Chandan Jatra: ଚାଲିଛି ମହାପ୍ରଭୁଙ୍କ ଦିବ୍ଯ ବାହାର ଚନ୍ଦନଯାତ୍ରା, ଚାପ ଦର୍ଶନ ମୁକ୍ତିର ମାର୍ଗ ଦେଖାଏ ବୋଲି ରହିଛି ବିଶ୍ୱାସ
Advertisement
Article Detail0/zeeodisha/odisha2251378

Chandan Jatra: ଚାଲିଛି ମହାପ୍ରଭୁଙ୍କ ଦିବ୍ଯ ବାହାର ଚନ୍ଦନଯାତ୍ରା, ଚାପ ଦର୍ଶନ ମୁକ୍ତିର ମାର୍ଗ ଦେଖାଏ ବୋଲି ରହିଛି ବିଶ୍ୱାସ

Chandan Jatra: ଚାଲିଛି ମହାପ୍ରଭୁଙ୍କ ଦିବ୍ଯ ବାହାର ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଭଉଁରୀ ଯାତ୍ରାରେ ଶେଷ ହୋଇଥାଏ। ଶ୍ରୀମନ୍ଦିରରେ ମଧ୍ଯାନ୍ନ ଧୂପ ସରିବା ପରେ ଦିଅଁ ଚନ୍ଦନକୁ ବିଜେ କରିଥାନ୍ତି। ତେବେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଦେଖିବା ପାଇଁ ନରେନ୍ଦ୍ରରେ ବେଶ୍ ଭିଡ ଜମୁଛି। ମହାପ୍ରଭୁଙ୍କ ଦିନଚାପ ରାତିଚାପ ସହ ଚନ୍ଦନକୁଣ୍ଡରେ ଦିବ୍ଯ ସ୍ନାନ ଦର୍ଶନ କରି ବେଶ୍ ଆନନ୍ଦ ଅନୁଭବ କରୁଛନ୍ତି ଭକ୍ତ ଓ ଦର୍ଶନାର୍ଥୀ। 

Chandan Jatra: ଚାଲିଛି ମହାପ୍ରଭୁଙ୍କ ଦିବ୍ଯ ବାହାର ଚନ୍ଦନଯାତ୍ରା, ଚାପ ଦର୍ଶନ ମୁକ୍ତିର ମାର୍ଗ ଦେଖାଏ ବୋଲି ରହିଛି ବିଶ୍ୱାସ

Chandan Jatra: ଚାଲିଛି ମହାପ୍ରଭୁଙ୍କ ଦିବ୍ଯ ବାହାର ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଭଉଁରୀ ଯାତ୍ରାରେ ଶେଷ ହୋଇଥାଏ। ଶ୍ରୀମନ୍ଦିରରେ ମଧ୍ଯାନ୍ନ ଧୂପ ସରିବା ପରେ ଦିଅଁ ଚନ୍ଦନକୁ ବିଜେ କରିଥାନ୍ତି। ତେବେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଦେଖିବା ପାଇଁ ନରେନ୍ଦ୍ରରେ ବେଶ୍ ଭିଡ ଜମୁଛି। ମହାପ୍ରଭୁଙ୍କ ଦିନଚାପ ରାତିଚାପ ସହ ଚନ୍ଦନକୁଣ୍ଡରେ ଦିବ୍ଯ ସ୍ନାନ ଦର୍ଶନ କରି ବେଶ୍ ଆନନ୍ଦ ଅନୁଭବ କରୁଛନ୍ତି ଭକ୍ତ ଓ ଦର୍ଶନାର୍ଥୀ। ମହାପ୍ରଭୁ ଶ୍ରୀମଦନ ମୋହନ ଶ୍ରୀଦେବୀ ଓ ଭୁଦେବୀ ମଣି ବିମାନରେ , ଶ୍ରୀରାମ ଶ୍ରୀକୃଷ୍ଣ ପାଲିଙ୍କିରେ ଆଉ ଶ୍ରୀଲୋକନାଥ ,ଜମ୍ବେଶ୍ୱର, କପାଳମୋଚନ, ଆଦି ପଞ୍ଚମହାଦେବ ନିଜନିଜ ବିମାନରେ ନରେନ୍ଦ୍ର ଚକଡାକୁ ବିଜେ କରିଥାନ୍ତି। ସେଠାରେ ଅନ୍ଯାନ୍ଯ ନିତି ବଢି ପ୍ରଥମେ ଭଦ୍ରା ଚାପକୁ ବିଜେ କରିଥାନ୍ତି ଶ୍ରୀରାମ ଓ ଶ୍ରୀକୃଷ୍ଣ,, ତାପରେ ନନ୍ଦାଚାପକୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଓ ଦୁଇ ପତ୍ନି ଶ୍ରୀଦେବୀ ଓ ଭୂଦେବୀ ସହ ବିଜେ କରନ୍ତି। ଶେଷରେ ପଞ୍ଚମହାଦେବ ଭଦ୍ରା ଚାପରେ ବିଜେ କରିବା ପରେ ଜଳକକ୍ରୀଡା ଆରମ୍ଭ ହୋଇଥାଏ।

ଘଣ୍ଟଘଣ୍ଟା, ଶଂଖ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠେ ସମଗ୍ର ପରିବେଶ। ହଜାର ହଜାର ଭକ୍ତଙ୍କ ଗହଳି ମହାପ୍ରଭୁଙ୍କ ଚାପଖେଳକୁ ଅଧିକ ଆକର୍ଷିତ କରିଥାଏ। ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ଚନ୍ଦନପୁଷ୍କରିଣୀକୁ ଆକର୍ଷଣୀୟ ସୁସଜ୍ଜିତ କରାଯାଇଛି। ନରେନ୍ଦ୍ରରେ ୱଟର ଫାଉଣ୍ଟେନ ସହ ଲାଇଟ ଶୋ ଭକ୍ତ ଓ ଦର୍ଶନାର୍ଥୀମାନଙ୍କୁ ଅଧିକ ଖୋରାକ ଯୋଗାଇଛି। ନରେନ୍ଦ୍ର କୂଳେକୂଳେ ପରିକ୍ରମା ମାର୍ଗ କରାଯାଇଛି। ଯେଉଁଥିରେ ଭକ୍ତ ମାନେ ମହାପ୍ରଭୁଙ୍କ ସମସ୍ତ ବେଶ, ଚନ୍ଦନଯାତ୍ରା, ପ୍ରମୁଖ ନିତିକାନ୍ତି ଆଦି ପଥରରେ ପ୍ରଦର୍ଶିତ କରାଯାଇଛି। ସୁନ୍ଦର ଆଲୋକମାଳାରେ ଏସବୁ କିର୍ତ୍ତୀରାଜୀର ପରିଦର୍ଶନ କରିବାର ସୌଭାଗ୍ଯ ହାସଲ କରିଛନ୍ତି। ଚନ୍ଦନଚାପ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଅନେକ ବ୍ଯବସ୍ଥା କରିଛନ୍ତି।

 ସେପଟେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଦର୍ଶନ , ପରିକ୍ରମା ମାର୍ଗ ପ୍ରଦକ୍ଷିଣ ଆଉ ଚନ୍ଦନ ଚାପ ଦର୍ଶନ ମୁକ୍ତିର ମାର୍ଗ ଦେଖାଏ ବୋଲି ବିଶ୍ୱାସ ରହିଛି। ସେପଟେ ରଥଖଳାରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥନିର୍ମାଣ। ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ଗ୍ରୀଷ୍ମ କାଳିନ ଯାତ୍ରା ଚନ୍ଦନ ଯାତ୍ରା ଓ ବର୍ଷା କାଳୀନ ଯାତ୍ରା ରଥଯାତ୍ରା ପାଇଁ ଅନେକ ଦିନରୁ ଚାହିଁ ବସିଥାନ୍ତି ଭକ୍ତ।