କହୁଥିଲେ ଯେ ଏହି ଭେଟେରାନଙ୍କ କ୍ୟାରିଅର୍ ଶେଷ ହୋଇଯାଇଛି ।

ଅଧିକ ପଢ଼ନ୍ତୁ:-ମହିଳା ନାଗା ସାଧୁ କେବେ ଦିଅନ୍ତି ଦର୍ଶନ? ଜାଣନ୍ତୁ ନାଗା ସାଧୁ ହେବା ପାଇଁ କ'ଣ ରହିଛି ପ୍ରକ୍ରିୟା

ଅଧିକ ପଢ଼ନ୍ତୁ:-ସିଧା ନହୋଇ ବଙ୍କା କାହିଁକି ହୋଇଥାଏ କଦଳୀ? ଜାଣନ୍ତ ଏହାର କାରଣ

ସେହିପରି ପାକିସ୍ତାନୀ ବୋଲର ହାସନ ଅଲି (Hasan Ali) ଯିଏ ବିରାଟ କୋହଲି (Virat Kohli) ଙ୍କ ଜଣେ ପ୍ରଶଂସକ । ସେ ଲେଖିଛନ୍ତି ଯେ, "ବିରାଟ କୋହଲି ୪୬ ଦିନିକିଆ ଶତକ ହାସଲ କରିଛନ୍ତି…କୋହଲି ଆପଣ ମହାନ ।" ଏହି କ୍ରମରେ ପାକିସ୍ତାନୀ ସାମ୍ବାଦିକ ମଧ୍ୟ ବିରାଟ କୋହଲିଙ୍କୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ।