Odisha News: ଡେଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରବ ଟାଇଫସ ଆତଙ୍କ, ଗଲାଣି ଏତିକି ଜୀବନ
Advertisement
Article Detail0/zeeodisha/odisha1869435

Odisha News: ଡେଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରବ ଟାଇଫସ ଆତଙ୍କ, ଗଲାଣି ଏତିକି ଜୀବନ

Scrub Typhus: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜ୍ୱର, କାଶ ସହ ହାତ ଗୋଡ଼ ଘୋଳା ବିନ୍ଧା ହୋଇଥାଏ ।

Odisha News: ଡେଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରବ ଟାଇଫସ ଆତଙ୍କ, ଗଲାଣି ଏତିକି ଜୀବନ

Scrub Typhus: ଡ଼େଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରପ ଟାଇଫସ (scrub typhus) ଆତଙ୍କ । ଟ୍ରମ୍ବୀ କୁଲାଇଟ କୀଟ କାମୁଡିବ ଦ୍ୱାରା ଏହି ଜ୍ୱର ହୋଇଥାଏ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜ୍ୱର, କାଶ ସହ ହାତ ଗୋଡ଼ ଘୋଳା ବିନ୍ଧା ହୋଇଥାଏ ।

ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଛି ସ୍କ୍ରପ ଟାଇଫସ ଜ୍ୱର । ଚାଷ ଜମିରେ ବିଶେଷକରି ସ୍କ୍ରବ ଟାଇଫସ କୀଟ ଦେଖିବାକୁ ମିଳିଥାଆନ୍ତି । ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଉଥିବା ଚାଷୀ ଏହି କୀଟ ଆକ୍ରମଣର ଶିକାର ହେଉଛନ୍ତି । ତେବେ ଏନେଇ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ପରୀକ୍ଷା କରାଯାଉଛି । ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ବହୁ ରୋଗୀ ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ପ୍ରାୟତଃ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଅନେକ ରୋଗୀ ଏବେ ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ଏଥିରେ ଆକ୍ରାନ୍ତ ହୋଇ ଦୁଇ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡିଛି।  ମୁଖ୍ୟତଃ ଗ୍ରାମାଞ୍ଚଳରେ ସ୍କ୍ରପ ଟାଇଫସ କୀଟାଣୁ ବେଶୀ ସକ୍ରିୟ ରହିଥାଆନ୍ତି । ଖାସ୍ କରି ସନ୍ତସନ୍ତିଆ ଅଞ୍ଚଳରେ ଏହି କୀଟ ବସବାସ କରନ୍ତି । ଚାଷ କାମ ବେଳେ ଏହି କୀଟ ବ୍ୟକ୍ତିକୁ କାମୁଡି ଥାଏ। ପରବର୍ତ୍ତୀ ସମୟରେ ସେହିଠାରେ ଏକ କଳା ଦାଗ ସୃଷ୍ଟି ହୋଇ ଘା’ ହୋଇଥାଏ। ଏହାପରେ ଜ୍ୱର ହୋଇଥାଏ । ଏହି ଜ୍ୱର ବହୁ ଦିନ ଧରି ଛାଡି ନଥାଏ। ଗ୍ରାମାଞ୍ଚଳରେ ସଠିକ୍ ଭାବରେ ଏ ରୋଗର ଚି଼ହ୍ନଟ ହୋଇପାରୁ ନଥିବାରୁ ବହୁ ରୋଗୀ ମୃତ୍ୟୁ ମୁଖରେ ପଡିଥାଆନ୍ତି। ଯଦି ପ୍ରାରମ୍ଭିକ ଅବସ୍ଥାରେ ରୋଗର ଚିହ୍ନଟ ହୋଇପାରନ୍ତା ତାହାଲେ ଅତି ସହଜରେ ଏହାର ଚିକିତ୍ସା କରାଯାଇପାରିବ।

Also Read-Odia News: ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର

ତେଣୁ ସମସ୍ତେ ପ୍ରଥମେ ସ୍କ୍ରପ ଟାଇଫସ ବାବଦରେ ଜାଣିବା ଆବଶ୍ୟକ  ଅଟେ । ଯଦି କେହି ଏହି କୀଟାଣୁ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ବା ବହୁ ଦିନ ଧରି ଜ୍ୱର ଛାଡୁ ନାହିଁ ତା ହେଲେ ଏହା ସ୍କ୍ରପ ଟାଇଫସ ଜ୍ୱର ହୋଇଥାଇପାରେ । ଏନେଇ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବା ଉଚିତ୍।  ରକ୍ତ ପରୀକ୍ଷା ସହ ଡାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ଔଷଧ ସେବନ ଫଳରେ ଏଥିରୁ ଉପଶମ ମିଳିପାରିବ ।