S. Jaishankar: ଆଜି ଓଡ଼ିଶା ଆସୁଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ
Advertisement
Article Detail0/zeeodisha/odisha2233694

S. Jaishankar: ଆଜି ଓଡ଼ିଶା ଆସୁଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ

S. Jaishankar: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି ବିଭିନ୍ନ ଦଳର ନେତା। ସେହିପରି ଓଡ଼ିଶାରେ ନିଜର ସ୍ଥାୟୀତ୍ୱ ବଜାୟ ରଖିବାକୁ ଚାହୁଥିବା ତଥା ମୁଖ୍ୟ ବିରୋଧୀ ଦଳ ବିଜେପି ଏବେ ତତ୍ପରତାର ସହ କ୍ୟାମ୍ପେନିଂ କରିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପି(BJP)ର ପ୍ରମୁଖ ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ଜାରି ହୋଇଛି ।

 S. Jaishankar: ଆଜି ଓଡ଼ିଶା ଆସୁଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ

S. Jaishankar: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି ବିଭିନ୍ନ ଦଳର ନେତା। ସେହିପରି ଓଡ଼ିଶାରେ ନିଜର ସ୍ଥାୟୀତ୍ୱ ବଜାୟ ରଖିବାକୁ ଚାହୁଥିବା ତଥା ମୁଖ୍ୟ ବିରୋଧୀ ଦଳ ବିଜେପି ଏବେ ତତ୍ପରତାର ସହ କ୍ୟାମ୍ପେନିଂ କରିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପି(BJP)ର ପ୍ରମୁଖ ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ଜାରି ହୋଇଛି । ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶାର ଆସିବାର ଥିବା ବେଳେ ଏହା  ପୂର୍ବରୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓଡ଼ିଶା ଆସି ଭୁବନେଶ୍ୱରରେ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବେ।

 ସେହିପରି କଟକ ଓ ସମ୍ବଲପୁର(Sambalpur)ରେ ବିଭିନ୍ନ ବୈଠକ କରିବେ । ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଭୁବନେଶ୍ୱରରେ ଦଳର ନିର୍ବାଚନ ସଂକ୍ରାନ୍ତୀୟ ଆଲୋଚନା କରିବେ । ଏହାପରେ କଟକରେ ଦଳୀୟ ସଦସ୍ୟଙ୍କ ସହ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିବେ ।