Bus Accident: ଘାଟିରେ ଓଲଟିଲା ବସ: କ୍ରୀଡ଼ା ଶିକ୍ଷକ ମୃତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ
Advertisement
Article Detail0/zeeodisha/odisha1889759

Bus Accident: ଘାଟିରେ ଓଲଟିଲା ବସ: କ୍ରୀଡ଼ା ଶିକ୍ଷକ ମୃତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

 Accident News: ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପ୍ରଭାତ ଜେନା ବୋଲି ଜଣାପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀ ଉଦ୍ଧାର କରାଯାଇ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୌ(ସୋସିଆଲ ମିଡିଆ)

Chandahandi Ghati Bus Accident: ଘାଟିରେ ଓଲଟିଲା ସ୍କୁଲ ବସ । ନବରଙ୍ଗପୁର (Nabarangpur) ଜିଲ୍ଲା ଚନ୍ଦାହାଣ୍ତି ଘାଟି (Chandahandi Ghati) ଏକ ସ୍କୁଲ ବସଟି (School bus) ଦୁର୍ଘଟଣାଗସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେବା ନେଇ ଉମରକୋଟରୁ (Umarkot) ବିଭିନ୍ନ ସ୍କୁଲ୍‌ ଛାତ୍ରଛାତ୍ରୀ ଓ ଖେଳ ଶିକ୍ଷକଙ୍କୁ ନେଇ ବସଟି ଚନ୍ଦାହାଣ୍ତି ଯାଉଥିଲା । ଠିକ୍ ଏତିକି ବେଳେ ଚନ୍ଦାହାଣ୍ତି ଘାଟିରେ (Chandahandi Ghati) ହଠାତ୍ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପ୍ରଭାତ ଜେନା ବୋଲି ଜଣାପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀ ଉଦ୍ଧାର କରାଯାଇ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Also Read-MLA Suresh Routray: ହୀରାକୁଦ ବନ୍ଧ ତଳମୁଣ୍ଡରେ ବନ୍ଧ ନିର୍ମାଣ ପାଇଁ ଦାବି କଲେ ବିଧାୟକ ସୁର ରାଉତରାୟ, ଗୃହକାର୍ଯ୍ୟ ସ୍ୱଭାବିକ

ସେପଟେ ମଙ୍ଗଳବାର ରାତିରେ ଶକୁରବସ୍ତିରୁ ଆସୁଥିବା ଇଏମୟୁ ଟ୍ରେନ୍ (EMU Train) ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ପ୍ଲାଟଫର୍ମ ନମ୍ବର ୨ରେ ଅଟକି ଥିଲା। ଏହାପରେ ହଠାତ୍ ଟ୍ରେନ୍ ଟି ଦ୍ରୁତ ଗତିରେ ଚାଲିବା ପରେ ପ୍ଲାଟଫର୍ମ ଭାଙ୍ଗି ଉପରକୁ ଚଢିଯାଇଥିଲା । କୁହାଯାଉଛି ଯେ, ଯାତ୍ରୀମାନଙ୍କୁ ଓହ୍ଲାଇବା ପରେ ଡ୍ରାଇଭର ଟ୍ରେନକୁ ପାର୍କିଂ କରିବା ପାଇଁ ଆଗକୁ ନେଇଥିଲେ। କିନ୍ତୁ ହଠାତ୍ ଟ୍ରେନ୍ ର ଗତି ବଢି ଯିବାରୁ ଏପରି ଦୁର୍ଘଟଣା ଘଟିଛି । ଟ୍ରେନ୍ ସମ୍ମୁଖରେ OHE ଲାଇନର ଏକ ପୋଲ ଆସିବା ପରେ ଏହାସହ ମାଡ଼ ହୋଇ ଟ୍ରେନ୍ ଟି ଅଟକି ଯାଇଥିଲା । ଦୁର୍ଘଟଣା (Accident) ସମୟରେ ପ୍ରାୟ ୫ରୁ ୬ ଜଣ ଲୋକେ ପ୍ଲାଟଫର୍ମ ନିକଟରେ ଠିଆ ହୋଇଥିଲେ। ଟ୍ରେନର ଗତି ଦେଖି ସେମାନେ ତୁରନ୍ତ ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲେ, କିନ୍ତୁ ଏହି ସମୟରେ ଟ୍ରେନକୁ ଅପେକ୍ଷା କରିଥିବା ଗିରାଜ ସିଂ ନାମକ ଜଣେ ଯାତ୍ରୀ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି।

Also Read: Asian Games: ଚତୁର୍ଥ ଦିନରେ ଭାରତକୁ ଗୋଲ୍ଡ,, ସୁଟିଂରେ ବାଜି ମାରିଲେ 'ସୁନା' ଝିଅ

ମଥୁରା ଷ୍ଟେସନ ନିର୍ଦ୍ଦେଶକ ଏସ.କେ ଶ୍ରୀବାସ୍ତବ (Mathura Station director SK Srivastava) କହିଛନ୍ତି, ଦୁର୍ଘଟଣା ପୂର୍ବରୁ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇସାରିଥିଲେ। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡିନାହିଁ। ସେପଟେ ରେଳ ଅଧିକାରୀ କହିଛନ୍ତି, ଏହି ଇଏମୟୁ ଟ୍ରେନ୍ ଦିଲ୍ଲୀ ଶକୁରବସ୍ତିରୁ ଆସି ରାତି ପ୍ରାୟ ୧୦:୪୯ ମିନିଟ୍ ରେ ପ୍ଲାଟଫର୍ମରେ ପହଞ୍ଚିଥିଲା। ପରେ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇଥିଲେ।  ଏହାପରେ ହଠାତ୍ ଟ୍ରେନ୍ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା । ଏପରି କାହିଁକି ହେଲା ସେ ନେଇ ତଦନ୍ତ ଜାରି ରହିଛି । ଟ୍ରେନରେ ଲାଗିଥିବା ସିସିଟିଭିକୁ ଜବତ କରାଯାଇଛି ।