Baragarh Dhanuyatra 2024: ବରଗଡ଼ରେ କଂସ ରାଜୁତି, ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ
Advertisement
Article Detail0/zeeodisha/odisha2062281

Baragarh Dhanuyatra 2024: ବରଗଡ଼ରେ କଂସ ରାଜୁତି, ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ

Baragarh Dhanuyatra: ବରଗଡ଼ରେ ଆରମ୍ଭ ହେଲା କଂସ ରାଜୁତି । ବରଗଡ଼ ପାଲଟିଗଲା ମଥୁରା ନଗରୀ ଓ ଅମ୍ବାପାଲି ହେଲା ଗୋପପୁର। ଉଦଘାଟନ ହେଲା ୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସ ଙ୍କ ରାଜୁତି। ଧନୁଯାତ୍ରାର ଉଦଘାଟନୀ ଦିବସରେ ରାଜକୀୟ ଆଡମ୍ବରରେ ଦେବକୀ ବାସୁଦେବଙ୍କ ବିବାହ ସମ୍ପନ୍ନ ହୋଇଯାଇଥିବା ବେଳେ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ରାଜ ସିଂହାସନ ଆରୋହଣ କରିଛନ୍ତି ପ୍ରବଳ ପ୍ରତାପୀ ମହାରଜା କଂସ । 

Baragarh Dhanuyatra 2024: ବରଗଡ଼ରେ କଂସ ରାଜୁତି, ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ

Baragarh Dhanuyatra: ବରଗଡ଼ରେ ଆରମ୍ଭ ହେଲା କଂସ ରାଜୁତି । ବରଗଡ଼ ପାଲଟିଗଲା ମଥୁରା ନଗରୀ ଓ ଅମ୍ବାପାଲି ହେଲା ଗୋପପୁର। ଉଦଘାଟନ ହେଲା ୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସ ଙ୍କ ରାଜୁତି। ଧନୁଯାତ୍ରାର ଉଦଘାଟନୀ ଦିବସରେ ରାଜକୀୟ ଆଡମ୍ବରରେ ଦେବକୀ ବାସୁଦେବଙ୍କ ବିବାହ ସମ୍ପନ୍ନ ହୋଇଯାଇଥିବା ବେଳେ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ରାଜ ସିଂହାସନ ଆରୋହଣ କରିଛନ୍ତି ପ୍ରବଳ ପ୍ରତାପୀ ମହାରଜା କଂସ । ବରଗଡ ରୁ ଦେଖନ୍ତୁ ଧନୁଯାତ୍ରାର ଏହି ସ୍ଵତନ୍ତ୍ର ରିପୋର୍ଟ ।

ବହୁ ପ୍ରତିକ୍ଷାର ଅବସାନ ଘଟାଇ ଉଦ୍‌ଘାଟିତ ହୋଇଯାଇଛି ବରଗଡ଼ର ୭୬ ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ। ଗତକାଲି ଅପରାହ୍ନ ୩ ଟାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରକୁ ପହଞ୍ଚିଥିଲା ।ସେଠାରେ ମାଙ୍କ ପାରମ୍ପରିକ ପୂଜାର୍ଚନା ପରେ ମନ୍ଦିର ରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ନଗର ପରିକ୍ରମା କରି ମଥୁରା ରାଜ ଦରବାରକୁ ପହଂଚିଥିଲା, ପରେ ବରଗଡ଼ ସାସଂଦ ସୁରେଶ ପୂଝାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାର ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନୁଯାତ୍ରା କମିଟିର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ମନିଷା ବାନାର୍ଜୀ, ଏସପି, ପି, ଏସ ମୀନାଙ୍କ ସମେତ ଧନୁଯାତ୍ରା କମିଟି ସଂପାଦକ ସୁରେଶ୍ବର ଶତପଥ ପ୍ରମୁଖ ଦୀପ ପ୍ରଜ୍ବଳନ କରିଥିଲେ । ଏହାପରେ ବରଗଡ଼ ପାଲଟିଥିଲା ମଥୁରା ନଗରୀ, ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ପାଲଟି ଯାଇଥିଲା ଯମୁନା ନଦୀ । ଏହାସହ ବରଗଡ଼ ର ସମସ୍ତ ଜନ ସାଧାରଣ ପାଲଟି ଯାଇଛନ୍ତି ଏହି ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର।

ଧନୁଯାତ୍ରାର ଉଦ୍‌ଘାଟନୀ ଦିବସରେ ମହାରାଜ ଉଗ୍ରସେନ ରାଜକୀୟ ଆଡ଼ମ୍ବର ସହ ଦେବକୀ ଓ ବାସୁଦେବଙ୍କ ବିବାହ ସ୍ଥାନୀୟ ତଲିପଡ଼ା ସ୍ଥିତ ରାମଜୀ ମନ୍ଦିର ଠାରେ ଆୟୋଜନ କରିଥିବା ବେଳେ ଏପେଟ ଯୁବରାଜ କଂସ ଙ୍କ ଦୈରତ୍ମ ବଢ଼ିବାରେ ଲାଗିଛି । ଏନେଇ ଯୁବରାଜ କଂସ ଗୋମତ ଋଷି ଙ୍କ ଠାରୁ ଅଭିଶାପ ପାଇବା ସହ ତାଙ୍କ ଆଶ୍ରମରେ ନିଆଁ ଲଗାଇଛନ୍ତି । ତେବେ ଦେବକୀ ବସୁଦେବ ଙ୍କ ବିବାହକୁ ନେଇ ସାରା ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରି ଆସିଛନ୍ତି ଯୁବରାଜ କଂସ, ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯlଇଥିବାରୁ ଦୁଃଖିତ ହୋଇପଡ଼ିଛନ୍ତି କଂସ । ତାପରେ ମଧ୍ୟ ଭଉଣୀ ଦେବକୀଙ୍କୁ ଶାଶୁଘରେ ଛାଡ଼ିଦେବା ପାଇଁ ଆନନ୍ଦର ସହ ବାହାରି ଥିବା ବେଳେ ଠିକ ଏତିକି ବେଳେ ଶୁଭିଛି ଦୈବବାଣୀ, ରେ କଂସ ଦେବକୀ ଙ୍କ ଅଷ୍ଟମ ଗର୍ଭ ସନ୍ତାନ ହେବ ତୋର ମୃତ୍ୟୁର କାରଣ , ଦୈବବାଣୀ ଶୁଣି ଅତ୍ୟନ୍ତ କ୍ରୋଧିତ ହୋଇପଡ଼ିଛନ୍ତି ଯୁବରାଜ କଂସ । କ୍ରୋଧରେ ସେ ଦେବକୀ , ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରିଦେଇଥିବା ବେଳେ ମହାରାଜ ଉସେନଙ୍କୁ ଗାଦିଚ୍ୟୁତ କରି ନିଜେ ଆହୋରଣ କରିଛନ୍ତି ମଥୁରାର ରାଜସିଂହାସନ ଏବଂ ଉଗ୍ରସେନଙ୍କୁ କରିଛନ୍ତି ରାଜ କଟୁଆଳ । କଂସ ଙ୍କ ରାଜଭିଷେକ ପରେ ମନ୍ତ୍ରୀ ପରିଷଦ ଉଲ୍ଲସୀତ ହୋଇପଡ଼ିଥିବା ବେଳେ ସମସ୍ତଙ୍କ ମନୋରଂଜନ ପାଇଁ ଆୟୋଜକରାଯାଇଛି ନୃତ୍ୟ ଗୀତ କାର୍ଯ୍ୟକ୍ରମ।

ତେବେ ଧନୁଯାତ୍ରାର ଦ୍ବିତୀୟ ଦିନରେ ଆଜି ମହାରାଜ କଂସ ନିଜ ମନ୍ତ୍ରିଗଣ ସହିତ ନଗର ଭ୍ରମଣ କରିବେ, ମଥୁରାବାସୀଙ୍କ ମନୋରଂଜନ ସକାଶେ ରଂଗମହଲର ଉଦ୍‌ଘାଟନ କରିବେ ମହାରାଜ କଂସ । ରାଜଦରବାର ରେ ନୃତ୍ୟ ଗୀତ କାର୍ଯ୍ୟକ୍ରମ l ଅନ୍ୟ ପଟେ କାରାଗାର ରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ ଙ୍କ ଜନ୍ମ ସହ କଂସ ଙ୍କ ଭୟରେ ବାସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା ,ଉଗ୍ରସେନ ସହ ଭେଟ ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟା କୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହେବ ।

Also Read: Odisha News ଆଜିଠାରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, କମ୍ପି ଉଠିଲାଣି ମଥୁରା ଓ ଗୋପପୁର