ଲୁଣା ନଦୀରେ ଅଘଟଣ, ଭାସିଗଲେ ୨ ଛାତ୍ରୀ
Advertisement
Article Detail0/zeeodisha/odisha2224681

ଲୁଣା ନଦୀରେ ଅଘଟଣ, ଭାସିଗଲେ ୨ ଛାତ୍ରୀ

ମହାକାଳପଡାର ଲୁଣା ନଦୀରେ ଦୁଇଜଣ ଛାତ୍ରୀ ଭାସିଯାଇଥିବା ସମୟରେ ଜଣକୁ ଉଦ୍ଧାର କରାଯାଇଛି । ଅନ୍ୟଜଣଙ୍କୁ ଠାବ କରିବା ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି । ନିଖୋଜ ଛାତ୍ରୀଙ୍କ ନାମ ଅଭିଲିପ୍ସା ବେହେରା ବୋଲି ଜଣାପଡିଛି । ଉଭୟେ ସ୍ଥାନୀୟ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ।

ଲୁଣା ନଦୀରେ ଅଘଟଣ, ଭାସିଗଲେ ୨ ଛାତ୍ରୀ

କେନ୍ଦ୍ରାପଡା: ମହାକାଳପଡାର ଲୁଣା ନଦୀରେ ଦୁଇଜଣ ଛାତ୍ରୀ ଭାସିଯାଇଥିବା ସମୟରେ ଜଣକୁ ଉଦ୍ଧାର କରାଯାଇଛି । ଅନ୍ୟଜଣଙ୍କୁ ଠାବ କରିବା ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି । ନିଖୋଜ ଛାତ୍ରୀଙ୍କ ନାମ ଅଭିଲିପ୍ସା ବେହେରା ବୋଲି ଜଣାପଡିଛି । ଉଭୟେ ସ୍ଥାନୀୟ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ।

ସୂଚନା ମୁତାବକ, ଅଭିଲିପ୍ସା ଏବଂ ତାଙ୍କ ସାଙ୍ଗ ମିଶି ସକାଳ ସମୟରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀର ଗଭୀର ଜଳରେ ପାଦ ଖସିଯିବାରୁ ଗଣ୍ଡକୁ ଚାଲିଯାଇଥିଲେ ଅଭିଲିପ୍ସା ଏବଂ ତାଙ୍କ ସାଙ୍ଗ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ନଦୀରେ ପସି ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ଜଣଙ୍କୁ ଉଦ୍ଧାର କରିବାରେ ଗ୍ରାମବାସୀ ସଫଳ ହୋଇଥିବା ସମୟରେ ଅଭିଲିପ୍ସାଙ୍କ ପତ୍ତା ମିଳୁନାହିଁ । ଅଗ୍ନିଶମ ବାହିନୀ ଏବଂ ଗ୍ରାମବାସୀ ଅଭିଲିପ୍ସାଙ୍କ ସନ୍ଧାନ ପାଇବା ପାଇଁ ପାଣି ଭିତରେ ଦୀର୍ଘ ସମୟ ଧରି ଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ଖବର ବ୍ୟାପିବା ପରେ ନଦୀ ବନ୍ଧରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି ।

Also Read- Heat Wave: ତତଲା କଡେଇରେ ଭାଜି ହେଲା ରାଜଧାନୀ, ତାପମାତ୍ରା ୪୪.୬ ଡିଗ୍ରୀ

Also Read- BSNL Recharge Plan: ଥରେ ରିଚାର୍ଜ କଲେ ୪୨୫ ଦିନ ପାଇଁ ଚିନ୍ତାରୁ ମୁକ୍ତି