WTC ଫାଇନାଲ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଶ୍ରେୟସ ଆୟରଙ୍କ ସ୍ଥାନରେ ଦଳକୁ ଫେରିଲେ ଏହି ଖତରନାକ୍ ଖେଳାଳି
Advertisement
Article Detail0/zeeodisha/odisha1667142

WTC ଫାଇନାଲ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଶ୍ରେୟସ ଆୟରଙ୍କ ସ୍ଥାନରେ ଦଳକୁ ଫେରିଲେ ଏହି ଖତରନାକ୍ ଖେଳାଳି

WTC Final:  ଅଜିଙ୍କ୍ୟ ରାହାଣେ ଜାନୁଆରୀ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । କିନ୍ତୁ ଏହା ପରେ ତାଙ୍କୁ ଟିମ୍ ଇଣ୍ଡିଆରୁ ବାଦ୍ ଦିଆଯାଇଥିଲା । ଅଜିଙ୍କ୍ୟ ରାହାଣେ ଆଇପିଏଲ ୨୦୨୩ରେ ବିସ୍ଫୋରକ ବ୍ୟାଟିଂ ସହ ଚୟନକର୍ତ୍ତାଙ୍କ ନିଦ ହଜାଇ ଦେଇଥିଲେ । 

WTC ଫାଇନାଲ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା, ଶ୍ରେୟସ ଆୟରଙ୍କ ସ୍ଥାନରେ ଦଳକୁ ଫେରିଲେ ଏହି ଖତରନାକ୍ ଖେଳାଳି

Team India Squad For WTC Final: ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ (World Test Championship Final) ପାଇଁ ଚୟନକର୍ତ୍ତାମାନେ ଭାରତୀୟ ଦଳ (India Squad) ର ଘୋଷଣା କରିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ (WTC Final Match) ରେ ରୋହିତ ଶର୍ମା (Rohit Sharma) ଟିମ୍ ଇଣ୍ଡିଆର ଅଧିନାୟକ (Indian Captain) ହେବେ । ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ ମ୍ୟାଚ୍ ଜୁନ୍ ୭ରୁ ଜୁନ୍ ୧୧ ପର୍ଯ୍ୟନ୍ତ ଚାଲିବ । ଏହି ମ୍ୟାଚ୍ (WTC Final) ଇଂଲଣ୍ଡର କେନିଙ୍ଗଟନ୍ ଓଭାଲ୍ (ଲଣ୍ଡନ) ଗ୍ରାଉଣ୍ଡରେ ଖେଳାଯିବ ।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ (WTC Final) ପାଇଁ ୧୫ ଜଣିଆ ଭାରତୀୟ ଦଳରେ ଆହତ ଶ୍ରେୟସ୍ ଆୟର (Shreyas Iyer) ଙ୍କ ସ୍ଥାନରେ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ (Ajinkya Rahane) ଫେରିଛନ୍ତି । ଅଜିଙ୍କ୍ୟ ରାହାଣେ ଜାନୁଆରୀ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । କିନ୍ତୁ ଏହା ପରେ ତାଙ୍କୁ ଟିମ୍ ଇଣ୍ଡିଆରୁ ବାଦ୍ ଦିଆଯାଇଥିଲା । ଅଜିଙ୍କ୍ୟ ରାହାଣେ (Ajinkya Rahane) ଆଇପିଏଲ ୨୦୨୩ରେ ବିସ୍ଫୋରକ ବ୍ୟାଟିଂ ସହ ଚୟନକର୍ତ୍ତାଙ୍କ ନିଦ ହଜାଇ ଦେଇଥିଲେ । ଅଜିଙ୍କ୍ୟ ରାହାଣେ (Ajinkya Rahane) ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ଆଇପିଏଲ୍ ୨୦୨୩ରେ ରନ୍ ସ୍କୋର କରୁଛନ୍ତି ।

fallbackଅଜିଙ୍କ୍ୟ ରାହାଣେ (Ajinkya Rahane) ୧୫ ମାସ ପରେ ଭାରତୀୟ ଦଳକୁ ଫେରିଛନ୍ତି । ଆଇପିଏଲ୍ ୨୦୨୩ରେ CSK ପାଇଁ ଅଜିଙ୍କ୍ୟ ରାହାଣେ (Ajinkya Rahane) ଙ୍କ ଫର୍ମ ସମ୍ପୂର୍ଣ୍ଣ ଭିନ୍ନ ରହିଛି, ଯାହା ତାଙ୍କ ଦଳକୁ ଫେରିବା ପଛରେ ସବୁଠାରୁ ବଡ଼ କାରଣ ବୋଲି ମନେ କରାଯାଉଛି । ଶ୍ରେୟାସ ଆୟର (Shreyas Iyer) ନିକଟ ଅତୀତରେ ବ୍ୟାକ ସର୍ଜରୀ କରିଛନ୍ତି ଓ କିଛି ସମୟ ପାଇଁ ସେ ପଡ଼ିଆରୁ ଦୂରେଇ ରହିବେ ବୋଲି ଆଶା କରାଯାଉଛି । 

ଅନ୍ୟପକ୍ଷରେ ଋଷଭ ପନ୍ତ (Rishabh Pant) ଗତ ବର୍ଷ ଡିସେମ୍ବରରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯାହା ପରେ ତାଙ୍କ ସୁସ୍ଥ ହେବାର ପ୍ରକ୍ରିୟା ମନ୍ଥର ରହିଛି । ଚଳିତ ଆଇପିଏଲ ସିଜନ (IPL Season 16) ରେ ଅଜିଙ୍କ୍ୟ ରାହାନେ (Ajinkya Rahane) ବହୁତ ଭଲ ଫର୍ମରେ ଅଛନ୍ତି । ଅଜିଙ୍କ୍ୟ ରାହାନେ (Ajinkya Rahane) ୧୯୯.୦୫ ଷ୍ଟ୍ରାଇକ୍ ରେଟରେ CSK ପାଇଁ ମାତ୍ର ପାଞ୍ଚ ଇନିଂସରେ ୨୦୯ ରନ୍ ସଂଗ୍ରହ କରିଛନ୍ତି ।

ଅଜିଙ୍କ୍ୟ ରାହାନେ (Ajinkya Rahane) ଙ୍କ ବ୍ୟତୀତ ସିନିୟର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ (KL Rahul) ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (World Test Championship) ର ଫାଇନାଲ୍ ପାଇଁ ଭାରତର ୧୫ ଜଣିଆ ଦଳରେ ସ୍ଥାନ ପାଇଛନ୍ତି । ତେବେ କେଏଲ ରାହୁଲ ଓପନର୍ ଭାବରେ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ କେ.ଏଲ୍ ରାହୁଲ ୱିକେଟ କିପର ଭାବେ ମଧ୍ୟମ କ୍ରମରେ ବ୍ୟାଟ୍ କରିପାରନ୍ତି ।

ଅଧିକ ପଢ଼ନ୍ତୁ-ଶନି ସୃଷ୍ଟି କଲେ 'ଶଶ ରାଜ ଯୋଗ', ୩୦ ମାସ ପର୍ଯ୍ୟନ୍ତ ୫ଟି ରାଶି ଉପରେ ବର୍ଷିବ ବମ୍ପର ଧନ!

ଅଧିକ ପଢ଼ନ୍ତୁ-୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ସରକାର ଦେଲେ ଖୁସି ଖବର: ତାରିଖ ହେଲା ନିଶ୍ଚିତ, ଜାଣନ୍ତୁ କେବେ ମିଳିବ ଟଙ୍କା?

ଅଧିକ ପଢ଼ନ୍ତୁ-ରାତିର ନିଦ ଉଡ଼ାଇଦେବ ବାବା ଭେଙ୍ଗାର ଏହି ଭବିଷ୍ୟବାଣୀ, ଏହି ଖତରନାକ୍ ଅସ୍ତ୍ରର କଲେ ଉଲ୍ଲେଖ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ୧୫ ଜଣିଆ ଭାରତୀୟ ଦଳ 

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେ.ଏଲ୍ ରାହୁଲ, କେ.ଏସ୍ ଭରତ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଜୟଦେବ ଉନାଦକଟ୍ ।