Malkangiri Airport: ପୂରଣ ହେବ ସ୍ବପ୍ନ, ଏହି ଦିନ ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2049766

Malkangiri Airport: ପୂରଣ ହେବ ସ୍ବପ୍ନ, ଏହି ଦିନ ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

Malkangiri Airport Inauguration: ଦୁର୍ଗମ ଅଞ୍ଚଳକୁ ଆହୁରି ସହଜ ହେବ ଯାତ୍ରା। ନୂଆବର୍ଷ (New Year 2024) ଅବସରରେ ମାଲକାନଗିରିବାସୀଙ୍କୁ (Flight) ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Cm Naveen Patnaik)। ଏଣିକି ଜିଲ୍ଲାବାସୀଙ୍କ ବିମାନରେ ଉଡ଼ିବା ସ୍ବପ୍ନ ପୂରଣ ହେବ। 

ସୌ(ସୋସିଆଲ ମିଡିଆ)

Malkangiri Airport Inauguration: ଦୁର୍ଗମ ଅଞ୍ଚଳକୁ ଆହୁରି ସହଜ ହେବ ଯାତ୍ରା। ନୂଆବର୍ଷ (New Year 2024) ଅବସରରେ ମାଲକାନଗିରିବାସୀଙ୍କୁ (Flight) ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Cm Naveen Patnaik)। ଏଣିକି ଜିଲ୍ଲାବାସୀଙ୍କ ବିମାନରେ ଉଡ଼ିବା ସ୍ବପ୍ନ ପୂରଣ ହେବ। କାରଣ ବିକାଶର ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି ଲାଲ କରିଡ଼ର ଭାବେ ପରିଚିତ ମାଲକାନଗିରି ।

ଖବର ଅନୁଯାୟୀ, ମଙ୍ଗଳବାର ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ବନ୍ଦରରେ ଅବତରଣ କରି ଏହାର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ଅଧ୍ଯକ୍ଷ ଭି.କେ ପାଣ୍ତିଆନ ମଧ୍ଯ ଉପସ୍ଥିତ ରହିବେ । ରବିବାର ଦିନ ବିମାନ ବନ୍ଦରରେ କରାଯାଇଥିବା ଟ୍ରାଏଲ ରନ୍ ସଫଳ ହୋଇଥିବା ନେଇ ବିମାନର ମୁଖ୍ୟ ପାଇଲଟ୍ ଓ ଡ଼ିଜିସିଏ ଅଧିକାରୀ କହିଛନ୍ତି । ଏଠାକାର ଭିତ୍ତିଭୂମି ଓ ସୁବିଧାକୁ ସନ୍ତୋଷ ଅଟେ । ଖୁବଶୀଘ୍ର ମାଲକାନଗିରିରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ କରିବ । ୧୬୦୦ ମିଟର ରନଓ୍ବେ ଥିବା ମାଲକାନଗିରି ବିମାନ ବନ୍ଦରରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବ ବୋଲି ପାଇଲଟ ମତ ଦେଇଛନ୍ତି । ପ୍ରାୟ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ଏୟାର ପୋର୍ଟରେ ୧୬୨୦ ମିଟର ରନୱେ ପ୍ରସ୍ତୁତି କରାଯାଇଛି । ଆବଶ୍ୟକ ସ୍ଥଳେ, ଏହାକୁ ୩ କିଲୋମିଟର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇପାରିବ। ଜିଲ୍ଲାକୁ ଆକାଶ ପଥରେ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସପ୍ନ ଦେଖିଥିଲେ ତାହା ଖୁବଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି।

Also Read-Odisha Politics: ନିର୍ବାଚନ ପୂର୍ବରୁ କଂଗ୍ରେସର ଆର୍ଶୀବାଦ ଭିକ୍ଷା

ଏନେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଥିବା ବେଳେ ଡିଜିସିଏର ଏକ ଟିମ୍ ଏହାର ତଦାରଖ କରିଛନ୍ତି । ମାତ୍ର ୧୪ ମାସରେ ୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ବିମାନବନ୍ଦରର ନିର୍ମାଣ ହୋଇପାରିଛି । ବିମାନ ବନ୍ଦର ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବହନ କରିଛନ୍ତି ।