Bill Gates: ଜାଣନ୍ତୁ କାହିଁକି ଭୁବନେଶ୍ବରରେ ଆସିଛନ୍ତି ବିଲ ଗେଟ୍ସ , କ’ଣ ରହିଛି କାର୍ଯ୍ୟକ୍ରମ?
Advertisement
Article Detail0/zeeodisha/odisha2131708

Bill Gates: ଜାଣନ୍ତୁ କାହିଁକି ଭୁବନେଶ୍ବରରେ ଆସିଛନ୍ତି ବିଲ ଗେଟ୍ସ , କ’ଣ ରହିଛି କାର୍ଯ୍ୟକ୍ରମ?

Bill Gates: ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛନ୍ତି ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ (Bill Gates) । ବୁଧବାର ବିଲ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (Naveen Patnaik) ଭେଟିବା ସହ ଭୁବନେଶ୍ବରସ୍ଥିତ କୃଷି ଭବନ ପରିଦର୍ଶନ କରି ସେଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ।

ସୂଚନା ଅନୁଯାୟୀ, ବିଲ ଗେଟ୍ସ ମଙ୍ଗଳବାର ରାତି ୯ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ଟ୍ରାଇଡ଼େଣ୍ଟ ହୋଟେଲରେ ରାତ୍ରୀଯାପନ କରିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଛି । ଏହା ସହ ବସ୍ତି ଓ କୃଷି ଭବନ (krushi Bhawan) ପରିଦର୍ଶନ ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ସକାଳ ପ୍ରାୟ ୮ଟାରେ ଗେଟ୍ସ ଭୁବନେଶ୍ବର ଲୁମ୍ବିନ ବିହାର (lumbini vihar)  ସ୍ଥିତ ମାଆ ମଙ୍ଗଳା ବସ୍ତି (Maa Mangala Basti) ପରିଦର୍ଶନ କରିବେ । ପ୍ରାୟ ୪୦ ମିନିଟ୍ ବସ୍ତି ଲୋକଙ୍କ ଜୀବନଶୈଳୀ ବୁଲି ଦେଖିବା ସହ ଘରକୁ ଘର ଯାଇ ସୋମାନଙ୍କ ବିଷୟରେ ପଚାରି ବୁଝିବେ ।  ଗେଟ୍ସଙ୍କ ସହ ସରକାରୀ ଅଧିକାରୀମାନେ ମଧ୍ଯ ଉପସ୍ଥିତ ରହିବେ । ତେବେ ବିଲ୍ ଗେଟ୍ସଙ୍କ ଗସ୍ତ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମଙ୍ଗଳବାର ବିଏମସି ଓ ବରିଷ୍ଠ ଅଧିକାରୀମାନେ ବସ୍ତି ବୁଲିବା ସହ ସ୍ଥିତି ପରକ୍ଷୀଛନ୍ତି ।

ଗେଟ୍ସ ଗସ୍ତ ପାଇଁ ବଦଳିଯାଇଛି ବସ୍ତିର ରୂପରେଖ । ରାସ୍ତା କଡ଼ ଘର ସବୁ ରଙ୍ଗ କରାଯାଇଛି । ଏହାସହ କାନ୍ଥରେ ସଚେତନତା ବାର୍ତ୍ତା ସହ ବିଭିନ୍ନ ଚିତ୍ର ଆଙ୍କାଯାଇଛି । ବସ୍ତି ରାସ୍ତାକୁ ଚକଚକ୍ କରାଯାଇଛି । ଏମିତି କି, ପୋଖରୀ ଓ ବସ୍ତି ଭିତରେ ଥିବା ପାର୍କକୁ ସଫା କରାଯାଇଛି । ଏହାସହ ବସ୍ତିରେ ୨୪ ଘଣ୍ଟିଆ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।

ତେବେ ବସ୍ତି ପରିଦର୍ଶନ ପରେ ବିଲ ଗେଟ୍ସ କୃଷି ଭବନର କାର୍ଯ୍ୟକ୍ରମରେ ଯୋଗ ଦେବେ। କୃଷି ବିଭାଗ ପକ୍ଷରୁ କେଉଁ ସବୁ ଯୋଜନା ଲାଗୁ କରାଯାଉଛି ଏନେଇ ଅନୁଧ୍ୟାନ କରିବେ । କାଳିଆ, ମିଶନ ଶକ୍ତି, ମୁଖ୍ୟମନ୍ତ୍ରୀ କୃଷି ଯୋଜନା, ୧୮୦ ବ୍ଲକରେ ମିଲେଟ ମିଶନ, କୃଷି ବିବିଧିକରଣ, ମହିଳା ଚାଷୀଙ୍କ ଆତ୍ମ ନିଯୁକ୍ତି, ମାଣ୍ତିଆର ଅନ୍ତର୍ଜାତୀୟ ପ୍ରସାର କ୍ଷେତ୍ରରେ ସଫଳ ରୂପାୟନକୁ ଅନୁଧ୍ୟାନ କରିବେ । ଖୁବ କମ୍ ସମୟ ମଧ୍ୟରେ କୃଷି ଯୋଜନାକୁ ତୃଣମୂଳସ୍ତରରୁ ଅନ୍ତର୍ଜାତୀୟ ସ୍ତର ଯାଏଁ କିପରି ନିଆଗଲା ସେ ନେଇ ଅନୁଧ୍ୟାନ କରିବେ ଗେଟ୍ସ ।

Also Read- President Odisha Visit: ଆଜି ଓଡ଼ିଶା ଆସୁଛନ୍ତି ମ୍ୟାଡାମ୍ ପ୍ରେସିଡେଣ୍ଟ, ଜାଣନ୍ତୁ କ'ଣ ରହିଛି ଆଜିର କାର୍ଯ୍ୟସୂଚୀ?