Fishermen Strike: ୬ ଦଫା ଦାବି ନେଇ ରାଜ ରାସ୍ତାରେ ମତ୍ସ୍ୟଜୀବୀଙ୍କ ଗର୍ଜନ
Advertisement

Fishermen Strike: ୬ ଦଫା ଦାବି ନେଇ ରାଜ ରାସ୍ତାରେ ମତ୍ସ୍ୟଜୀବୀଙ୍କ ଗର୍ଜନ

Fishermen Strike: ରାଜଧାନୀ ଲୋୟର ପିଏମଜିରେ ମତ୍ସ୍ୟଜୀବୀ ସଂଘର ବିକ୍ଷୋଭ । ୬ ଦଫା ଦାବି ନେଇ ରାଜ ରାସ୍ତାରେ ଏକାଠି ହେଲେ ହଜାର ହଜାର ମତ୍ସ୍ୟଜୀବୀ (Fishermen)। ଏହି ଆନ୍ଦୋଳନରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ମତ୍ସଜୀବୀ ସାମିଲ ହୋଇଥିବା ଜଣାପଡ଼ିଛି ।

Fishermen Strike: ୬ ଦଫା ଦାବି ନେଇ ରାଜ ରାସ୍ତାରେ ମତ୍ସ୍ୟଜୀବୀଙ୍କ ଗର୍ଜନ

Fishermen Strike: ରାଜଧାନୀ ଲୋୟର ପିଏମଜିରେ ମତ୍ସ୍ୟଜୀବୀ ସଂଘର ବିକ୍ଷୋଭ । ୬ ଦଫା ଦାବି ନେଇ ରାଜ ରାସ୍ତାରେ ଏକାଠି ହେଲେ ହଜାର ହଜାର ମତ୍ସ୍ୟଜୀବୀ(Fishermen)। ଏହି ଆନ୍ଦୋଳନରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ସାମିଲ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଅନ୍ୟ ସବୁ ରାଜ୍ୟରେ ସବସିଡ଼ି ମଳୁଥିବା ବେଳେ ଓଡ଼ିଶାରେ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଇନାହିଁ । ଅନ୍ୟପଟେ ବୋଟ ବନ୍ଦ ରହିବା ସମୟରେ ଭତ୍ତା, ରାସନ, ନଦୀ ମୁହାଣ ଗୁଡ଼ିକର ନିୟମିତ ଡ୍ରେଜିଂ, ମାଛ ଓ ମାଛ ଜାଆଁଳର ସୁରକ୍ଷା, କଇଁଛ ସୁରକ୍ଷା ଆଳରେ ଶାରିରୀକ ଓ ମାନସିକ ଅତ୍ୟାଚାର ବନ୍ଦ, ମତ୍ସ୍ୟଜୀବୀ କାର୍ଡ଼ ଓ ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ବ୍ୟବସ୍ଥା ନେଇ ବାରମ୍ବାର ଦାବି ପରେ ମଧ୍ଯ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଥିବା ସଂଘ ଅଭିଯୋଗ କରିଛି । ଏନେଇ ୬ ଦଫା ଦାବି ନେଇ ଆଜି ଲୋୟର ପିଏମଜିରେ (Bhubaneswar Lower PMG Road) ଗର୍ଜିଛନ୍ତି ହଜାର ହଜାର ମତ୍ସ୍ୟଜୀବୀ  (Fishermen)। ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ପାରାଦୀପ, ଧାମରା, ବାହାବଳପୁର ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର  ହଜାର ମତ୍ସ୍ୟଜୀବୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅନ୍ୟପଟେ ସରକାର ଦାବି ନମାନିବା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କ ଗଣଧାରଣା ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି ।

Also Read- ପ୍ରକାଶ ପାଇଲା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟ, ରାଜ୍ୟରେ ଏତିକି ରହିଛି ବାଘ ସଂଖ୍ୟା

Also Read- ଆଜି ବାରବାଟୀ ଷ୍ଟାଡ଼ିୟମ୍ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ, ଆକର୍ଷଣ ସାଜିବେ ନେହା କକ୍କର ଓ ଇରଫାନ୍ ପଠାନ୍