World Odia Language Conference: ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
Advertisement
Article Detail0/zeeodisha/odisha2092040

World Odia Language Conference: ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

World First Odia Language Conference: ଆଜିଠାରୁ ଆରମ୍ଭ ହୋଇ ଏହା ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନ 11ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଦଘାଟନ କରିବେ । ଏହି ସମ୍ମିଳନୀ ଆଲୋଚନାରୁ ଯେଉଁ ନିଷ୍କର୍ସ ବାହାରିବ ତାକୁ ନେଇ ସରକାର ନୂଆ ନୀତି ଆଣିବେ । ଏହି ସମ୍ମିଳନୀରେ ମୋଟ 27ଟି ସେସନ୍ ରହିଛି ।

ସୌଜନ୍ୟ-ସୋସିଆଲ ମିଡିଆ

World First Odia Language Conference: ଶନିବାରଠାରୁ ଆରମ୍ଭ ହେବ ଓଡ଼ିଆ ଭାଷାର ବିଶାଳ ମହାକୁମ୍ଭ ବା ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଆଜିଠାରୁ ଆରମ୍ଭ ହୋଇ ଏହା ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନ 11ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଦଘାଟନ କରିବେ । ଏହି ସମ୍ମିଳନୀ ଆଲୋଚନାରୁ ଯେଉଁ ନିଷ୍କର୍ସ ବାହାରିବ ତାକୁ ନେଇ ସରକାର ନୂଆ ନୀତି ଆଣିବେ । ଏହି ସମ୍ମିଳନୀରେ ମୋଟ 27ଟି ସେସନ୍ ରହିଛି ।

ଖବର ଥାଉ କି, ଜନତା ମଇଦାନରେ ତିନି ବ୍ୟାପୀ ଚାଲିବାକୁ ଥିବା ଏହି ସମ୍ମିଳନୀରେ 5 ଜଣ ବିଦେଶୀ ଅତିଥିଙ୍କ ସହ ରାଜ୍ୟ ବାହାରର ଶତାଧିକ ଭାଷାବିତ୍ , ଗବେଷକ, ସାହିତ୍ୟିକ, ବୁଦ୍ଧିଜୀବୀ ଯୋଗଦେବେ । ଏଥିରେ 13 ଲକ୍ଷରୁ ଅଧିକ ପ୍ରବାସୀ ଓଡିଆ ଯୋଡ଼ି ହେବେ । ଏହି ସମ୍ମିଳନୀରେ ଓଡିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତକୁ ପ୍ରଦର୍ଶିତ କରାଯିବ । ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହୋଇଛି ଯଥା- ପ୍ରାଚୀନ, ମଧ୍ୟ ଓ ଆଧୁନିକ । ଓଡିଆ ଭାଷା ଏବଂ ଲିପିର ଉତ୍ପତି ଓ ବିବର୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର, ପୋଥି,କଳିଙ୍ଗଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତି ଗୁଡିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ । ମଧ୍ୟ ଯୁଗୀୟ ଓଡିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହେବ । ଓଡିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଂଗୀତ ପରମ୍ପରାଗୁଡିକ ପ୍ରଦର୍ଶିତ ହେବ । ଛାପାଖାନାର ଆଗମନ ଏବଂ ଓଡିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଫଟୋ ସହିତ ପ୍ରଦର୍ଶିତ ହେବ । ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ପ୍ରଦର୍ଶିତ ହେବ ।

ଫେବୃୟାରୀ 4ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ଏହି ଅବସରରେ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନାର ସ୍ବୀକୃତି ସ୍ବରପ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ । ଏହାସହ ମୋବାଇଲ ଲାଇବ୍ରେରୀ, ମୋବାଇଲ୍ ବୁକଆର୍ଟ ପ୍ରଦର୍ଶିତ ହେବ । ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ବି ରହିଛି । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନ୍ କହିଛନ୍ତି,  ‘ଏହି ସମ୍ମିଳନୀରେ ଦେଶ ବିଦେଶରୁ 100ରୁ ଅଧିକ ଭାଷାବିତ୍ ଯୋଗ ଦେଇ ସେମାମଙ୍କର ମତ ରଖିବେ । ସମସ୍ତ ମତକୁ ଆଧାର କରି ଆଗାମୀ ଦିନରେ ସରକାର ଓଡିଆ ଭାଷାକୁ ନେଇ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରିବେ । ଏହାସହ ଓଡିଆ ଭାଷା ଉପରେ ଏକ ମ୍ୟୁଜିୟମ୍ ତିଆରି କରାଯିବ । ରାଜ୍ୟ ସାରା ଲୋକେ ଏହାର ସିଧାପ୍ରସାରଣ ଦେଖିପାରିବେ । ପଞ୍ଚାୟତ ଓ ପୌରାଞ୍ଚଳରେ ଏନେଇ ବ୍ୟବସ୍ଥା ହୋଇଛି । ସ୍ବଂୟ ସହାୟକ ମହିଳା ଏଥିରେ ସାମିଲ ହେବେ’ ।