ଆହୁରି ମଜଭୁତ ହେବ ବିଡ଼ିଏ ଏନଫୋର୍ସମେଣ୍ଟ ଟିମ୍, ୬୭ ପଦବୀକୁ ମିଳିଲା ଅନୁମୋଦନ
Advertisement
Article Detail0/zeeodisha/odisha2043345

ଆହୁରି ମଜଭୁତ ହେବ ବିଡ଼ିଏ ଏନଫୋର୍ସମେଣ୍ଟ ଟିମ୍, ୬୭ ପଦବୀକୁ ମିଳିଲା ଅନୁମୋଦନ

BDA Enforcement Team: ଭୁବନେଶ୍ୱର ମହାନଗର ନିଗମର ବଳ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଡ଼ିଏକୁ ଅଧିକ କ୍ରିୟାଶୀଳ କରିବାକୁ ୬୭ଟି ପଦବୀକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ସୌ(ସୋସିଆଲ ମିଡିଆ)

BDA Enforcement Team: ଭୁବନେଶ୍ୱର ମହାନଗର ନିଗମର ବଳ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଡ଼ିଏକୁ ଅଧିକ କ୍ରିୟାଶୀଳ କରିବାକୁ ୬୭ଟି ପଦବୀକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ, ଅତ୍ୟାଧୁନିକ ସୁବିଧା ସୁଯୋଗ ପ୍ରଦାନ ସହ ରାଜଧାନୀ ଭୁବନେଶ୍ୱରକୁ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡ଼ିଏ (Bhubaneswar Development Authority )। ସହରରେ ବଢି ଚାଲିଥିବା ଜନସଂଖ୍ୟା ଯୋଗୁଁ ସୌନ୍ଦର୍ଯ୍ୟକରଣ, ନବୀକରଣ ତଥା ଭିତ୍ତିଭୂମି ସୂଦୃଢୀକରଣ କାର୍ଯ୍ୟ ବେଳେ ବିଡ଼ିଏ ଏନଫୋର୍ସମେଣ୍ଟ ଟିମ୍ ପାଇଁ ଅନେକ ସମସ୍ୟା ଉପୁଜୁଥାଏ ।

ତେଣୁ ବିଡ଼ିଏ ଏନଫୋର୍ସମେଣ୍ଟ ଟିମ୍ ର କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭ଟି ନୂତନ ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦବୀ ଗୁଡିକ ରାଜ୍ୟ ପୋଲିସ୍‌ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ। ଏଥିରେ ଗୋଟିଏ ଆସିଷ୍ଟାଣ୍ଟ କମିଶନର, ୬ଟି ଆସିଷ୍ଟାଣ୍ଟ ସବ ଇନସ୍ପେକ୍ଟର (ASI) ଓ ୬୦ଟି ପୋଲିସ କନେଷ୍ଟବଳ ପଦବୀ ପାଇଁ ଅନୁମୋଦନ ମିଳିଛି ।

Also Read-Accident News: କାମାକ୍ଷାନଗରରେ ସିରିଜ ଦୁର୍ଘଟଣା, ୪୦ରୁ ଅଧିକ ଯାତ୍ରୀ ଆହତ

ରାଜଧାନୀ ଭୁବନେଶ୍ୱର ପୂର୍ବ ଭାରତର ଏକ ଦ୍ରୃତ ଅଭିବୃଦ୍ଧିଶୀଳ ସହର ହେଉଥିବାରୁ ସହରାଞ୍ଚଳ ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀ ଗୁଡିକ କାର୍ଯ୍ୟ କରିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ସମଗ୍ର ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଜଏଣ୍ଟ ଟିମ୍ ଓ ୫ଟି ରିଜର୍ଭ ଟିମ୍ ଆବଶ୍ୟକତା ଥିଲା। ପ୍ରତି ଟିମ୍‌ରେ ୨ ଜଣ ପୋଲିସ କନେଷ୍ଟବଳ ରହିବେ। ଏହି ଟିମ୍‌ ଗୁଡିକର ସମନ୍ୱୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାଣ୍ଟ କମିଶନର ପୋଲିସ ଓ ୬ଟି ଆସିଷ୍ଟାଣ୍ଟ ସବ ଇନସ୍ପେକ୍ଟର କାର୍ଯ୍ୟ କରିବେ। ଏହି ପଦବୀ ଗୁଡିକ ପୂରଣ ହେବା ଦ୍ୱାରା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସହଜ ଓ ତ୍ୱରାନ୍ୱିତ ହେବ।