Odisha Election 2024: ସମ୍ବଲପୁର ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ ଦାସ
Advertisement
Article Detail0/zeeodisha/odisha2228571

Odisha Election 2024: ସମ୍ବଲପୁର ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

Odisha Election 2024: ବିଜେଡି ହେବି ଓ୍ୱେଟ୍‍ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଶବ ପ୍ରକାଶ ଦାସ ଆଜି ନାମାଙ୍କନ ଦାଖଲ କରିଛନ୍ତି। ଏକ ବିଶାଳ ଶୋଭାଯାତ୍ରାରେ ସେ ଏଥିଲାଗି ସହର ପରିକ୍ରମା କରିଥିଲେ। ସକାଳେ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ନେଇ ନିଜ ରୋଡ୍‍ ଶୋ‘ ଆରମ୍ଭ କରିଥିଲେ।  

Odisha Election 2024: ସମ୍ବଲପୁର ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

Odisha Election 2024: ବିଜେଡି ହେବି ଓ୍ୱେଟ୍‍ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଶବ ପ୍ରକାଶ ଦାସ ଆଜି ନାମାଙ୍କନ ଦାଖଲ କରିଛନ୍ତି। ଏକ ବିଶାଳ ଶୋଭାଯାତ୍ରାରେ ସେ ଏଥିଲାଗି ସହର ପରିକ୍ରମା କରିଥିଲେ। ସକାଳେ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ନେଇ ନିଜ ରୋଡ୍‍ ଶୋ‘ ଆରମ୍ଭ କରିଥିଲେ।  ସମ୍ବଲପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନିଜର ପ୍ରାର୍ଥୀପତ୍ର ଏବଂ ଆବଶ୍ୟକ ନଥିପତ୍ର ପ୍ରଦାନ କରିଥିଲେ।

୧୯୫୧ରୁ  ଏ ଭିତରେ ସମ୍ବଲପୁରରେ ୧୭ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ୧୧ଜଣ ପ୍ରତିନିଧି ସଂସଦରେ ପ୍ରତିନିଧିତ୍ୱ କରିଛନ୍ତି। ଗତଥର ୨୦୧୯ ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ନଗେନ୍ଦ୍ର ପ୍ରଧାନ ୨୦୧୪ ମସିହାରେ ଏବଂ ୨୦୦୯ ମସିହାରେ କଂଗ୍ରେସ ପ୍ରାର୍ଥୀ ଅମର ନାଥ ପ୍ରଧାନ ବିଜୟୀ ହୋଇଥିଲେ। ଏଥର ବିଜେଡି ଛାଡ଼ି ନଗେନ୍ଦ୍ର ପ୍ରଧାନ କଂଗ୍ରେସରେ ଯୋଗ ଦେଇ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁରରେ ଥିବା ୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୧୯ ନିର୍ବାଚନରେ ୩ଟି ଆସନରେ ବିଜେପି ପ୍ରତିନିଧି ବିଧାୟକ ହୋଇଥିବା ବେଳେ ୪ଟି ଆସନ ବିଜେଡିକୁ ଆସିଥିଲା। ରେଙ୍ଗାଲି, ସମ୍ବଲପୁର ଏବଂ ଦେବଗଡ଼ରୁ ବିଜେପି ପ୍ରାର୍ଥୀ ନିର୍ବାଚନ ଜିତିଥିଲେ। ଏଥର ଦେବଗଡ଼ ରାଜପରିବାର ନେତା ତଥା ସାଂସଦ ନିତେଶ ଗଙ୍ଗଦେବ ବିଜେଡିରେ ଯୋଗ ଦେବା ଏବଂ ତାଙ୍କ ପତ୍ନୀ ଦେବଗଡ଼ ପାଇଁ ବିଜେଡିରୁ ପ୍ରାର୍ଥୀ ହେବା ଏଥର ସମୀକରଣକୁ ପ୍ରଭାବିତ କରିପାରେ ବୋଲି ଆଶା କରାଯାଉଛି। ଅପରପକ୍ଷେ ସମ୍ବଲପୁର ସାଂସଦ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ରୁ ସାଂସଦ ହୋଇଥିଲେ। ଏଣୁ ପ୍ରତିଦ୍ୱନ୍ଦ୍ୱିତା ଜୋର ହେବା ସମ୍ଭାବନା ରହିଛି।