Heat wave: ୧୦ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା IMD
Advertisement
Article Detail0/zeeodisha/odisha2231725

Heat wave: ୧୦ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା IMD

Heat wave: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ପାଇଁ ସକାଳ ୮ଟା ପରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ଯିବା ପାଇଁ ମନ ବଳାଉ ନାହାଁନ୍ତି। ଆଉ ଘରୁ ବାହାରକୁ ଯିବା ସମୟରେ ହାତରେ ପାଣି ବୋତଲ ଓ ଛତା ନବାକୁ ବି ଭୁଲୁ ନାହାଁନ୍ତି । ତେବେ, ଆଜି ମଧ୍ୟ ତାତିର ପ୍ରକୋପ ରାଜ୍ୟରେ ଜାରି ରହିଛି ।

ଆଜି ସାଢେ ୨ଟା ସୁଦ୍ଧା ୪୨ ଟପିଛି ୨ ସହରର ତାପମାତ୍ରା। ୪୨.୬ ଡିଗ୍ରୀ ସହ ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ ସୃଷ୍ଟି କରିଛି। ସେହିପରି  ସମ୍ବଲପୁର ୪୨.୩, କେନ୍ଦୁଝର ୪୨, ହୀରାକୁଦ ୪୧.୮ ଡିଗ୍ରୀ ଓ ରାଉରକେଲା ୪୧.୮, ବାଲେଶ୍ବର ଓ ଚାନ୍ଦବାଲି ୪୧.୨ ଡିଗ୍ରୀ ରେକର୍ଡ ହୋଇଛି।

ସେପଟେ ୧୭ ଦିନ ପରେ ଭୁବନେଶ୍ୱର ତାତି ୪୦ ତଳକୁ ହ୍ରାସ ପାଇଛି। ୧୫ ଏପ୍ରିଲରୁ ୧ ମେ’ ପରେ ୪୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା, ଆଜି ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ଆଜି ରାଜ୍ୟର ୧୦ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।ନୟାଗଡ଼, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ସୋନପୁର ଏବଂ ଝାରସୁଗୁଡା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥି ସହ ୧୧ଟି ଜିଲ୍ଲାକୁ ହଳଦିଆ ୱାର୍ଣ୍ଣି କରାଯାଇଛି।