Prabodh Tirkey join Congress: କଂଗ୍ରେସରେ ମିଶିଲେ ପୂର୍ବତନ ହକି ତାରକା ପ୍ରବୋଧ
Advertisement

Prabodh Tirkey join Congress: କଂଗ୍ରେସରେ ମିଶିଲେ ପୂର୍ବତନ ହକି ତାରକା ପ୍ରବୋଧ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ସୋମବାର ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଦ୍ଧିବଦ୍ଧ ଭାବେ କଂଗ୍ରେସର ହାତ ଧରିଛନ୍ତି। ତେବେ ପ୍ରବୋଧ ତିର୍କୀଙ୍କ ସମେତ ଏକାମ୍ର ନିର୍ବାଚନ କ୍ଷେତ୍ରରେ ବରିଷ୍ଠ ନେତା ପ୍ରସନ

Prabodh Tirkey join Congress: କଂଗ୍ରେସରେ ମିଶିଲେ ପୂର୍ବତନ ହକି ତାରକା ପ୍ରବୋଧ

Prabodh Tirkey join Congress: ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ସୋମବାର ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଦ୍ଧିବଦ୍ଧ ଭାବେ କଂଗ୍ରେସର ହାତ ଧରିଛନ୍ତି। ତେବେ ପ୍ରବୋଧ ତିର୍କୀଙ୍କ ସମେତ ଏକାମ୍ର ନିର୍ବାଚନ କ୍ଷେତ୍ରରେ ବରିଷ୍ଠ ନେତା ପ୍ରସନ୍ନ କୁମାର ଚମ୍ପତ୍ତି ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଡ. ଚେଲ୍ଲା କୁମାର, ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଚାର ସମିତି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ନିରଞ୍ଜନ ପଟ୍ଟନାୟକ ମଧ୍ୟ ସାମିଲ ରହିଥିଲେ। 

 

ଏହି ଅବସରରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ ଆସନ୍ତା ୨୫ ତାରିଖରୁ କଂଗ୍ରେସ 'ଘର ଘର କଂଗ୍ରେସ-ଘର ଘର ହାତ' କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। କଂଗ୍ରେସ ଏକ ପଦଯାତ୍ରା ନେଇ ଲୋକଙ୍କ ନିକଟରେ ପହଞ୍ଚିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ କଂଗ୍ରେସ ଜନସାଧାରଣଙ୍କ ନିକଟକୁ ଯିବ ବୋଲି ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରବୋଧ ତିର୍କି ଅକ୍ଟୋବର ୬, ୧୯୮୪ରେ ବାଲିଶଙ୍କରା ବ୍ଲକର ହକି ଗାଁ ଲୁଲୁକିଡିହିରେ ଏକ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସମସ୍ତ ଅସୁବିଧା ସତ୍ତ୍ୱେ ପ୍ରବୋଧ ତାଙ୍କ ବଡ଼ ଭାଇ ଇଗ୍ନେସ୍ ତିର୍କିଙ୍କ ସହ ହକି ଖେଳିବାକୁ ମନସ୍ଥ କରିଥିଲେ। ତେବେ ଗରିବୀର ତାଡ଼ନା ମଧ୍ୟରେ ହକି ଷ୍ଟିକ ମଧ୍ୟ କିଣିବାର ସମ୍ବଳ ନଥିଲା। ଫଳରେ ସେ ବାଉଁଶ ସାହାଯ୍ୟରେ ହକି ଅଭ୍ୟାସ କରୁଥିଲେ। ବାଉଁଶ ବାଡ଼ି ଏବଂ ଗାଁର ରାସ୍ତା ଦେଇ ଯାତ୍ରା ଆରମ୍ଭ କରିଥିବା ଇଗ୍ନେଶ ଏବଂ ପ୍ରଭୋଡ ପରେ ଭାରତୀୟ ହକି ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସ୍ଥାପନ କରି ରାଜ୍ୟ ତଥା ଦେଶକୁ ପୁରସ୍କାର ଆଣିଥିଲେ।

Also Read: Harsih Salve: ତୃତୀୟ ଥର ପାଇଁ ବିବାହ କଲେ ଦେଶର ସବୁଠାରୁ ମହଙ୍ଗା ଓକିଲ

Also Read: Superstition: ପୁଅର ମୃତଦେହ ଦେଖି ଗଡ଼ିଯାଉଛି ମା'...ରାହା ଧରି କହୁଛି ଠାକୁରାଣୀ କରିବେ ରକ୍ଷା

Also Read: Jawan: ଦେଶର ୩୦୦ଟି ସହରରେ ଫ୍ରୀରେ 'ଜୱାନ' ଦେଖିବେ ୮୫,୦୦୦ ଫ୍ୟାନ୍ସ!