Cyclone Update: ସମ୍ଭାବ୍ୟ ବାତ୍ୟା ନେଇ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
Advertisement

Cyclone Update: ସମ୍ଭାବ୍ୟ ବାତ୍ୟା ନେଇ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

Cyclone Update: ଆଗାମୀ ୨୪ ଘଣ୍ଟାରେ ଏହା ବାତ୍ୟାର (Cyclone) ରୂପ ନେବା ନେଇ ସମ୍ଭାବନା ରହିଛି । ତେବେ ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରବିବାରଠାରୁ ଆସନ୍ତା ୭ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା (Heavy rain) ହେବା ନେଇ ସମ୍ଭାବନା ରହିଛି ।

ସୌ(ସୋସିଆଲ ମିଡିଆ)

Cyclone Update: ଅଧିକ ଘନୀଭୂତ ହେଉଛି ବଙ୍ଗୋପସାଗରେ (Bay of Bengal) ସୃଷ୍ଟି ହୋଇଥିବା ଗଭୀର ଅବପାତ (Depression)। ଆଗାମୀ ୨୪ ଘଣ୍ଟାରେ ଏହା ବାତ୍ୟାର (Cyclone) ରୂପ ନେବା ନେଇ ସମ୍ଭାବନା ରହିଛି । ତେବେ ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରବିବାରଠାରୁ ଆସନ୍ତା ୭ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା (Heavy rain) ହେବା ନେଇ ସମ୍ଭାବନା ରହିଛି ।

ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୩ କିମି ବେଗରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଗଭୀର ଅବପାତ । ଆଗାମୀ ୨୪ ଘଣ୍ଟା ମଧ୍ଯରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ (Cyclone) ହେବାର ସମ୍ଭାବନା ରହିଛି । ଆସନ୍ତା ୪ ତାରିଖରେ ଏହା ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟରେ ପହଁଞ୍ଚିବ। ଏହାପରେ ୫ରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ମଧ୍ୟ ଦେଇ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରାଯାଉଛି । ତେବେ ବାତ୍ୟା ବେଳେ ପବନର ବେଗ ସର୍ବାଧିକ ୧୦୦ କି.ମି ରହିବ ।  ତେବେ ରବିବାର ଓ ମଙ୍ଗଳବାର ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

Also Read-Boipariguda IIC: ବୈପାରୀଗୁଡ଼ା ଆଇଆଇସିଙ୍କୁ ଚାକିରିରୁ ବିଦା କଲେ ପୋଲିସ ଡିଜି

ଖାସ୍ କରି, ରାୟଗଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି, ଓ କୋରାପୁଟରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ (Orange Warning) ଜାରି କରାଯାଇଛି । ଏନେଇ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ସତର୍କ କରାଯାଇଥିବା ବେଳେ କୃଷି ବିଭାଗ (Department of Agriculture & Farmers' Empowerment) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ଏହି ୫ ଜିଲ୍ଲାର କୃଷି ବିଭାଗର କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କ ରବିବାର ଛୁଟିକୁ ବାତିଲ କରାଯାଇଛି। ଏଥିଲାଗି ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ସମ୍ଭାବ୍ୟ ଅଦିନିଆ ବର୍ଷା ଯୋଗୁ ଫସଲ ସୁରକ୍ଷା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛି ବିଭାଗ । ଅନ୍ୟପଟେ ଅମଳ ହୋଇଥିବା ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।