Flight Service: ଏହି ଦିନ ମାଲକାନଗିରିରୁ ଭୁବନେଶ୍ବରକୁ ଉଡି଼ବ ବିମାନ
Advertisement
Article Detail0/zeeodisha/odisha2047447

Flight Service: ଏହି ଦିନ ମାଲକାନଗିରିରୁ ଭୁବନେଶ୍ବରକୁ ଉଡି଼ବ ବିମାନ

Flight Service: ଦୁର୍ଗମ ଅଞ୍ଚଳକୁ ଯାତ୍ରା ହେବ ଆହୁରି ସହଜ। ନୂଆବର୍ଷ (New Year 2024) ଅବସରରେ ମାଲକାନଗିରିବାସୀଙ୍କୁ (Flight) ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Cm Naveen Patnaik)।  ଏଣିକି ଘଣ୍ଟା ଘଣ୍ଟା ଲାଗୁଥିବା ଯାତ୍ରାର ଦୂରତା ଯାତ୍ରୀଙ୍କ ପାଇଁ ହ୍ରାସ ପାଇବ। 

Flight Service: ଏହି ଦିନ ମାଲକାନଗିରିରୁ ଭୁବନେଶ୍ବରକୁ ଉଡି଼ବ ବିମାନ

Flight Service: ଦୁର୍ଗମ ଅଞ୍ଚଳକୁ ଯାତ୍ରା ହେବ ଆହୁରି ସହଜ। ନୂଆବର୍ଷ (New Year 2024) ଅବସରରେ ମାଲକାନଗିରିବାସୀଙ୍କୁ (Flight) ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Cm Naveen Patnaik)।  ଏଣିକି ଘଣ୍ଟା ଘଣ୍ଟା ଲାଗୁଥିବା ଯାତ୍ରାର ଦୂରତା ଯାତ୍ରୀଙ୍କ ପାଇଁ ହ୍ରାସ ପାଇବ। କାହିଁକିନା, ଖୁବଶିଘ୍ର ମାଲକାନଗିରିରୁ ଭୁବନେଶ୍ବର ବିମାନ ବନ୍ଦରକୁ ଉଡିବ ବିମାନ। ଏନେଇ ବିମାନବନ୍ଦର ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଟର୍ମିନାଲଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମାଗାର କାମ ମଧ୍ଯ ଏକ ପ୍ରକାର ଶେଷ ହୋଇଛି। 

ALSO READ:  Vande Metro: ଓଡି଼ଶାରେ ଗଡି଼ବ ' ବନ୍ଦେ ମେଟ୍ରୋ ' , ଏହି ସବୁ ରୁଟରେ ମିଳିବ ସେବା

ଆଜି ଏୟାରପୋର୍ଟରେ ହେବ ଟ୍ରାଏଲ୍ ରନ୍। ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Cm Naveen Patnaik) ଏହାର ଶୁଭ ଉଦଘାନଟନ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ, ସରକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।  ଆରସିସ ଉଡାଣ ଯୋଜନାରେ ମାଲକାନଗିରି ଏୟାରପୋର୍ଟ ସାମିଲ୍ ହେବ। ବିମାନ ବନ୍ଦରରେ ୧୬୦୦ ମିଟର ରନଓ୍ବେ ଥିବାରୁ ଏଠାରେ ୨୦-୩୦ ଆସନ ବିଶିଷ୍ଟ ଆସନ ବିଶିଷ୍ଟ ବିମାନ ଆରମ୍ଭ କରିବା ପରେ ବଡ଼ ବିମାନ ପାଇଁ ଲକ୍ଷ୍ୟ ରହିଛି। 

ତେବେ, ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ମାଲକାନଗିରି ବିମାନ ବନ୍ଦରର ରନଓ୍ବେ ବିମାନ ସମ୍ପ୍ରସାରଣ ସହ ଟର୍ମିନାଲ୍ ବିଲ୍ଡିଂ ଏବଂ ଫାୟାର ଷ୍ଟେସନ୍ ନିର୍ମାଣ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନନ ସିଡ୍ୟୁଲ୍ ବିମାନ ଚଳାଚଳ ପାଇଁ ଯୋଜନା ଥିବାରୁ ଏବେ ଡିସିଏର ( Dept of Civil Aviation)ର ଲାଇସେନ୍ସ ଆବଶ୍ୟକ ପଡି଼ବ ନାହିଁ। ପ୍ରଥମେ ଭୁବନେଶ୍ବରରୁ ମାଲକାନଗିରି ମଧ୍ୟରେ ଛୋଟ ବିମାନ ଚଳାଚଳ କରିବ। 

ନିକଟରେ, ରାଉରକେଲାରୁ କୋଲକତାକୁ ସିଧାସଳଖ ଆରମ୍ଭ ହୋଇଛି ବିମାନ ସେବା । ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ । ସପ୍ତାହକୁ କେବଳ ୩ ଦିନ ଅର୍ଥାତ୍ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ (Flight) ଚଳାଚଳ କରିବ ବୋଲି ସୂଚନା ମିଳିଛି । ବିମାନଟି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ କୋଲକତାରୁ (Kolkata) ପ୍ରଥମ ବିମାନଟି ବାହାରି ରାଉରକେଲାରେ ଅପରାହ୍ନ ସାଢେ ୧୨ଟାରେ ପହଁଞ୍ଚିବ । ସେହିଭଳି ରାଉରକେଲାରୁ ଅପରାହ୍ନ ୫ଟା ୨୦ରେ ପହଁଞ୍ଚିବ । ଏହି ବିମାନ ସେବା ପାଇଁ ଟିକେଟ୍ ଦାମ ୧,୯୯୯ ଥିବା ଜଣାପଡ଼ିଛି ।